ଆମ ଜିଲା ଖବର

ଫଟୋଗ୍ରାଫିକୁ ନିଶା କରିଛନ୍ତି ସୌମ୍ୟଜିତ୍‌

କେନ୍ଦୁଝର,୧୯ା୧: ପାଠପଢ଼ା ସହ ଫଟୋଗ୍ରାଫିକୁ ନିଶା ଭାବେ ଗ୍ରହଣ କରିଛନ୍ତି। ନିଜର କଳା ମାଧ୍ୟମରେ ଅଞ୍ଚଳରେ ଯୁବ ସୁଲଭ ପ୍ରତିଭା ଭାବେ ନିଜକୁ ପରିଚିତ କରିପାରିଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ସହ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଛନ୍ତି।…

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ…

୨୦ ସୁଦ୍ଧା ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ

ଭଦ୍ରକ ଅଫିସ, ୧୯।୧: ସରକାରୀ କର୍ମଚାରୀମାନେ ଚଳିତମାସ ୩୧ ତାରିଖ ମଧ୍ୟରେ ନିଜ ଆଇଡିରେ ଏଚ୍‌ଆର୍‌ଏମ୍‌ଏସ୍‌ (ହ୍ୟୁମାନ ରିସୋର୍ସେସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ପୋର୍ଟାଲରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ଓଡ଼ିଶା ସରକାର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ…

କେନ୍ଦୁଝର ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ଡିଏମ୍‌ଏଫ୍‌

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍‌.ଏଫ୍‌) ପୋଷ୍ୟ ଭାବେ ଗ୍ରହଣ କରିଛି। କାର୍ଯ୍ୟକ୍ରମର ଅଂଶସ୍ବରୂପ ସମସ୍ତ ଚିକିତ୍ସାଧୀନ ଯକ୍ଷ୍ମାରୋଗୀଙ୍କୁ ଡିଏମ୍‌ଏଫ୍‌ ତରଫରୁ ମଙ୍ଗଳବାର ପୁଷ୍ଟିସାର ଖାଦ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି।…

ଓଲଟିଲା ବସ୍‌, ୨୧ ନିର୍ମାଣ ଶ୍ରମିକ ଗୁରୁତର

ରାଜକନିକା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଗଞ୍ଜା ନିକଟରେ ଗୁରୁବାର ସକାଳେ ‘ଦୟାଲ’ ନାମକ ଏକ ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ହୋଇଛନ୍ତି। ୧୮ ଜଣଙ୍କୁ…

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ସବୁଜ ସଙ୍କେତ

କଟକ ଅଫିସ,୧୯ା୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ରହିଥିବା ଅଦାଲତ କଟକଣା ଏବେ ଅପସରି ଯାଉଛି। ଏହି ପୁରସ୍କାର ପ୍ରଦାନ ଉପରେ ଜାରି ହୋଇଥିବା ରହିତାଦେଶ ହଟାଇବା ନିମନ୍ତେ ରାଜ୍ୟ ସରକାର କରିଥିବା ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।…

ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ ସାଗର

କଟକ ଅଫିସ,୧୯ା୧: ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଶ୍ରେୟା ମିଶ୍ର। ଏହି ଅଭିଯୋଗ ଉପରେ ଆପୋସ ବୁଝାମଣା ଲାଗି କଟକ ମହିଳା ଥାନାରେ ହ୍ୟୁମାନ ସାଗର ଓ ଶ୍ରେୟାଙ୍କୁ ହାଜର ହେବାକୁ ଥାନା…

ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା: ଶ୍ରୀଲଙ୍କା ଢାଞ୍ଚାରେ ହେବ ସୌରବାଡ଼

କଟକ ଅଫିସ, ୧୯ା୧: ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେହିପରି ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ ଘେରାଇବା ସମ୍ପର୍କରେ…

ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ପ୍ରକାଶିତ

କଟକ ଅଫିସ,୧୯ା୧: ଚଳିତବର୍ଷର ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ (www.bseodisha.ac.in)ରେ ପରୀକ୍ଷାଫଳ ଉପଲବ୍ଧ। ହାଇସ୍କୁଲ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୪୬ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ…

ଡକାୟତି ଯୋଜନା ଘଟଣା: ୩ ମାସ ପରେ ଜଣେ ଫେରାର ଅଭିଯୁକ୍ତ ଗିରଫ, ଏବେ ବି ଫେରାର ଅଛନ୍ତି ୬ ଜଣ

ବଡ଼ବିଲ,୧୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ମହାଦେବନସା ଅଞ୍ଚଳର ଲକ୍ଷ୍ମଣ…

କୋରାପୁଟରେ ପହଞ୍ଚିଲା ୩୫ ହଜାର କରୋନା ଟିକା, ଆସନ୍ତାକାଲିଠାରୁ ଟିକାକରଣ

କୋରାପୁଟ,୧୮ା୧(ସ୍ବ.ପ୍ର.): କୋରାପୁଟ ଜିଲାରେ ୩୫ ହଜାର କରୋନା ଟିକା ପହଞ୍ଚିଥିବା ବେଳେ ଗୁରୁବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ ଏହା ଜିଲାର ମୁଖ୍ୟ ଚିକିତ୍ସାଳୟ, ମେଡିକାଲ…

ଖଳା ନିର୍ମାଣ ପ୍ରାପ୍ୟ ଦାବିରେ ଆମରଣ ଅନଶନ

କର୍ଲାମୁଣ୍ଡା,୧୮ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ବୁଧବାର କାମରେ ନିୟୋଜିତ ମେଟ୍‌ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?