ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର ୨୦ର ମେଡିଆନ (ଡିଭାଇଡର)କୁ ଭାଙ୍ଗି ଦିଆଯାଇଛି। ଏହା ଦ୍ୱାରା ଜାତୀୟ ରାଜପଥର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ବେଳେ ଦୁର୍ଘଟଣା ଘଟିବା ସମ୍ଭାବନା ଦେଖାଦେଇଛି। ଜାତୀୟ ରାଜପଥ ପ୍ରାଧିକରଣର ବିନା ଅନୁମତିରେ ଓ ବେଆଇନ ଭାବରେ ଏଭଳି ମେଡିଆନ ଭଙ୍ଗା ଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଭାଙ୍ଗି ଜାତୀୟ ସମ୍ପତ୍ତି ନଷ୍ଟ କରାଯାଇଥିବାରୁ ଫୌଜଦାରୀ ମାମଲା ରୁଜୁ କରିବା ସହ ଜରିମାନା ଆଦାୟ କରିବାକୁ ଦାବି ହେଉଛି।
ପ୍ରକାଶ ଯେ, ଅସମ୍ପୂର୍ଣ୍ଣ ଓ ତ୍ରୁଟିପୂର୍ଣ୍ଣ ଏନ୍‌ଏଚ ୨୦ ଯୋଗୁ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଏଭଳି ପରିସ୍ଥିତିରେ ବିନା ଜାତୀୟ ରାଜପଥ ପ୍ରାଧିକରଣ ଅନୁମୋତିରେ ପାଖାପାଖି ୧୦୦ ମିଟର ଡିଭାଇଡରକୁ ଭଙ୍ଗାଯାଇଛି। ଘଟଣା ରାସ୍ତାରେ ଯାତାୟାତ କରୁଥିବା ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଗାଡ଼ି ଜାଣି ମଧ୍ୟ ଚୁପ ରହିବା ସନ୍ଦେହକୁ ଅଧିକ ଘନିଭୂତ କରୁଛି। ଅନ୍ୟପକ୍ଷେ ଉକ୍ତ ସ୍ଥାନ ନିକଟରେ ହାତୀମାନଙ୍କର ଏକ ଚଲାପଥ ରହିଥିବାରୁ ବନ ବିଭାଗ ପକ୍ଷରୁ ସତର୍କ ଫଳକ ଲଗାଯାଇଛି। ଏହା ସତ୍ୱେ ଉକ୍ତ ପମ୍ପକୁ ଅନୁମତି ଦିଆଯାଇଥିବାରୁ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଥିଲା। ଏବେ ଏଭଳି ଡିଭାଇଡର ଭଙ୍ଗାଯାଇ ଗୋଟିଏ ପାର୍ଶ୍ୱରୁ ଗାଡ଼ି ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ଫଳରେ ଉଭୟ ଗାଡ଼ି, ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପ୍ରତୀ ବିପଦ ସମ୍ଭାବନାଥିବା ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି। ଏଭଳି ଘଟିଲେ ଉଭୟ ପମ୍ପ ମାଲିକ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଦାୟୀ ରହିବେ ବୋଲି ମାଝୀ କହିଥିଲେ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଏଏସ ରାଓ କହିଛନ୍ତି, ଡିଭାଇଡର ଭାଙ୍ଗିବା ପାଇଁ ଅନୁମତି ଦିଆଯାଇ ନାହିଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?