ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ୯ ଛାତ୍ରୀ ଅସୁସ୍ଥ

ପୁରୀ ଅଫିସ, ୨୭ା୧୨:ଶ୍ରୀମନ୍ଦିରରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ପ୍ରାୟ ୭୦ଜଣ ଛାତ୍ରୀଙ୍କ ମଧ୍ୟରୁ ୯ରୁ ଊର୍ଦ୍ଧ୍ୱ ଛାତ୍ରୀ ଭିଡ଼ ଯୋଗୁ ବାଇଶିପାହାଚ ନିକଟରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ହୃଦାନନ୍ଦ ହାଇସ୍କୁଲରୁ ୭୦ଜଣ ଛାତ୍ରୀ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ବୁଲାବୁଲି ସାରି ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡରେ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ରହିବା ପରେ ପରେ ଶ୍ରୀମନ୍ଦିର ବାଇଶିପାହଚ ନିକଟରେ ପହଞ୍ଚତ୍ଥିଲେ। ତେବେ ଗହଳି ଯୋଗୁ ୯ରୁ ଊର୍ଦ୍ଧ୍ୱ ଛାତ୍ରୀ ବାଇଶିପାହାଚ ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ଏମାନେ ଅଚେତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ଯୋଗୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି। ଶ୍ରୀମନ୍ଦିର ମଧ୍ୟରେ ପ୍ରବଳ ଭିଡ଼ ରହୁଛି। ଶ୍ରୀମନ୍ଦିର ବାଇଶିପାହାଚ ଦେଇ ଛାତ୍ରୀମାନେ ଯିବାବେଳେ ପ୍ରଥମେ ୬ ଜଣ ଓ କିଛି ସମୟ ପରେ ଆଉ ୩ଜଣ ଛାତ୍ରୀ ବେହୋସ୍‌ ହୋଇପଡ଼ିଥିଲେ। ଅଚେତ ଛାତ୍ରୀଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ଛାତ୍ରୀମାନଙ୍କ ମଧ୍ୟରେ ସୁଭଦ୍ରା ଦାସ, ଲିଜା ଟୁଡୁ, କ୍ରିଷ୍ଣା ପରିଡା, ଇତିଶ୍ରୀ ଜେନା, ବିଷ୍ଣୁପ୍ରିୟା ବେହେରା, ବର୍ଷାରାଣୀ ପରିଡା, ରଶ୍ମିତା ସାହୁ ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ରହିଛନ୍ତି। ଏମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ଥିବା ସୂଚନା ମିଳିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମରିଚିକୋଟ୍‌ ଛକରୁ ସିଂହଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଛି। ଉକ୍ତ ବ୍ୟାରିକେଡ ଦେଇ ଦେଇ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ତେବେ ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି। ତେଣୁ ଏପରି ଅଘଟଣକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri