ଆନ୍ଦୋଳନକୁ ଓହ୍ଲାଇଲେ ମନ୍ଦିର ସେବାୟତ

ବାରିପଦା ଅଫିସ,୯।୨: ୬୫୦ବର୍ଷର ଐତିହ ବହନ କରୁଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର ପୀଠ ମାଣତ୍ରୀ ବିଜେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତ ଗଣ ଗୁରୁବାର ମନ୍ଦିର ପ୍ରବେଶ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦୀର୍ଘ ଦୁଇବର୍ଷ ଧରି ଅଧପନ୍ତରିଆ ଭାବେ ପଡିଥିବା ମନ୍ଦିର ମେଜିଆ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ସେମାନେ ସମୂହ ଭାବେ ଠାକୁରଙ୍କ ନୀତିକାନ୍ତି ବନ୍ଦରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବତ୍ତୋର ବିଭାଗ ଅଧୀନ ପରିଚାଳିତ ଏହି ମନ୍ଦିରରେ ନିୟୋଜିତ ୭୧ଜଣ ସେବାୟତ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ଜିଲା ଦେବତ୍ତର ବିଭାଗକୁ ବିଭିନ୍ନ ସୁତ୍ରରୁ ମିଳୁଥିବା ରାଜସୱର ସିଂହ ଭାଗ ରାଜସ୍ବ ମାଣତ୍ରୀ ମନ୍ଦିର ପ୍ରଦାନ କରିଥାଏ। ମନ୍ଦିରଟି ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଟଙ୍କା ଟିଏ ଅନୁଦାନ ମିଳିନାହିଁ। ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଅଭାବ ହେତୁ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେବାକୁ ଗଲାଣି। ତେବେ ୨୦୧୯ମସିହାରେ ମନ୍ଦିର ବେଢା ମଧ୍ୟରେ ଥିବା ମେଜିଆ କାମ ଅଧପନ୍ତରିଆ ହୋଇ ଦୁଇ ବର୍ଷ ହେଲା ପଡିରହିଛି। କରୋନା ସଂକ୍ରମଣ ଜନିତ ଦୁଇ ବର୍ଷ ଧରି ମନ୍ଦିରରେ ଜାଗର ଯାତ୍ରା କଟକଣା ମଧ୍ୟରେ ପାଳିତ ହେଇଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୮ତାରିଖରୁ ଦୁଇ ସପ୍ତାହ ବ୍ୟାପି ପାଳିତ ହେବ। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ମେଜିଆ କାମ ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ସେବାୟତଙ୍କ ମଧ୍ୟ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଏନେଇ ମନ୍ଦିର ସେବାୟତଙ୍କ ପ୍ରତିନିଧି ଦଳ ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡାଙ୍କୁ ସାଙ୍ଗରେ ଧରି ସୋମବାର ବାରିପଦା ଠାରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଭେଟି ଦାବି ଜଣାଇଥିଲେ। ଦାବି ଅନୁଯାୟୀ, ମନ୍ଦିରର ମେଜିଆ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନର ବିଧାୟକ ସନାତନ ବିଜୁଳି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ ଅଧାରୁ ବନ୍ଦ କରିବା ଦ୍ୱାରା ଭକ୍ତ ଓ ସେବାୟତ ଉଭୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ସନାତନ ବିଜୁଳି ଏ ଦିଗରେ ପଦକ୍ଷେପ ନେବେ ବୋଲି ମନ୍ଦିର ସେବାୟତଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ବହୁବାର ଅନୁରୋଧ କରିବା ସତ୍ତ୍ବେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ମନ୍ଦିର ଭିତରପାଖର ବିଭିନ୍ନ ସ୍ଥାନ ଖୋଳାହୋଇ ପଡି ଥିବାରୁ ସେଥିରେ ଦୈନିକ ନୀତିକାନ୍ତି ସମ୍ପନ୍ନରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଅତିଶୀଘ୍ର ସମୂହ ସ୍ବାର୍ଥ ରକ୍ଷାପାଇଁ ନିର୍ମାଣ କାର୍ଯ୍ୟ କରୁଥିବା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବିଭାଗଙ୍କୁ ଉକ୍ତ କାର୍ଯ୍ୟର ଅଗ୍ରଗତି ତଥା ସମାପନ ପାଇଁ ଦାବି ଜଣାଇଛନ୍ତି। ତେବେ ଦାବି ପୂରଣ ନହେବାରୁ ସେବାୟତ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲାପାଳ ବିନୀତ ଭରଦ୍ବାଜ ଅଧପନ୍ତରିଆ ଥିବା ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜୟନ୍ତ କୁମାର ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, କେଶବ ଦାସ, ବାବୁଲି ରଣା, ଯୋଗେନ୍ଦ୍ର ଖଟୁଆ, ପଙ୍କଜିନୀ ପଣ୍ଡା ଓ ଭଗବାନ ପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?