ବନ୍ଦ ହେବାକୁ ବସିଛି ଫାର୍ମାସୀ କଲେଜ

ସାରସକଣା,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ଇନଷ୍ଟିଚ୍ୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନ୍ସ କଲେଜ ଏବେ ବନ୍ଦ ହେବାକୁ ବସିଛି। ଏକଦା ଏହି କଲେଜ ଶିକ୍ଷାଦାନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଥିଲା। ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଅନେକ ଛାତ୍ରୀଛାତ୍ର ଏଠାରେ ପାଠ ପଢ଼ୁଥିଲେ। ଘରୋଇ ଭାବେ ଚାଲିଥିବା ଏହି କଲେଜକୁ ସରକାର ହାତକୁ ନ ନେବାରୁ ଏହା ଏବେ ବନ୍ଦ ହେବା ଅବସ୍ଥାରେ ପହଞ୍ଚତ୍ଛି। ଆଗଭଳି ଆଉ ଛାତ୍ରୀଛାତ୍ର ନାମ ଲେଖାଉ ନ ଥିବାରୁ ଏଠାରେ ନିଯୁକ୍ତ କେତେଜଣ ଅଧ୍ୟାପକ ଚାକିରି ଛାଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ୧୯୮୧ରେ ସୀମାନ୍ତ ସମିତି ଦ୍ୱାରା ଏଠାରେ ଫାର୍ମାସୀ ଶିକ୍ଷା ବିଭାଗର ଡି-ଫାର୍ମ ଶିକ୍ଷା ଆରମ୍ଭ ହୋଇଥିଲା। ୧୯୯୫ରେ ବି ଫାର୍ମାସୀ ଓ ୨୦୦୨ରେ ଏମ୍‌ ଫାର୍ମ ଆରମ୍ଭ ହୋଇଥିଲା। ଶିରିଶ ହୋତା, ହରେକୃଷ୍ଣ ଦାସ, ସୁରେଶ ପଣ୍ଡା, ପରେଶ ବସା ପ୍ରମୁଖ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ପରେଶ ବସାଙ୍କ ଅବଦାନ ଅଧିକ ରହିଥିଲା। ତେବେ ପରେଶ ବସାଙ୍କ ଦେହାନ୍ତ ପରେ ଶିକ୍ଷାନୁଷ୍ଠାନରେ ଅବ୍ୟବସ୍ଥା ଦେଖାଦେଲା। ନୂତନଶିକ୍ଷା ବର୍ଷରେ ଜମି ଅଧିଗ୍ରହଣ ନେଇ ସମସ୍ୟା ସୃଷ୍ଟି ହେବାରୁ ଏଠାରେ ପିଲା ନାମ ଲେଖାଇ ପାରିବେ ନାହିଁ ବୋଲି ଖବର ପ୍ରଚାରିତ ହେଲା। ଫଳରେ ନୂତନ ବର୍ଷରେ ଏଠାରେ ଛାତ୍ରୀଛାତ୍ର ନାମ ଲେଖାଇ ନାହାନ୍ତି। ଭିତ୍ତିିିଭୂମିର ଅଭାବ ରହିଥିବା ସମ୍ପର୍କରେ ମଧ୍ୟ ଫାର୍ମାସୀ କାଉନସିଲ ଅଫ୍‌ ଇଣ୍ଡିଆ (ପି.ସି.ଆଇ.)ରୁ ଚିଠି ଆସିଥିଲା। ଏହା ଜାଣି ଶିକ୍ଷାନୁଷ୍ଠାନର କେତେଜଣ ଅଧ୍ୟାପକ ଅନ୍ୟତ୍ର ଚାକିରି କରିବାକୁ ପଳାଇଯାଉଥିବା ଜାଣିବାକୁ ମିଳିଛି। ସରକାର ଏହି ପୁରାତନ କଲେଜକୁ ହାତକୁ ନେବାକୁ ଅନେକ ପୁରାତନ ଛାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri