ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିହନ ଯୋଗାଣ ସହ ହେକ୍ଟର ପିଛା ସର୍ବାଧିକ ୫୮ ହଜାର ଟଙ୍କା ସବ୍‌ସିଡି ଘୋଷଣା କରିଛନ୍ତି। ତଥାପି ଆଳୁ ଚାଷ ଜିଲାରେ ବୃଦ୍ଧି ବଦଳରେ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଜିଲାରେ ଆଳୁ ମିଶନ ଫେଲ ମାରିଥିବା ଅଭିଯୋଗ ହୋଇଛି।

ଗତବର୍ଷ ଜିଲାରେ ପ୍ରାୟ ୮୮ ହେକ୍ଟର ଜମିରେ କେବଳ ଆଳୁ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୫୯ ହେକ୍ଟର ଚାଷ ହୋଇଛି। ଜିଲାର ୭ଟି ବ୍ଲକ ମଧ୍ୟରୁ କେବଳ ୫ ବ୍ଲକରେ ଆଳୁ ଚାଷ ହୋଇଥିବା ବେଳେ ତିହିଡ଼ି ଓ ଧାମନଗର ବ୍ଲକରେ ଜଣେ ହେଲେ ଚାଷୀ ଆଳୁ ଚାଷ କରିନାହାନ୍ତିି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ୧୩ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିବା ବେଳେ ଭଦ୍ରକରେ ୯.୯୬ ହେକ୍ଟର, ଭଣ୍ଡାରିପୋଖରୀରେ ୩.୩୩ ହେକ୍ଟର ଏବଂ ବାସୁଦେବପୁର ଓ ବନ୍ତ ବ୍ଲକରେ ୬.୬୬ ହେକ୍ଟର ଲେଖାଏ ଜମିରେ ଆଳୁ ଚାଷ ହୋଇଛି। ଚଳିତବର୍ଷ ସରକାରୀ ଭାବେ ଜିଲାରେ ୮୯୯ କୁଇଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ପ୍ରାୟ ୧୦ ହଜାର ମେଟ୍ରିକ ଟନ ଆଳୁ ଉପତ୍ାଦନ ଲକ୍ଷ୍ୟ ରଖାଯାଇଛି। ଘରୋଇ ବଜାର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲାରେ ବାର୍ଷିକ ପ୍ରାୟ ୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଆଳୁର ଆବଶ୍ୟକତା ରହିଛି। ହେଲେ ଜିଲାରେ ନୈରାଶ୍ୟଜନକ ଆଳୁ ଉପତ୍ାଦନ ଯୋଗୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

ରାଜ୍ୟରେ ଗୁରୁତର ଆଳୁ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨୦୧୫-୧୬ ରେ ଆଳୁ ମିଶନ ଆରମ୍ଭ କରିଥିଲେ। ରାଜ୍ୟରେ ବ୍ୟାପକ ଭାବେ ଆଳୁଚାଷ କରିବାକୁ ସରକାରୀ ପ୍ରୋସତ୍ାହନ ସହ ଆଳୁକୁ ଦୀର୍ଘଦିନ ଧରି ସଂରକ୍ଷିତ କରି ରଖିବାକୁ ରାଜ୍ୟବ୍ୟାପୀ ଅଧିକରୁ ଅଧିକ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରୟାସ କରିଥିଲେ। ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ହେଉ ନ ଥିବା ନେଇ ଜିଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ କନ୍ଦ ଜେନା କହନ୍ତି ଆଳୁ ମୁଖ୍ୟତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ କରାଯାଇ ଜାନୁଆରୀ ଫେବୃଆରୀରେ ଅମଳ କରାଯାଇଥାଏ। ହେଲେ ଜିଲାରେ ବିଳମ୍ବିତ ଖରିଫ ଧାନ ଅମଳ ଯୋଗୁ ଚାଷ ବିଳମ୍ବିତ ହେଉଛି। ଫଳରେ ଆଳୁ ଉପତ୍ାଦନ ହ୍ରାସ ପାଉଛି। ଫଳରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ସେପ୍ଟେମ୍ୱର ୧୫ରୁ…

ନୂଆଦିଲ୍‌ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ)…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ମୋଦିଙ୍କ ଫଟୋକୁ ହଟାଇଦେଲା ପାକିସ୍ତାନ: ଲଜ୍ଜାଜନକ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୧।୯: ପାକିସ୍ତାନ ପୁଣି ଥରେ ବିଶ୍ୱ ସମ୍ମୁଖରେ ଏକ ଲଜ୍ଜାଜନକ ମନୋଭାବ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ SCO ଶିଖର ସମ୍ମିଳନୀ ୨୦୨୬ ଗ୍ରୁପ ଫଟୋରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri