ବିକାଶଠାରୁ ବିନାଶ ବଳି ପଡୁଛି

ଯାଜପୁରର ଅଫିସ,୧୬ା୧:ଯାଜପୁର ଜିଲାରେ ଯେଉଁ ପରିମାଣରେ ବିକାଶ ହେଉଛି ତାହାର ବହୁ ଗୁଣ ଅଧିକ ବିନାଶ ହେବାରେ ଲାଗିଛି। ଶିଳ୍ପ, ଖଣି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି ଭଳି କେତେକ କ୍ଷେତ୍ରକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଉପରୋକ୍ତ ବିଭାଗଗୁଡିକୁ ବର୍ଷକୁ ବର୍ଷ ଆଶାନୁରୂପ ଅନୁଦାନ ଆସୁଥିବାବେଳେ ଠିକାଦାରି ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି ା ଏହାସହ ଜିଲା ପ୍ରଶାସନର ସ୍ଥାଣୁତା ବିକାଶରେ ବାଧକ ସାଜିଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା ଖଣି ଅଞ୍ଚଳ ପାଇଁ ଯାଜପୁରକୁ ସମୃଦ୍ଧ ଜିଲା ଭାବେ ଗଣତି କରାଯାଉଛି। କିନ୍ତୁ ସେହି ତୁଳନାରେ ନିୟମିତ ସ୍ଥାନୀୟ ନିଯୁକ୍ତ ନିରାଶାଜନକ ରହିଛି ା ଏବେ ବି ଜିଲାରେ ୫୦ ହଜାରରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ବେକାର ରହିଛନ୍ତି ା ସର୍ବାଧିକ ଅଣଓଡ଼ିଆ ଠିକାସଂସ୍ଥାଙ୍କ ଜରିଆରେ ଚାଲିଥିବା ଶିଳ୍ପ କାରଖାନାଗୁଡ଼ିକରେ ରାଜ୍ୟ ବାହାର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ନିଜ ଇଚ୍ଛାରେ ଶ୍ରମିକଙ୍କୁ ଛଟେଇ ଏବଂ ପରେ ଅଶାନ୍ତି ଜିଲାର ଶାନ୍ତ ବାତାବରଣକୁ କଳୁଷିତ କରୁଛି। ଏହା ବିରୋଧରେ କେହି ସ୍ବର ଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ସ୍ଥାନୀୟ ନେତୃବର୍ଗ ନୀରବ। ଏକାଧିକ ସଙ୍ଗଠନ ରହିଥିଲେ ବି କାହା ସ୍ବାର୍ଥରେ ପ୍ରତିବାଦ କରାଯାଉନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଯଦି କଁା ଭଁା କୌଣସି ସଙ୍ଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଥରେ ଆନ୍ଦୋଳନ ହେଉଛି ପରବର୍ତ୍ତୀ ସମୟରେ ସେମାନଙ୍କ ଦେଖା ମିଳେ ନାହିଁ। ଫଳରେ ଶିଳ୍ପ ଓ ଖଣି କମ୍ପାନୀଗଡ଼ିକଙ୍କ ମନମାନି ଏତେ ବଢିଛି ଯେ ସେମାନେ ଆଉ କାହାରିକୁ ଖାତିର କରୁନାହାନ୍ତି ବୋଲି ମତପ୍ରକାଶ ପାଉଛି।
ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ଜିଲା ବହୁ ପଛରେ ରହିଛି ା ବିଶେଷଜ୍ଞ ଡାକ୍ତର ପଦବୀ ଅଭାବ ଏହାକୁ ଦ୍ୱିଗୁଣିତ କରିଛି ା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଯାଜପୁର ରୋଡ୍‌ ସହରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପ୍ରତିଶ୍ରୁତି ପ୍ରାୟ ଏକ ଦଶନ୍ଧି କାଳ ଅତିକ୍ରାନ୍ତ ହୋଇ ସାରିଛି। ଏହାର ସୁଯୋଗରେ ପ୍ରାୟ ଔଷଧ ଦୋକାନଗୁଡିକ ବେସରକାରୀ ଡାକ୍ତରଖାନାରେ ପରିଣତ ହୋଇଛି। ଏକ ସୁପରସ୍ପେଶାଲିଟି ଡାକ୍ତରଖାନା ପାଇଁ କେହି ଲୋକପ୍ରତିନିଧି ଚେଷ୍ଟା କରୁନାହାନ୍ତି ା
ପର୍ଯ୍ୟଟନ କ୍ଷେତ୍ରରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ ଏନ୍‌ଜିଟି ଜାଲରେ ପଡିଛି। ତେଣୁ ଆଗକୁ ପ୍ରାୟ ୭୦୦ ବର୍ଷର ପୁରୁଣା ବ୍ୟାସ ସରୋବର ମେଳା ଅନୁଷ୍ଠିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦର ବିଜେଡି କାଉନସିଲର ପାର୍ଥସାରଥି ନାୟକ ବ୍ୟାସ ସରୋବର ମେଳା କିମ୍ବା ବ୍ୟାସ ସରୋବର ବିକାଶ କାର୍ଯ୍ୟକୁ ବନ୍ଦ କରିବା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସେ ବିଜେଡିରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହାବାଦ ରନତ୍ଗିରି, ଉଦୟଗିରି, ଲଳିତଗିରି, ଲାଙ୍ଗୁଡିି, ଓଳାଶୁଣି, ମହାବିନାୟକ, ଚଣ୍ଡିମନ୍ଦିର, ହାଟିଆଶୁଣି, ଦେଉଳି ଆଦି ପର୍ଯ୍ୟଟନସ୍ଥଳୀର ବିକାଶ କାଯର୍‌ୟ ଆଶାନୁରୂପ ହୋଇପାରିନାହିଁ।
ଖଣି ପ୍ରଭାବିିତ ସୁକିନ୍ଦା ଅଞ୍ଚଳ ସମେତ ଦାନଗଦି, ବଡ଼ଚଣା, ଧର୍ମଶାଳା, ରସୁଲପୁର, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ଲୋକଙ୍କ ପାଇଁ ୮ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଏଥିପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଛି। ଅଣଓଡ଼ିଆ ଠିକାସଂସ୍ଥାଗୁଡିକୁ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି। ହେଲେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଫଳରେ ସ୍ବଚ୍ଛ ପାନୀୟ ଜଳ ପାଇବା ଜିଲାବାସୀଙ୍କ ପାଇଁ କଷ୍ଟକର ହୋଇଛି। ଏହାସହ ୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ନିର୍ମାଣାଧୀନ ୧୨ଟି ଉଠା ଜଳସେଚନ ପ୍ରକଳ୍ପରୁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ।
ଚଣ୍ଡୀଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏହା ମରଣଯନ୍ତା ପାଲଟିଛି। ପ୍ରାୟ ପ୍ରତ୍ୟେକ ମାସ ୨ ରୁ ୩ ଜଣଙ୍କ ଦୁର୍ଘଟଣାରେ ଜୀବନ ଯାଉଛି। ଏହିସବୁ ଅବହେଳାଗୁଡ଼ିକର ସମାଧାନ କରିବାକୁ ଜିଲା ପ୍ରଶାସନ ପାଖରେ ସମୟ ନ ଥିବା ମନେ ହେଉଛି। ତେଣୁ ମିଳିତ ମଞ୍ଚ, ନାଗରିକ କମିଟି ଆଦି ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବର ଏବଂ ଜାତୀୟ ରାଜପଥ ମାମଲା ଏନ୍‌ଜିଟିରେ ବିଚାରାଧୀନ ରହିଛି। ତଥାପି କେତେକାଂଶରେ କାମ ଚାଲିଛି। ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ରହିଛି। ମେଗା ଉଠାଜଳସେଚନ ପ୍ରକଳ୍ପ କାମ ସମ୍ପର୍କରେ ତାଙ୍କ ଧାରଣା ନାହିଁ, ରିପୋର୍ଟ ଦେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?