୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ ରାଶି ଚୋରି ହୋଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କା ନଗଦ ଚୋରି ହୋଇଛି। ବ୍ୟବସାୟୀ କେ. ସାଇ ଶ୍ରୀନିବାସଙ୍କ ବ୍ୟାଙ୍କ କୋଲୋନୀ ପ୍ରଥମ ଲେନ୍‌ରେ ଥିବା ଘରୁ ଏହି ଚୋରି ହୋଇଛି। ପୋଙ୍ଗଲ ପାଇଁ ସପରିବାର ଗାଁକୁ ଯାଇଥିବା ସମୟରେ ଚୋରି ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଘଟଣାରୁ ପ୍ରକାଶ, ବ୍ୟବସାୟୀ ଶ୍ରୀନିବାସ ପୋଙ୍ଗଲ ପାଳନ ପାଇଁ ନିଜ ପରିବାର ସହିତ ୧୫ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟର ପାର୍ବତୀପୁରମ ସହରକୁ ଯାଇଥିଲେ। ବୁଧବାର ନିଜ ଘରକୁ ଫେରି କବାଟ ଖୋଲିବା ପାଇଁ ଯିବା ସମୟରେ ତାଙ୍କ ମୁଖ୍ୟ ଦ୍ବାର ସମେତ ଇଣ୍ଟରଲକ୍‌ ତାଲା କେହି ତାଡ଼ି ଭିତରେ ପଶି ଚୋରି କରିଥିବା ଜାଣିବାକୁ ପାଇଥିଲେ। ତାଲା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଏହି ଚୋରି କରି ନେଇଛନ୍ତି। ଘର ଭିତର ଦୁଇଟି ରୁମ୍‌ରେ ଥିବା ଗଡରେଜ୍‌ ଭାଙ୍ଗି ଭିତରେ ଥିବା ସମସ୍ତ ସୁନା ଓ ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି କରିନେଇଛନ୍ତି। ତେବେ ସେହି ଘରେ ସିସିଟିଭି କ୍ୟାମେରା ନ ଥିବାରୁ ବର୍ତ୍ତମାନ ସମସ୍ୟା ବଢ଼ିଯାଇଛି। ବ୍ୟବସାୟୀ ଶ୍ରୀନିବାସ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତନାଘନା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ହେଲେ ଏତେବଡ଼ ଚୋରି ଘଟଣା ଅନ୍ୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଲଗାତର ଭାବେ ସହର ଭିତରେ ଚୋରି ଓ ରାହାଜାନୀ ବଢୁଥିବା ବେଳେ ପୋଲିସ ନିଷ୍କ୍ରିୟ ଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ସମ୍ପର୍କରେ ପୋଲିସର ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?