ଅଭିଯୋଗ ଶୁଣିବା ବଦଳରେ ରାଗିଲେ ବିଡିଓ

ନୂଆଗାଁ,୧୯।୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବିଡିଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ଅନିୟମିତତା ବାବଦରେ ଜଣାଇବାକୁ ମଙ୍ଗଳବାର ଲୋକମାନେ ଯାଇଥିଲେ । ହେଲେ ବିଡିଓ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ବଦଳରେ ରାଗି ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି  ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ଚାହାଳୀ, ଦୁର୍ଦ୍ଦୁରା ଓ ଢେଙ୍କେଣା ପଞ୍ଚାୟତର ବହୁ ମହିଳା,ପୁରୁଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିବାକୁ ନୂଆଗାଁ ବିଡିଓଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ତାଲିକାରେ ନାଁ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେମିତି ତାଲିକାରୁ ନାଁ କଟି ଯାଉଛି, ବର୍ଷ ବର୍ଷ ଧରି ଅପେକ୍ଷା କଲେ ମଧ୍ୟ ଆବାସ ଯୋଜନାରେ ଗୃହ ମିଳୁନାହିଁ। କିଭଳି ତାଲିକାରୁ ଆମର ନାଁ କଟୁଛି ଓ ଅଯୋଗ୍ୟ ହିତାଧିକାରୀ କେମିତି ଘର ପାଉଛନ୍ତି ବୋଲି ବିଡିଓଙ୍କୁ ଲୋକମାନେ ପ୍ରଶ୍ନ କରିଥିଲେ । ଆମ କଥା ନ ବୁଝିଲେ ଆମେ ରାସ୍ତାରେ ବସିବୁ ବୋଲି ଅଭିଯୋଗକାରୀମାନେ କହିଥିଲେ। ଏତିକି କଥାରେ ବିଡିଓ ରାଗି ଯାଇ ଯାଅ ରାସ୍ତାରେ ବସ ବୋଲି କହିଥିଲେ। ବ୍ଲକର କେତେଜଣ କର୍ମଚାରୀ , ୩ ସରପଞ୍ଚଙ୍କ ଉପସ୍ଥିତିରେ ଅଭିଯୋଗକାରୀ ଓ ବିଡିଓଙ୍କ ମଧ୍ୟରେ କଥା କଟାକଟି ପରେ ବିଡିଓ ଉତ୍ତ୍ୟକ୍ତ ହୋଇ ଅଭିଯୋଗକାରୀଙ୍କ ଉପରକୁ ଝାମ୍ପି ପଡିଥିଲେ । ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏ ବାବଦରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ମୋ ପ୍ରକୋଷ୍ଠରେ ଗହଳି କରିବା ସହ ମୋ କଥାକୁ ନ ଶୁଣି ଅଭିଯୋଗକାରୀମାନେ ଅଯଥା ଯୁକ୍ତି କରିଥିଲେ । ସେହି ସମୟରେ ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ । ତାକୁ ବାରଣ କରିବା ପାଇଁ ମୁଁ ଚେୟାରରୁ ଉଠି ମୋବାଇଲକୁ ହାତ ବଢାଇଥିଲି । ସେହି ଦୃଶ୍ୟକୁ ମୋବାଇଲରେ ରେକଡିଂ କରି ଭାଇରାଲ କରାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri