ଅସହାୟ ସବିତାଙ୍କୁ ସାତସପନ ସରକାରୀ ସହାୟତା

କାଏମା,୧୬ା୧(ଡି.ଏନ.ଏ.) :ଗରିବ ବିଧବାଙ୍କୁ ସରକାରୀ ସହୟତା ଯୋଜନାରେ ସାମିଲ କରିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଏଥିରୁ ସବିତାଙ୍କ ଅସହାୟ ପରିବାର ବଞ୍ଚିତ ହୋଇଛନ୍ତି। ଧର୍ମଶାଳା ବ୍ଲକ ବଡକାଏମା ପଞ୍ଚାୟତର ଗୋଗଳ ଗ୍ରାମର ଅସହାୟ ବିଧବା ସବିତା ସାମଲଙ୍କ ଛୋଟ ପୁଅ ଓ ଝିଅଙ୍କୁ ନେଇ ତେଲଲୁଣର ସଂସାର। ଆଜକୁ ୧ ବର୍ଷ ୮ ମାସ ହେବ ସ୍ବାମୀ ନରେନ୍ଦ୍ର ସାମଲଙ୍କ ପରଲୋକ ହୋଇ ସାରିଛି ା କିନ୍ତୁ ପ୍ରଶାସନିକ କଳର ଅବହେଳାରୁ ସେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ପାଇ ନାହାନ୍ତି। ନରେନ୍ଦ୍ର ଟ୍ରକରେ ହେଲପର କାମ କରି ମାସିକ ୪ହଜାର ଟଙ୍କା ପାଉଥିଲେ ଏବଂ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ହେଲା ଯେ ଗାଡ଼ିରେ ଯିବା ସମୟରେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସବିତାଙ୍କ ଜମି ଖଣ୍ଡେ ନାହିଁ। ପାହାଡ଼ ପାଦଦେଶରେ ଭଙ୍ଗା କୁଡିଆରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଘର ଖଣ୍ଡେ କରିବାକୁ ସକ୍ଷମ ହୋଇପାରି ନ ଥିଲେ ନରେନ୍ଦ୍ର। ସବିତା ମାଗିଯାଚି ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି । ନରେନ୍ଦ୍ରଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳି ନ ଥିବା ସବିତା ଅଭିଯୋଗ କରିଛନ୍ତି ା ହେଲେ ପୂର୍ବତନ ସରପଞ୍ଚ ଏହାକୁ ମିଥ୍ୟା ବୋଲି କହି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦିଆଯାଇଛି ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ ଅସହାୟ ବନ୍ଧୁ ସଙ୍ଗଠନ ପକ୍ଷରୁ ଏ ବିଷୟର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପହଞ୍ଚି ଆବଶ୍ୟକ କାଗଜ ପତ୍ର ଯାଞ୍ଚ କରିବା ସହ ଯଥା ଶୀଘ୍ର ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ସବିତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri