ଶ୍ରୀମନ୍ଦିରରେ ଠେଲାପେଲା: ୨ ଭକ୍ତ ଆହତ

ପୁରୀ ଅଫିସ, ୧୬ା୧:ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ। ରବିବାର ପ୍ରବଳ ଭିଡ଼ ଯୋଗୁ ଶ୍ରୀମନ୍ଦିର ପରିସରସ୍ଥ ବାହାର କାଠ ନିକଟରେ ଠେଲାପେଲା ଘଟି ୨ଜଣ ଭକ୍ତ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଆହତ ହୋଇଛନ୍ତି। ସେମାନେ ହେଲେ କଟକର ଦିବ୍ୟା ସାହୁ (୧୬) ଓ ପୁରୀ ହାଡ଼ଗଡ଼ିଆ ସାହିର ସୁଲୋଚନା ସାହୁ (୬୫)। ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨୦ ଦିନ ତଳେ ଏଭଳି ଏକ ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ ଚେତିନାହିଁ।
ସୂଚନା ଅନୁଯାୟୀ, ଶନିବାର ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ନୀତି ସରିବା ପରେ ବିଳମ୍ବିତ ରାତି ଅର୍ଥାତ୍‌ ପ୍ରାୟ ୩ଟା ୫୦ରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ସେହିପରି ରବିବାର ସକାଳ ୬ଟା ୩୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ୭ଟା ୩୦ରେ ମଙ୍ଗଳ ଆଳତି କରାଯାଇଥିଲା। ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରି ରହିଥିଲେ। ଦ୍ୱାର ଫିଟିବା ମାତ୍ରେ ଭକ୍ତମାନେ ଦୌଡ଼ାଦୌଡ଼ି ହୋଇ ସିଂହଦ୍ୱାର ଦେଇ ବାଇଶିପାହାଚରେ ଯାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ତେବେ ମଙ୍ଗଳ ଆଳତି ଚାଲୁଥିବାବେଳେ ବାହାରକାଠ ନିକଟରେ ଠେଲାପେଲା ହେବାରୁ କେତେଜଣ ଭକ୍ତ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଠେଲାପେଲାରେ ଦିବ୍ୟା ଓ ସୁଲୋଚନା ଆହତ ହେବା ସହ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ସୁଲୋଚନା କହିଛନ୍ତି, ମଙ୍ଗଳଆଳତି ସମୟରେ ସେ ବାହାର କାଠ ନିକଟରେ ଥିଲେ। ହଠାତ୍‌ ଲୋକଙ୍କ ଗହଳି ହେବାରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କୁ ଅଣନିଃଶ୍ୱାସୀ ଲାଗିଥିଲା ଓ ମୁଣ୍ଡ ବୁଲାଇ ଦେଇଥିଲା। ସେ ଅଚେତ ହୋଇ ତଳେ ପଡ଼ିିଯାଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି। ଏ ନେଇ ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଗହଳି ହୋଇଥିଲା। ଦୁଇଜଣ ଭକ୍ତ ଅଶ୍ୱସ୍ତି ଅନୁଭବ କରି ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଦୁହିଁଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯେଭଳି ଠେଲାପେଲା ପରିସ୍ଥିତି କଥା କୁହାଯାଉଛି ସେଭଳି କିଛି ହୋଇନାହିଁ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୬ରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ହୃଦାନନ୍ଦ ହାଇସ୍କୁଲର ପ୍ରାୟ ୭୦ଜଣ ବିଦ୍ୟାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ। ସେମାନେ ପ୍ରଶାସନ ପକ୍ଷରୁ ନିର୍ମିତ ବ୍ୟାରିକେଡ୍‌ରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବାଇଶିପାହାଚ ପାଖରେ ପହଞ୍ଚତ୍ଥିଲେ। ଏହି ସମୟରେ ପ୍ରବଳ ଭିଡ଼ ଯୋଗୁ ୯ଜଣ ଛାତ୍ରୀ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରିଯାଇଥିଲେ। ତେବେ ଏହି ଘଟଣାର ୨୦ ଦିନ ପରେ ପୁଣି ଶ୍ରୀମନ୍ଦିରରେ ଠେଲାପେଲାରେ ଭକ୍ତ ଅଚେତ ହେବା ଘଟଣା ପ୍ରଶାସନର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri