ସରକାରୀ ବିଦ୍ୟାଳୟରେ ସାମାଜିକ ନାଟକ ଉଦ୍‌ଘାଟନ କରି ବିବାଦରେ ବିଧାୟିକା

ବେଗୁନିଆପଡ଼ା,୧୯ା୧(ଡି.ଏନ୍‌.ଏ.): ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍‌ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଭାଜପା।

ସୂଚନା ଅନୁଯାୟୀ, ଗୁରୁବାର କୋଦଳା ନିକଟସ୍ଥ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ ପରିସରରେ ଏକ ସାମାଜିକ ନାଟକ ପରିବେଷଣକୁ ନେଇ ଅଭିଯୋଗ କରିଛି ଭାଜପା। ଅଭିଯୋଗ ଅନୁସାରେ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ କ୍ୟାମ୍ପସ ଭିତରେ ଗୁରୁବାର ଏକ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। ଖୋଦ କବିସୂର୍ଯ୍ୟନଗର ବିଧାୟିକା  ଏହି ନାଟକ ଉଦ୍‌ଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନେ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେବେ ବିଦ୍ୟାଳୟ ହତା ମଧ୍ୟରେ ପ୍ରାଇଭେଟ ଅନୁଷ୍ଠାନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ବାରଣ ରହିଥିବା ବେଳେ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଭାଜପା ଉପସଭାପତି ଅନୀତା ଶୁଭଦର୍ଶନୀ। ଏନେଇ ମେଲ୍‌ ଯୋଗେ ଗଞ୍ଜାମ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟ।ନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେପଟେ ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଅଜାଣତରେ ନାଟକ ହୋଇଥିବା ଏବଂ ଏଥିପାଇଁ କେହି ତାଙ୍କୁ ପଚାରି ନ ଥିବା ସେ କହିଛନ୍ତି। ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏନେଇ ସେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ତେବେ ବିଦ୍ୟାଳୟ ପରିସରରେ ନାଟକ ପରିବେଷଣକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri