ମହିଳାଙ୍କୁ ବଳାତ୍କାର, ହତ୍ୟା

ମଙ୍ଗୁଳି/ଜଗତପୁର, ୯ା୨(ଡି.ଏନ୍‌.ଏ.):ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଛି। ମୃତା ଜଗତପୁର ଷ୍ଟେଶନ ବଜ଼ାର ଅଞ୍ଚଳର ବୋଲି ଜଣାପଡ଼ିଛି। ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା (ନଂ.୬୭/୨୩)ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ରାତି ଅନ୍ଧାର କାରଣରୁ ତଦନ୍ତ ସ୍ଥଗିତ ରହିଥିଲା। ବୁଧବାର ସକାଳୁ ସନ୍ଧାନୀକୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ, ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟେ ଝାଡୁ, ଏକ ବାଲ୍ଟି ଓ ମଗ ଜବତ କରାଯିବା ସହ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି।
ସୂଚନା ଅନୁଯାୟୀ, ମୃତା ମହିଳାଙ୍କ ସ୍ବାମୀ ସ୍ଥାନୀୟ ଏକ ଟ୍ରାନ୍ସପୋର୍ଟ ମାଲିକଙ୍କ ଟ୍ରକ୍‌ ଡ୍ରାଇଭର ଭାବେ କାମ କରନ୍ତି। ସେ ରବିବାର ଅପରାହ୍ନରେ ମାଲ୍‌ ଅନ୍‌ଲୋଡ଼ କରିବାକୁ ପାରାଦୀପ ଯାଇଥିଲେ। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଘରେ ପହଞ୍ଚତ୍ଲା ପରେ ସ୍ତ୍ରୀଙ୍କୁ ନ ପାଇ ଝିଅକୁ ମା’ କୁଆଡ଼େ ଯାଇଛି ବୋଲି ପଚାରିଥିଲେ। ମା’ ସାରୁ ବଜାରକୁ ଯାଇଥିଲା, ହେଲେ ଏଯାଏ ଫେରିନି ବୋଲି ଝିଅ କହିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସ୍ତ୍ରୀ ଘରକୁ ନ ଫେରିବାରୁ ସ୍ବାମୀ ଖୋଜିବାକୁ ବାହାରିଥିଲେ। ବହୁ ଖୋଜାଖୋଜି ପରେ ରାତି ପ୍ରାୟ ୧୧ଟା ବେଳକୁ କେହି ଜଣେ ମହିଳା ଏକ ପରିତ୍ୟକ୍ତ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବାବେଳକୁ ସ୍ତ୍ରୀଙ୍କୁ କେହି ଦୃର୍ବୃତ୍ତ ପିନ୍ଧା ଲୁଗାରେ ଗଳା ଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଏପରି କି ମୃତଦେହ ନିର୍ବସ୍ତ୍ର ଅବସ୍ଥାରେ ପଡ଼ି ରହିଥିବାବେଳେ ତାଙ୍କ ଯୌନାଙ୍ଗରେ କେହି ଦୁର୍ବୃତ୍ତ ଏକ ଝାଡୁ ପୂରେଇ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇଥିବା ଦେଖିବାକୁ ପାଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଅପରପକ୍ଷେ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ କହିବା ହେଲା ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ ତାଙ୍କ ପିନ୍ଧିଥିବା ଲୁଗାରେ ହିଁ ଗଳା ଚିପି ହତ୍ୟା କରାଯାଇଥିତ୍ବା ଜଣାପଡ଼ିଛି। ଟ୍ରକ ଟର୍ମିନାଲକୁ ସବୁବେଳେ ଗାଡ଼ି ଆସୁଥିବାରୁ ସ୍ଥାନଟି ସବୁବେଳେ ଜନ ଗହଳିପୂର୍ଣ୍ଣ ଥାଏ। ଜଣେ ବ୍ୟକ୍ତି ଏଭଳି କାର୍ଯ୍ୟ କରିବା ଅସମ୍ଭବ। ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବାପରେ ହତ୍ୟା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?