ଚିନାବାଦାମ ଚାଷୀଙ୍କୁ ବିହନ, କୃଷି ଯନ୍ତ୍ରପାତି ମିଳୁନି

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ କୃଷି ବିଭାଗର ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ବିଭାଗ ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସିଯାଉଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟଛେଲା ଓ ରାମନଗର ପଞ୍ଚାୟତର ଅର୍ଥକରୀ (ତୈଳବୀଜ) ଚିନାବାଦାମ ଚାଷୀ। ଏହି ପଞ୍ଚାୟତର ବି.ବି. କଲୋନୀ (ଆଖୁଗଡ଼ା)ର କେତେକ ବାଦାମ ଚାଷୀ ସରକାରୀ କୃଷି ବିଭାଗ କର୍ମଚାରୀଙ୍କୁ ରିହାତି ଦରରେ ବାଦାମ ବିହନ ଯୋଗାଣ ପାଇଁ ନିଦେଦନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ଯୋଗାଇବାରେ ବିଭାଗ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି। ଏହି ବାଦାମ ଚାଷରେ ଏକର ପ୍ରତି ୨୦ରୁ ୨୫ ହଜାର ଟଙ୍କା ବ୍ୟୟ ହେଉଛି। ସେହିପରି ଜମିରେ ହଳ, କୀଟନାଶକ ଔଷଧ, ଚୂନ, ସାର ପ୍ରୟୋଗ କରି ଜମିକୁ ପ୍ରସ୍ତୁତ କରିବାକୁ ପଡୁଛି। ସରକାରୀ ବାଦାମ ବିହନକୁ ଚାହିଁ ଚାହିଁ ସମୟ ଗଡିଯିବାରୁ ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ଚଢ଼ା ଦରରେ କିଲୋ ପ୍ରତି ଶହେ ଟଙ୍କାରୁ ଅଧିକ ମୂଲ୍ୟରେ କିଣି ଚାଷ କରୁଛୁ ବୋଲି ଜଗଦୀଶ ଦେବନାଥ, ହାରାଧନ ଦେବନାଥ, ସୁମଙ୍ଗଳ ଦେବନାଥ, ମଧୁ ଦେବନାଥ, ସୁଧୀର ଦେବନାଥ, ସୁଶୀଳ ଦେବନାଥ, ସମର ଦେବନାଥ, ସମୀର ଦେବନାଥ, ହରେକୃଷ୍ଣ ଦେବନାଥ କହିଛନ୍ତି।
ଅନ୍ୟପକ୍ଷରେ ବି.ବି. କଲୋନୀ ଗ୍ରାମର ଚିନାବାଦାମ କ୍ଷେତକୁ ଜଳସେଚନ ସୁବିଧା ନାହିଁ। ଚାଷୀ ନିଜସ୍ବ ଉଦ୍ୟମରେ ସ୍ୟାଲୋ ପମ୍ପସେଟ୍‌ ଓ ଚୁଆ ଖୋଳି ଜଳସେଚନ ସୁବିଧା କରାଉଛନ୍ତି। ସରକାରଙ୍କ ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଜନା ବେନାମୀ ଚାଷୀମାନେ ହାତଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଯଥା -ପମ୍ପସେଟ୍‌, ଔଷଧ ସିଞ୍ଚନ ମେଶିନ୍‌, ଚିନାବାଦାମ ମଞ୍ଜି ବୁଣିବା ଯନ୍ତ୍ର, ଟ୍ରାକ୍ଟର, ପାୱାରଟିଲର ଆଦି ଯୋଗାଣରେ ବ୍ଲକ କୃଷି ବିଭାଗ ବିଫଳ ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ସରକାରୀ ନିୟମ ଅନୁସାରେ, ଚାଷୀଙ୍କୁ ରିହାତି ଦରରେ କୃଷି ଯନ୍ତ୍ରପାତି ନ ମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ହଳ ଲଙ୍ଗଳକୁ ଭରସା କରିଛନ୍ତି ବୋଲି ବୁଦ୍ଧିରାମ ଦେବନାଥ କହିଛନ୍ତି। ଏ ନେଇ ମାର୍ଶାଘାଇ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ ବାଦାମ ବିହନ ଉପଲବ୍ଧ ହୋଇପାରୁନି। ଆଗୁଆ ପ୍ରି-ବୁକିଂ କଲେ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri