ଫାଷ୍ଟଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ପଟ୍ଟାମୁଣ୍ଡାଇ, ୨୭ା୧୨(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ୍‌ର ଆଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟଫୁଡ୍‌ ଦୋକାନ ଗଢ଼ିଉଠିଛି। ବିଶେଷକରି କରୋନା ପରେ କଟକଣା କୋହଳ ହେବାରୁ ଫାଷ୍ଟଫୁଡ୍‌ ଦୋକାନ ସଂଖ୍ୟା ବୃଦ୍ଧି ପାଇଛି। ସହରର କଲେଜ ରାସ୍ତାରେ ଅଧିକ ସଂଖ୍ୟକ ଫାଷ୍ଟଫୁଡ ଦୋକାନ ରହିଛି। ଯେଉଁଠାରେ ସନ୍ଧ୍ୟା ହେବାମାତ୍ରେ ଆମିଷ ଓ ନିରାମିଷ ସୁଆଦିଆ ଖାଦ୍ୟପଦାର୍ଥ ବିକ୍ରି ହେଉଛି। ସେହିପରି ମହାବୀର ବଜାର ଛକ, ନୀଳମାଧବ ବଜାର, ବସ୍‌ଷ୍ଟାଣ୍ଡ, ହାଇସ୍କୁଲ ରୋଡ୍‌ ଆଦି ଅଞ୍ଚଳରେ ଫାଷ୍ଟଫୁଡ୍‌ ଦୋକାନ ଖୋଲିଥାଏ। ଯେଉଁଠାରେ ପୂର୍ବାହ୍ନ ଜଳଖିଆଠାରୁ ଆରମ୍ଭକରି ମଧ୍ୟାହ୍ନ ଓ ବିଳମ୍ବିତ ରାତ୍ରି ଯାଏ ଖାଦ୍ୟପଦାର୍ଥ ବିକ୍ରି ହୋଇଥାଏ। କିନ୍ତୁ ଏହି ଖାଦ୍ୟପଦାର୍ଥ କେତେ ସୁରକ୍ଷିତ, ଏହା ପରିଷ୍କାର ପରିଚ୍ଛନ୍ନତା ମଧ୍ୟରେ ପ୍ରସ୍ତୁତ କରାଯାଉଛି କି ନାହିଁ ସେ ବିଷୟରେ ସହରବାସୀ ଅଜ୍ଞ। ଫଳରେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିବା ଫାଷ୍ଟଫୁଡ୍‌ପ୍ରେମୀ ବିଭିନ୍ନ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଫାଷ୍ଟଫୁଡ୍‌ ସେଣ୍ଟରଗୁଡ଼ିକର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯାଉଥିବା ଲାଇସେନ୍ସ ଅଛି କି ନାହଁି ତାହା କାହାକୁ ଜାଣାନାହଁି। ବିଭାଗ ପକ୍ଷରୁ ସହରରେ କେତୋଟି ଫାଷ୍ଟଫୁଡ୍‌ ଦୋକାନ ରହିଛି ତାହାର ତଥ୍ୟ ସହ ଖାଦ୍ୟର ମାନ ଯାଞ୍ଚ ହେଉ ନ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ଏଥିସହ ଖାଦ୍ୟଦ୍ରବ୍ୟକୁ ଆକର୍ଷିତ କରିବା ନିମନ୍ତେ ନାଲି ରଙ୍ଗ ଓ ଅନ୍ୟ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ବ୍ୟବସାୟୀମାନେ ଅଧିକ ବେପାର ଆଶାରେ ଏସବୁ ରାସାୟନିକ ଉପାୟ ଅବଲମ୍ବନ କରୁଥିବା ବେଳେ ତାହା ଖାଦ୍ୟପ୍ରେମୀଙ୍କ ପାଇଁ ବିଷାକ୍ତ ପାଲଟିଛି। ଏ ବାବଦରେ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କୌଣସି ଯାଞ୍ଚ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହରର ରାସ୍ତାକଡ଼ରେ ଗଢ଼ିଉଠୁଥିବା ହୋଟେଲରେ ବିଭିନ୍ନ ଆମିଷ ଦ୍ରବ୍ୟରେ ଉକ୍ତ ରାସାୟନିକ ରଙ୍ଗ ବହୁଳ ପରିମାଣରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ପଦାର୍ଥଗୁଡ଼ିକ ଯାଞ୍ଚ ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗରେ ଅଧିକାରୀ ରହିଛନ୍ତି। କିନ୍ତୁ କେବେ ବି କୌଣସି ଅଧିକାରୀ ସହରରେ ଖାଦ୍ୟ ଯାଞ୍ଚ କରୁନାହାନ୍ତି। ସହରରେ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ ଦୋକାନ ଗଢ଼ିଉଠିଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ମିଥୁନ ସାହାଙ୍କୁ ପଚାରିବାରେ ଆଗାମୀ ଦିନରେ ଫାଷ୍ଟଫୁଡ୍‌ ଦୋକାନଗୁଡ଼ିକରେ ଖାଦ୍ୟ ଯାଞ୍ଚ ହେବା ନେଇ ଯୋଜନା ରହିଛି। ଖୁବ୍‌ଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri