ଫାଷ୍ଟଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ପଟ୍ଟାମୁଣ୍ଡାଇ, ୨୭ା୧୨(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ୍‌ର ଆଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟଫୁଡ୍‌ ଦୋକାନ ଗଢ଼ିଉଠିଛି। ବିଶେଷକରି କରୋନା ପରେ କଟକଣା କୋହଳ ହେବାରୁ ଫାଷ୍ଟଫୁଡ୍‌ ଦୋକାନ ସଂଖ୍ୟା ବୃଦ୍ଧି ପାଇଛି। ସହରର କଲେଜ ରାସ୍ତାରେ ଅଧିକ ସଂଖ୍ୟକ ଫାଷ୍ଟଫୁଡ ଦୋକାନ ରହିଛି। ଯେଉଁଠାରେ ସନ୍ଧ୍ୟା ହେବାମାତ୍ରେ ଆମିଷ ଓ ନିରାମିଷ ସୁଆଦିଆ ଖାଦ୍ୟପଦାର୍ଥ ବିକ୍ରି ହେଉଛି। ସେହିପରି ମହାବୀର ବଜାର ଛକ, ନୀଳମାଧବ ବଜାର, ବସ୍‌ଷ୍ଟାଣ୍ଡ, ହାଇସ୍କୁଲ ରୋଡ୍‌ ଆଦି ଅଞ୍ଚଳରେ ଫାଷ୍ଟଫୁଡ୍‌ ଦୋକାନ ଖୋଲିଥାଏ। ଯେଉଁଠାରେ ପୂର୍ବାହ୍ନ ଜଳଖିଆଠାରୁ ଆରମ୍ଭକରି ମଧ୍ୟାହ୍ନ ଓ ବିଳମ୍ବିତ ରାତ୍ରି ଯାଏ ଖାଦ୍ୟପଦାର୍ଥ ବିକ୍ରି ହୋଇଥାଏ। କିନ୍ତୁ ଏହି ଖାଦ୍ୟପଦାର୍ଥ କେତେ ସୁରକ୍ଷିତ, ଏହା ପରିଷ୍କାର ପରିଚ୍ଛନ୍ନତା ମଧ୍ୟରେ ପ୍ରସ୍ତୁତ କରାଯାଉଛି କି ନାହିଁ ସେ ବିଷୟରେ ସହରବାସୀ ଅଜ୍ଞ। ଫଳରେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିବା ଫାଷ୍ଟଫୁଡ୍‌ପ୍ରେମୀ ବିଭିନ୍ନ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଫାଷ୍ଟଫୁଡ୍‌ ସେଣ୍ଟରଗୁଡ଼ିକର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯାଉଥିବା ଲାଇସେନ୍ସ ଅଛି କି ନାହଁି ତାହା କାହାକୁ ଜାଣାନାହଁି। ବିଭାଗ ପକ୍ଷରୁ ସହରରେ କେତୋଟି ଫାଷ୍ଟଫୁଡ୍‌ ଦୋକାନ ରହିଛି ତାହାର ତଥ୍ୟ ସହ ଖାଦ୍ୟର ମାନ ଯାଞ୍ଚ ହେଉ ନ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ଏଥିସହ ଖାଦ୍ୟଦ୍ରବ୍ୟକୁ ଆକର୍ଷିତ କରିବା ନିମନ୍ତେ ନାଲି ରଙ୍ଗ ଓ ଅନ୍ୟ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ବ୍ୟବସାୟୀମାନେ ଅଧିକ ବେପାର ଆଶାରେ ଏସବୁ ରାସାୟନିକ ଉପାୟ ଅବଲମ୍ବନ କରୁଥିବା ବେଳେ ତାହା ଖାଦ୍ୟପ୍ରେମୀଙ୍କ ପାଇଁ ବିଷାକ୍ତ ପାଲଟିଛି। ଏ ବାବଦରେ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କୌଣସି ଯାଞ୍ଚ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହରର ରାସ୍ତାକଡ଼ରେ ଗଢ଼ିଉଠୁଥିବା ହୋଟେଲରେ ବିଭିନ୍ନ ଆମିଷ ଦ୍ରବ୍ୟରେ ଉକ୍ତ ରାସାୟନିକ ରଙ୍ଗ ବହୁଳ ପରିମାଣରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ପଦାର୍ଥଗୁଡ଼ିକ ଯାଞ୍ଚ ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗରେ ଅଧିକାରୀ ରହିଛନ୍ତି। କିନ୍ତୁ କେବେ ବି କୌଣସି ଅଧିକାରୀ ସହରରେ ଖାଦ୍ୟ ଯାଞ୍ଚ କରୁନାହାନ୍ତି। ସହରରେ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ ଦୋକାନ ଗଢ଼ିଉଠିଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ମିଥୁନ ସାହାଙ୍କୁ ପଚାରିବାରେ ଆଗାମୀ ଦିନରେ ଫାଷ୍ଟଫୁଡ୍‌ ଦୋକାନଗୁଡ଼ିକରେ ଖାଦ୍ୟ ଯାଞ୍ଚ ହେବା ନେଇ ଯୋଜନା ରହିଛି। ଖୁବ୍‌ଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri