ଏନ୍‌ଏଚ୍‌ କଡ଼ରେ ଲାଗୁଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳ ଦେଇ ୨ ଜାତୀୟ ରାଜପଥ(ଏନ୍‌ଏଚ୍‌) ୧୬ ଓ ୨୦ ନମ୍ବର ଅତିକ୍ରମ କରିଛି। ମାତ୍ର ଏହି ୨ ରାଜପଥ କଡ଼ରେ ବେଆଇନ ଭାବେ ଘରୋଇ ପଚାରପତ୍ର ଲାଗୁଛି। ଫଳରେ ରାଜପଥର ଉଭୟ ପାର୍ଶ୍ୱସ୍ଥ ସ୍ଥାନଗୁଡିକ ଘରୋଇ ପ୍ରଚାରପତ୍ରରେ ଜବରଦଖଲ ହୋଇଛି। ରାଜପଥ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ୍‌ ଓ ଖାଲି ସ୍ଥାନଗୁଡ଼ିକରେ ମାଳମାଳ ଘରୋଇ ପ୍ରଚାରପତ୍ର ଲାଗିଥିବା ଦୃଶ୍ୟମାନ ହେଉଛି। ରାଜନେତା, ସଂଗଠକ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର ପାଇଁ ବ୍ୟାନର ଓ ହୋଡିଂ ଲଗାଯାଉଛି। ଏହିଭଳି ସ୍ଥିତି ଗାଡ଼ି ଚାଳକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ରାସ୍ତା ପାର୍ଶ୍ୱର ବଡ଼ ବ୍ୟାନର ଓ ହୋଡିଂଗୁଡିକ ଚାଳକଙ୍କ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ବ୍ୟାନରର ତୈଳ ଫଟୋ ଚିତ୍ର ଉପରେ ଗାଡ଼ିର ଆଲୋକ ପଡ଼ିଲେ ପ୍ରତିଫଳ ସୃଷ୍ଟି ହେଉଛି, ଯଦ୍ଦ୍ବାରା ଚାଳକମାନେ ଗାଡ଼ି ଚଳାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଡ଼ିମୋଟର ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେବା ଢେର ସମ୍ଭାବନା ରହିଛି। ଏ ଦିଗରେ ପ୍ରଶାସନର ନୀରବତାରୁ ଘରୋଇ ବିଜ୍ଞାପନଦାତା ବେଶ୍‌ ଫାଇଦା ଉଠାଉଛନ୍ତି। ତେଣୁ ବେଆଇନ ଭାବରେ ଲାଗିଥିବା ହୋଡିଂଗୁଡିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସୂଚନା ମୁତାବକ, ୧୬ ନଂ. ଜାତୀୟ ରାଜପଥର ବାରବାଟୀଠାରୁ ଖଣ୍ଡିତର ଓ ୨୦ ନଂ. ଜାତୀୟ ରାଜପଥର କୁଆଖିଆଠାରୁ ହରିପୁର ବାଜର ପର୍ଯ୍ୟନ୍ତ ବ୍ଲକ ପରିସୀମା ରହିଛି। ୧୬ ନଂ. ଜାତୀୟ ରାଜପଥ ଉପରିସ୍ଥ ଏହି ଅଞ୍ଚଳ ମଧ୍ୟରେ ବାରବାଟୀ, ଗୋପାଳପୁର, ମୂଳାପାଳ, ଦୁର୍ଗାପୁର, କୁଆଖିଆ ବାଜର, ସତ୍‌ସଙ୍ଗ ବିହାର ଭଳି ସ୍ଥାନରେ ଛୋଟବଡ଼ ବଜାରମାନ ରହିଛି। ରାଜପଥ ଓ ଆପ୍ରୋଚ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ରାଜପଥ ନିର୍ମାଣ ଓ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ପକ୍ଷରୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏଥିସକାଶେ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଗୁଡ଼ିକୁ ଘରୋଇ ପ୍ରଚାରପତ୍ର ଲଗାଇବାରେ ବ୍ୟବହାର କରାଯାଉଛି। ବିଶେଷକରି ନବବର୍ଷ-୨୦୨୩ ସକାଶେ ବିଭିନ୍ନ ରାଜନୈତିକ ଦଳର ନେତା ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ବ୍ୟାନର ଏଠାରେ ଲଗାଇଛନ୍ତି। ଅନ୍ୟପକ୍ଷରେ ୨୦ ନଂ. ଜାତୀୟ ରାଜପଥର କୁଆଖିଆ ବଜାର, ସାରଙ୍ଗପୁର, ମୁଗୁପାଳ, ଗୋବିନ୍ଦପୁର, ହରିପୁର ଆଦି ସ୍ଥାନରେ ଏକାଧିକ ବ୍ୟାନର ଓ ହୋଡିଂ ଲଗାଯାଇଥିବା ଦେଖାଯାଉଛି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନ ଥିବା ଜଣାଯାଇଛି। ବିନା ଅନୁମତିରେ ରାଜପଥ ଉପରିସ୍ଥ କୌଣସି ସ୍ଥାନ ଅଥବା ପାର୍ଶ୍ୱସ୍ଥ କୌଣସି ଜମିକୁ ବ୍ୟବହାର ଦଣ୍ଡନୀୟ ଅପରାଧ ବୋଲି କହୁଯାଉଛି। ହେଲେ ବିନା ଅନୁମତିରେ ଲୋକେ କିପରି ଏସବୁକୁ ବ୍ୟବହାର କରୁଛନ୍ତି ତହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ଜେ.ପି. ବର୍ମାଙ୍କୁ ପଚାରିବାରେ ରାଜପଥ କଡ଼ରେ କୌଣସି ପ୍ରଚାର ପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ଏ ଦିଗରେ ସ୍ଥାନୀୟ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଲୋକାଲ ଥାନାକୁ ଚିଠି ଜରିଆରେ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ମତ ରଖଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri