ଘରକରଣା ସାମଗ୍ରୀ କିଣିବାକୁ ଭିଡ଼

ପ୍ରୀତିପୁର,୧୬ା୧(ଡି.ଏନ୍‌.ଏ.):ବରୁଣେଶ୍ୱର ମେଳା ରବିବାର ୨ୟ ଦିନରେ ପହଞ୍ଚତ୍ଥିବା ବେଳେ ମେଳା ବୁଲିବାକୁ ହଜାରହଜାର ସଂଖ୍ୟାରେ ଜନସାଧାରଣଙ୍କ ସୁଅ ଛୁଟିଛି। ମେଳାରେ ଘର କରଣା ସାମଗ୍ରୀ କିଣିବାକୁ ମହିଳାମାନେ ବିଭିନ୍ନ ଷ୍ଟଲ୍‌ରେ ଭିଡ଼ ଜମାଉଛନ୍ତି। ଏହି ଅବସରରେ ମେଳା ପଡ଼ିଆ ମଧ୍ୟରେ ବିଞ୍ଝାରପୁର ବ୍ଲକ ପ୍ରଶାସନ ଦ୍ୱାରା ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ମନ୍ତ୍ରୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ, ଅରେଇ ସରପଞ୍ଚ ସ୍ମୃତି ସମୀକ୍ଷା ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଜୋନସଭ୍ୟ ନନ୍ଦକିଶୋର ସାମଲ, ସଭ୍ୟା ନିନାରାଣୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ମେଳାରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ଷ୍ଟଲ୍‌ ଖୋଲାଯାଇଛି। ଗୋଷ୍ଠୀ ସଦସ୍ୟାମାନେ ନିଜ ଉପତ୍ାଦିତ ସାମଗ୍ରୀମାନ ଏଠାରେ ବିକ୍ରି କରୁଛନ୍ତି। ସେହିପରି ରାଜ୍ୟ ବାହାରୁ ଆସି ଏହି ମେଳାରେ ପସରା ମେଲାଇଥିବା ଶୀତ ବସ୍ତ୍ର, ରାଜସ୍ଥାନୀ ଚୁଡି ଓ କପ୍‌ ପ୍ଲେଟ୍‌ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଛୋଟଛୋଟ ପିଲାମାନେ ଚକ୍ରି ଦୋଳି ନିକଟରେ ଭିଡ ଜମାଉଥିବା ଦେଖାଯାଇଛି। ମନ୍ତ୍ରୀ ମଲ୍ଲିକ ଦିନତମାମ ବରୁଣେଶ୍ୱର ଠାରେ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ବ୍ଲକ ଅଧ୍ୟକ୍ଷା କେତେଜଣ ମହିଳା ସରପଞ୍ଚ ଓ ଜିଲାପରିଷଦ ସଭ୍ୟାଙ୍କ ସହ ବୁଲି ମେଳାକୁ ଉପଭୋଗ କରୁଥିବା ଘଟଣା ତାଙ୍କ ସମର୍ଥକଙ୍କୁ ଉତ୍ସାହିତ କରିଛି। ବିଞ୍ଝାରପୁର ଥାନା ଅଧିକାରୀ ରଞ୍ଜିତ୍‌ କୁମାର ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ବାହିନୀ ଗାଡ଼ିମୋଟର ଯାତାୟାତ ନିୟନ୍ତ୍ରଣ କରିବା ସହିତ ଶାନ୍ତିଶୃଖଳା ବଜାୟ ରଖିବାରେ ତପତ୍ର ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri