୩୨ ବର୍ଷ ବିତିଲା, ସରୁନି ରାସ୍ତା କାମ
ପ୍ରୀତିପୁର,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ରାସ୍ତା କାମ ୩୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନି। ଏଭଳି ଅବହେଳାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ଜରି ଛାନ୍ଦମୁଣ୍ଡ ଗ୍ରାମର ବିସିଜେ ହାଇସ୍କୁଲ…
ସଙ୍କୁଚିତ ହେଉଛି ବୈତରଣୀ
ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ…
ମଧ୍ୟାହ୍ନଭୋଜନରେ ପୋକ, ଚୁଟି
ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ, ସେଥିପାଇଁ ତୃଣମୂଳ ସ୍ତରରେ ସରକାର ବିଦ୍ୟାଳୟକୁ ସରସ ସୁନ୍ଦର କରୁଛନ୍ତି। ୫-ଟି ମାଧ୍ୟମରେ…
ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି
ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣି…
୪ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ଅଭିଯୋଗ
ଚଣ୍ଡିଖୋଲ,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଟକ ଥିବା ଯୁବକ କଟକ ଜିଲା ମାହଙ୍ଗା ଥାନା ପୋଡ଼ାମରେଇ ପଞ୍ଚାୟତ ଅଧୀନ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।…
ସ୍ତ୍ରୀଙ୍କୁ ହତ୍ୟା ନ କରି ୭ ବର୍ଷ ଜେଲ
କେନ୍ଦ୍ରାପଡ଼ା ଅଫିସ,୬ା୧: ପୋଲିସ ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ। କୌଣସି ଅପରାଧ ଘଟିଲେ ତାହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ପୋଲିସ ଠିକ୍ ଢଙ୍ଗରେ ତଦନ୍ତ ନ କରି ଅପରାଧ କରି ନ ଥିବା…
ଏମ୍ସରୁ ଫେରିଲେ ବାଲେଶ୍ୱର ଏମ୍ପି
ବାଲେଶ୍ୱର ଅଫିସ,୬ା୧:ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜରେ ଗତ ସୋମବାର ସନ୍ଧ୍ୟାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଉତ୍ତମ ଚିକିତ୍ସା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ…
ଭିତରକନିକାରେ ପକ୍ଷୀଗଣନା ଆରମ୍ଭ
କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଶୁକ୍ରବାର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ୫ଟି ରେଞ୍ଜ୍ରେ ପକ୍ଷୀଗଣନା ଚାଲିଛି। ୧୭ଟି ଟିମ୍ ଏହି ପକ୍ଷୀଗଣନା…
ବଡ଼ଖେମୁଣ୍ଡି ରାଣୀଙ୍କ ପରଲୋକ
ଦିଗପହଣ୍ଡି,୬ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିର ବଡ଼ଖେମୁଣ୍ଡି ରାଣୀ ତଥା ଯୁବରାଜ ସ୍ବର୍ଗତ ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ଧର୍ମପତ୍ନୀ ପୂର୍ଣ୍ଣେଶ୍ବରୀ ଦେବୀଙ୍କ ୭୪ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମପୁରସ୍ଥିତ ବଡ଼ଖେମୁଣ୍ଡି ବଙ୍ଗଳା ବାସଭବନରେ…
ମେଗା ଲିଫ୍ଟ କେନାଲ ଡିଏମ୍ ୧୧ରୁ ଜଳସେଚନ ଦାବି
କୋକସରା,୫।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ମୁଖିଗୁଡ଼ା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳର ଜମିକୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ ରବି ଋତୁ, ଧାନଚାଷ ପାଇଁ ଡିଏମ୍ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା…
ମଣ୍ଡିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଧାନକିଣା ବାଧାପ୍ରାପ୍ତ
ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାର ୧୩୬ରୁ ଊଦ୍ଧର୍ବ ମଣ୍ଡିରେ ଗୁରୁବାର ୨ ଦଫା ଦାବି ନେଇ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହାଦ୍ୱାରା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି। ସେହିପରି ଧାନ ନ ଉଠିବା ଓ ଅନ୍ୟପକ୍ଷେ କୋହଲା ପାଗକୁ…
ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଗ୍ରାମବାସୀ
ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳରେ ଦୀର୍ଘଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ୮ ଦିନ ହେଲା ଏକ ଗୋଠ ଛଡା ଦନ୍ତା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁ ଲୋକଙ୍କୁ…

