୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିଛି ଗଞ୍ଜାମର ୭ ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର ଅଫିସ,୯ା୨: ଆଞ୍ଚଳିକ ରାଜନୈତିକ ଦଳ ବିଜେଡି ଗଠନର ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଛି ୫ ବିଧାନସଭା ନିର୍ବାଚନ। ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ହିଞ୍ଜିଳି, ଭଞ୍ଜନଗର, ପୂର୍ବର ମୋହନା (ବର୍ତ୍ତମାନର ଦିଗପହଣ୍ଡି), ଖଲ୍ଲିିକୋଟ, ଚିକିଟି, ବ୍ରହ୍ମପୁର ଏବଂ ପୂର୍ବର କୋଦଳା (ବର୍ତ୍ତମାନର ପୋଲସରା) ଏହି ୭ ବିଧାନସଭା କ୍ଷେତ୍ର ୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିବା ସହିତ ଦଖଲରେ ରହିଛି। ଅପରପକ୍ଷରେ ଛତ୍ରପୁର, ସୋରଡ଼ା, ଆସିକା, ଗୋପାଳପୁର, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡିରେ ବିଭିନ୍ନ ନିର୍ବାଚନରେ ରାଜନୈତିକ ସ୍ଥିତି ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି। ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଲଗାତର ୫ ଥର ଜିତିବା ସହ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ବିକ୍ରମ କେଶରୀ ଆରୁଖ ମଧ୍ୟ ୨୦୦୦ରୁ ୨୦୧୯ ମଧ୍ୟରେ ବିଜେଡିରୁ ୫ଥର ନିର୍ବାଚିତ ହୋଇ ମନ୍ତ୍ରୀ ଓ ବାଚସ୍ପତି ପଦ ପାଇଛନ୍ତି। ୧୯୯୫ ନିର୍ବାଚନରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ସେହିପରି ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବ ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି କ୍ଷେତ୍ରରୁ ୨୦୦୦ରୁ ୨୦୧୯ ମଧ୍ୟରେ ୫ ଥର ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ମୋହନାରୁ ୨ ଥର ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ସେ ଏକାଧିକ ଥର ମନ୍ତ୍ରୀ ଓ ଶେଷରେ ବାଚସ୍ପତି ହୋଇଥିଲେ।

ଅପରପକ୍ଷରେ ଖଲ୍ଲିକୋଟ ଆସନରୁ ୨୦୦୦ରୁ ୨୦୦୪ ମଧ୍ୟରେ ୨ ଥର ସୁଜ୍ଞାନ ଦେଓ, ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସେଠୀ ୨ ଥର ଏବଂ ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ବିଜେଡି ଗଠନଠାରୁ ଏଯାବତ୍‌ ସେହି ଆସନ ବିଜେଡି ଦଖଲରେ ଅଛି। ସେହିପରି ଚିକିଟିରୁ ଉଷା ଦେବୀ ୨୦୦୦ରୁ ୨୦୧୯ ନିର୍ବାଚନରେ ବିଜେଡିରୁ ଲଗାତର ଭାବେ ୫ ଥର ଜିତିଛନ୍ତି। ସେ ମଧ୍ୟ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ ରେକର୍ଡ କରିଛନ୍ତି। ଜିଲାର କୋଦଳା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହୋଇ ପୋଲସରା ନାମରେ ନାମିତ ହୋଇଛି। ୨୦୦୦ ନିର୍ବାଚନରେ ବିଜେଡିରୁ ରାମକୃଷ୍ଣ ପଟ୍ଟନାୟକ ଜିତିଥିଲେ। ୨୦୦୪ ଓ ୨୦୦୯ରେ ପୋଲସରାରୁ ନିରଞ୍ଜନ ପ୍ରଧାନ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନରେ ଶ୍ରୀକାନ୍ତ ସାହୁ ବିଜେଡି ବିଧାୟକ ହୋଇଛନ୍ତି। ଶ୍ରୀକାନ୍ତ ଏବେ ଶ୍ରମମନ୍ତ୍ରୀ ହୋଇଛନ୍ତି। ବ୍ରହ୍ମପୁର ଆସନରୁ ୨୦୦୦ରୁ ୨୦୧୪ ମଧ୍ୟରେ ବିଜେଡିରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ୨୦୧୯ ନିର୍ବାଚନରେ ବିକ୍ରମ କୁମାର ପଣ୍ଡା ବିଜେଡି ବିଧାୟକ ହୋଇଛନ୍ତି । ତେଣୁ ଏହି ଆସନ ଶାସକ ଦଳ ଅକ୍ତିଆରରେ ରହିଛି।

ବିଜେଡି ଓ ଭାଜପା ମେଣ୍ଟ ଥିବାବେଳେ ଛତ୍ରପୁରରୁ ୨୦୦୦ ନିର୍ବାଚନରେ ରାମଚନ୍ଦ୍ର ପଣ୍ଡା ଭାଜପାରୁ ଏବଂ ସୋରଡ଼ାରୁ ୨୦୦୪ ନିର୍ବାଚନରେ ଭାଜପାରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂଦେଓ ଜିତିଥିଲେ। ମେଣ୍ଟ ଭାଙ୍ଗିବାରୁ ୨୦୦୯ରୁ ୨୦୧୯ ମଧ୍ୟରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଧାୟକ ହୋଇଛନ୍ତି। ସେହିପରି ଛତ୍ରପୁରରୁ ୨୦୦୪ରେ ସିପିଆଇରୁ ନାରାୟଣ ରେଡ୍ଡୀ ଓ ୨୦୦୯ ନିର୍ବାଚନରେ ସିପିଆଇରୁ ଆଦିକନ୍ଦ ସେଠୀ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପ୍ରିୟାଂଶୁ ପ୍ରଧାନ ଓ ୨୦୧୯ ନିର୍ବାଚନରେ ସୁବାସ ଚନ୍ଦ୍ର ବେହେରା ବିଜେଡିରୁ ବିଧାୟକ ହୋଇଛନ୍ତି। ଆସିକା ଆସନରୁ ୨୦୦୦ରେ ଦେବରାଜ ମହାନ୍ତି, ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ସରୋଜ ପାଢ଼ୀ ଜିତିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ପୁଣି ବିଜେଡିରୁ ଦେବରାଜ ମହାନ୍ତି ନିର୍ବାଚିତ ହେବା ପରେ ୨୦୧୯ ନିର୍ବାଚନରେ ବିଜେଡିରୁ ମଞ୍ଜୁଳା ସ୍ବାଇଁ ବିଧାୟିକା ହୋଇଛନ୍ତି।

ଗୋପାଳପୁର ଆସନରୁ ୨୦୦୦ ନିର୍ବାଚନରେ ବିଜେଡିରୁ ରାମଚନ୍ଦ୍ର ସେଠୀ ଜିତିଥିବା ବେଳେ ୨୦୦୪ରେ କଂଗ୍ରେସରୁ ତ୍ରିନାଥ ବେହେରା ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୨୦୧୯ ମଧ୍ୟରେ ଲଗାତର ଭାବେ ପ୍ରଦୀପ ପାଣିଗ୍ରାହୀ ବିଜେଡି ବିଧାୟକ ହୋଇଥିଲେ। ଏବେ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ସେହିପରି କବିସୂର୍ଯ୍ୟନଗର ଆସନରୁ ୨୦୦୦ ନିର୍ବାଚନରେ ସିପିଆଇରୁ ନିତ୍ୟାନନ୍ଦ ପ୍ରଧାନ, ୨୦୦୪ରେ ଲଢ଼ୁ କିଶୋର ସ୍ବାଇଁ ବିଜେଡିରୁ ଜିତିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ସୁଜ୍ଞାନ ଦେଓ ଏବଂ ୨୦୧୯ ନିର୍ବାଚନରେ ଲତିକା ପ୍ରଧାନ ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ନୂଆ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ହେବା ପରେ ୨୦୦୯ ନିର୍ବାଚନରେ କଂଗ୍ରେସରୁ ରମେଶ ଜେନା ଓ ୨୦୧୪ ନିର୍ବାଚନରେ ବିଜେଡିରୁ ନନ୍ଦିନୀ ଦେବୀ ଏବଂ ୨୦୧୯ ନିର୍ବାଚନରେ ପୁଣି କଂଗ୍ରେସରୁ ରମେଶ ଜେନା ବିଧାୟକ ହୋଇଛନ୍ତି। ତେଣୁ ଉପରୋକ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଭିନ୍ନ ସମୟରେ ରାଜନୀତି ବଦଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?