ବ୍ରହ୍ମବରଦା ବ୍ରାହ୍ମଣୀ ସେତୁରେ ଜମୁଛି ବାଲି, ବଢୁଛି ଦୁର୍ଘଟଣା

ବ୍ରହ୍ମବରଦା,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଓ ମହେଶ୍ୱପୁର ପଞ୍ଚାୟତରେ ଲଘୁଖଣିଜ୍ୟ ପରିବହନ ସମୟରେ ମହେଶ୍ୱରପୁର ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ସେତୁ ଉପରେ ଚାଖଣ୍ଡେ ମୋଟ ବହଳର ବାଲି ଜମି ହୋଇ ରହିଛି। ଫଳରେ ସେତୁ ଉପରେ ବାଇକ୍‌ ଓ ସାଇକେଲ ଚାଳକ ଯାତାୟାତ କରୁଥିବା ସମୟରେ ବାଲି ଉଡ଼ି ଆଖିରେ ପଡ଼ିବାରୁ ଦୁର୍ଘଟଣା ଘଟୁଛି। ବ୍ରହ୍ମବରଦା, ମହେଶ୍ୱରପୁର ଓ ବନ୍ଧଡ଼ିହ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ବେଆଇନ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ଫଳରେ ସରକାର ଏଠାରୁ ବିପୁଳ ଟଙ୍କାର ରାଜସ୍ବ ହରାଉଛନ୍ତି। ଏଥିସହିତ ଭାରିଯାନ ଯାତାୟାତ ଫଳରେ ରାସ୍ତା ଫାଟି ଆଁ କଲାଣି। ଭାରିଯାନରେ ଆବଶ୍ୟକତାଠାରୁ ଅତ୍ୟଧିକ ପରିମାଣ ବାଲି ପରିବହନ ହେବା ଫଳରେ ରାସ୍ତା ଉପରେ ବାଲି ଗଦା ହେଉଛି। ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନଗୁଡ଼ିକରେ ବାଲି ଉଡ଼ି ପଡୁଛି। ଦିନରେ ଭାରିଯାନ ଯାତାୟାତ ଫଳରେ ରାସ୍ତା ଜାମ ହେବାର ମଧ୍ୟ ଦେଖିବାକୁ ମିଳୁଛି। ବାଲି ପରିବହନ କରୁଥିବା ଭାରିଯାନର ଚାଳକଙ୍କ ଖାମଖିଆଲ ମନୋଭାବ ଯୋଗୁ ରାସ୍ତା ଉପରେ ହେଉ କି ସେତୁ ଉପରେ ହେଉ ବାଲି ପଡୁଛି। ସେତୁ ଉପରେ ପଡ଼ିଥିବା ବାଲିକୁ ପ୍ରଶାସନ ପକ୍ଷରୁ ସଫା କରାଯାଉନାହିଁ। ଯଦ୍ଦ୍ବାରା ବାଇକ୍‌ ଓ ସାଇକେଲ ଆରୋହୀ ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତିି।
ଏଣୁ ବାଲି ପରିବହନ କରୁଥିବା ଯାନବାହନ ବାଲିକୁ ଘୋଡ଼ାଇ ନେବା ଏବଂ ଓଭର ଲୋଡିଂ ପରିବହନ ବନ୍ଦ କରିବାକୁ ଦାବି ହୋଇଛି। ଏହା ନ ହେଲେ ଆଗକୁ ଦୁର୍ଘଟଣା ବଢିବା ଆଶଙ୍କାକୁ ଆଡ଼େଇ ଦିଆଯାଇ ନ ପାରେ। ତତ୍‌ସହିତ ଦିନ ସମୟରେ ବାଲି ପରିବହନ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ଦିଗରେ ରସୁଲପୁର ତହସିଲଦାର ଦୃଷ୍ଟିଦେବାକୁ ସେମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?