ବ୍ରହ୍ମବରଦା ବ୍ରାହ୍ମଣୀ ସେତୁରେ ଜମୁଛି ବାଲି, ବଢୁଛି ଦୁର୍ଘଟଣା

ବ୍ରହ୍ମବରଦା,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଓ ମହେଶ୍ୱପୁର ପଞ୍ଚାୟତରେ ଲଘୁଖଣିଜ୍ୟ ପରିବହନ ସମୟରେ ମହେଶ୍ୱରପୁର ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ସେତୁ ଉପରେ ଚାଖଣ୍ଡେ ମୋଟ ବହଳର ବାଲି ଜମି ହୋଇ ରହିଛି। ଫଳରେ ସେତୁ ଉପରେ ବାଇକ୍‌ ଓ ସାଇକେଲ ଚାଳକ ଯାତାୟାତ କରୁଥିବା ସମୟରେ ବାଲି ଉଡ଼ି ଆଖିରେ ପଡ଼ିବାରୁ ଦୁର୍ଘଟଣା ଘଟୁଛି। ବ୍ରହ୍ମବରଦା, ମହେଶ୍ୱରପୁର ଓ ବନ୍ଧଡ଼ିହ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ବେଆଇନ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ଫଳରେ ସରକାର ଏଠାରୁ ବିପୁଳ ଟଙ୍କାର ରାଜସ୍ବ ହରାଉଛନ୍ତି। ଏଥିସହିତ ଭାରିଯାନ ଯାତାୟାତ ଫଳରେ ରାସ୍ତା ଫାଟି ଆଁ କଲାଣି। ଭାରିଯାନରେ ଆବଶ୍ୟକତାଠାରୁ ଅତ୍ୟଧିକ ପରିମାଣ ବାଲି ପରିବହନ ହେବା ଫଳରେ ରାସ୍ତା ଉପରେ ବାଲି ଗଦା ହେଉଛି। ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନଗୁଡ଼ିକରେ ବାଲି ଉଡ଼ି ପଡୁଛି। ଦିନରେ ଭାରିଯାନ ଯାତାୟାତ ଫଳରେ ରାସ୍ତା ଜାମ ହେବାର ମଧ୍ୟ ଦେଖିବାକୁ ମିଳୁଛି। ବାଲି ପରିବହନ କରୁଥିବା ଭାରିଯାନର ଚାଳକଙ୍କ ଖାମଖିଆଲ ମନୋଭାବ ଯୋଗୁ ରାସ୍ତା ଉପରେ ହେଉ କି ସେତୁ ଉପରେ ହେଉ ବାଲି ପଡୁଛି। ସେତୁ ଉପରେ ପଡ଼ିଥିବା ବାଲିକୁ ପ୍ରଶାସନ ପକ୍ଷରୁ ସଫା କରାଯାଉନାହିଁ। ଯଦ୍ଦ୍ବାରା ବାଇକ୍‌ ଓ ସାଇକେଲ ଆରୋହୀ ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତିି।
ଏଣୁ ବାଲି ପରିବହନ କରୁଥିବା ଯାନବାହନ ବାଲିକୁ ଘୋଡ଼ାଇ ନେବା ଏବଂ ଓଭର ଲୋଡିଂ ପରିବହନ ବନ୍ଦ କରିବାକୁ ଦାବି ହୋଇଛି। ଏହା ନ ହେଲେ ଆଗକୁ ଦୁର୍ଘଟଣା ବଢିବା ଆଶଙ୍କାକୁ ଆଡ଼େଇ ଦିଆଯାଇ ନ ପାରେ। ତତ୍‌ସହିତ ଦିନ ସମୟରେ ବାଲି ପରିବହନ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ଦିଗରେ ରସୁଲପୁର ତହସିଲଦାର ଦୃଷ୍ଟିଦେବାକୁ ସେମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri