୩ ବର୍ଷରେ ୮କୋଟିର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୨।୨: ଖୋର୍ଦ୍ଧାରେ ବଢ଼ିଚାଲିଛି ନିଶା କାରବାର। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୋଇନ୍ଦା, ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଜିଲା ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ନିଶା କାରବାର ଥମୁନାହିଁ। ଗତ ୩ବର୍ଷରେ ଏନ୍‌ଡିପିଏସ୍‌ରେ ୭୬ଟି ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତି ନେଇ ୧୫୫ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ପୁରୁଷ ୧୩୮ ଓ ମହିଳା ୧୭ ରହିଛନ୍ତି। ୩ବର୍ଷରେ ୮୦୩୬.୩୩ କେଜି ବ୍ରାଉନସୁଗାର ଏବଂ ୭୦୫.୦୭ କେଜି ଗଞ୍ଜେଇ ଜବତ ହୋଇଛି।
୧୮ଟି କେସ୍‌ରେ ୧୪୮କେଜି ୪ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୫କେଜି ୧୩୬ଗ୍ରାମ୍‌ ୯୭୦ଏମ୍‌ଜି ବ୍ରାଉନସୁଗାର ଜବତ କରାଯାଇଛି। ୨୨ଜଣ ପୁରୁଷ ଓ ୩ଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେହିପରି ୨୦୨୧ରେ ୨୧ଟି କେସ୍‌ରେ ୩୧୨.୧୭୫ କେଜି ଗଞ୍ଜେଇ, ୧୨୯୯ ଗ୍ରାମ ୪୯ ଏମଜି ବ୍ରାଉନସୁଗାର ଜବତ ହୋଇଛି। ୩୨ପୁରୁଷ ଓ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ଟଙ୍କା, ୫ଟି କାର, ୧୫ଟି ମୋବାଇଲ ଫୋନ ଜବତ କରାଯାଇଛି। ୨୦୨୨ରେ ୩୭ଟି କେସ୍‌ ରୁଜୁ ହୋଇଛି। ୨୪୪.୪୯୫କେଜି ଗଞ୍ଜେଇ ଓ ୧୫୯୯.୮୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ୮୪ଜଣ ପୁରୁଷ ଓ ୯ଜଣ ମହିଳାଙ୍କୁ ଗିରଫ କରାଯାଇଛି। ୪ଟି ସ୍କୁଟି, ୩ କାର୍‌, ୧୦ ମୋବାଇଲ,୧ଲକ୍ଷ ୯୧ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା, ପୋକିଙ୍ଗ ମେଶିନ ଓ ଗୋଟିଏ ଓଜନ ମେଶିନ ଜବତ କରାଯାଇଛି।
ଗଳାବାଟ ଦେଇ ଆସୁୁଛି
କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧା ସହରକୁ ଆସୁଛି ବ୍ରାଉନସୁଗାର। ଏଠାରୁ ଗ୍ରାମାଞ୍ଚଳ ସମେତ ପଡୋଶୀ ଜିଲାକୁ ପଠାଯାଉଛି। ଖୋର୍ଦ୍ଧା ସହରର ଗୁରୁଜଙ୍ଗ, ସାମନ୍ତରାପୁର, ଠେଙ୍ଗାହାଟ, ବରୁଣେଇ ଶିଳ୍ପାଞ୍ଚଳ ଏବେ ବ୍ରାଉନସୁଗାରର ହବ୍‌ ପାଲଟିଛି। ନିୟମିତ ବ୍ୟବଧାନରେ ଏଠାରୁ ପୁଳା ପୁଳା ବ୍ରାଉନସୁଗାର ଜବତ କରାଯାଉଛି।
ନିଶା ବଳୟରେ ଯୁବପିଢ଼ି
ସହରର ଏକାଧିକ ଯୁବକ ଏହାକୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରିନେଇଛନ୍ତି। ନିଶା ସେବନକାରୀଙ୍କ ସଂଖ୍ୟା ବଢିବା ସହ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢୁଛି। ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଆଶାରେ ଏଥିରେ ପାଦ ଥାପିଥିବା ଯୁବକମାନେ ଏଥିରୁ ବାହାରିବା ପରିବର୍ତ୍ତେ ଏହାକୁ ପେସାଭାବେ ଗ୍ରହଣ କରିନେଇଛନ୍ତି।
ବଢୁଛି ମହିଳାଙ୍କ ସମ୍ପୃକ୍ତି
କେତେକ ଅଞ୍ଚଳରେ ସପରିବାର ଏହି କାରବାରରେ ଲିପ୍ତ ରହୁଥିବା ଜଣାପଡିଛି। କିଛିଦିନ ପୂର୍ବେ ଖୋର୍ଦ୍ଧା ଟାଉନ ପୋଲିସ ଗୋଟିଏ ପରିବାର ସ୍ବାମୀ, ସ୍ତ୍ରୀ, ପୁଅଙ୍କୁ ଗିରଫ କରିଛି। ବିଶେଷକରି ନିଶା କାରବାରରେ ମହିଳାଙ୍କ ସମ୍ପୃକ୍ତି ବଢ଼ିବାରେ ଲାଗିଛି; ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ଧରାପଡୁନାହାନ୍ତି ମାଷ୍ଟରମାଇଣ୍ଡ
ଚଢ଼ାଉ ବେଳେ ବେପାରୀ ଧରାପଡୁଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଖସିଯାଉଛନ୍ତି। ଯେତିକି ପରିମାଣର ବ୍ରାଉନସୁଗାର ଜବତ କରାଯାଉଛି ତାହା ଦେଖାଯାଉନାହିଁ, ଜାଣିଶୁଣି କମ୍‌ ପରିମାଣର ଦେଖାଯାଉଥିବା ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ ପୋଲିସର ଚଢ଼ାଉ ପୂର୍ବରୁ ଖବର ପହଞ୍ଚି ଯାଉଛି, ଫଳରେ ମାଫିଆ ଖସିଯାଉଛନ୍ତି। ତେବେ ଏହି କାରବାରର ମାଷ୍ଟରମାଇଣ୍ଡ ନିକଟରେ ପୋଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ଖୋର୍ଦ୍ଧା ସହର ନିଶା କବଳରୁ ମୁକ୍ତ ହୋଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ପ୍ରଭାବ ପରିବର୍ତ୍ତେ ଦ୍ୱିଗୁଣ ବଢ଼ିଛି
ନିଶା ଯୋଗୁ ଯୁବସମାଜ ବିପଥଗାମୀ ହେଉଥିବା ବେଳେ ମାଫିଆ ଓ ବେପାରୀମାନେ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ଗତ ବର୍ଷ ଖୋର୍ଦ୍ଧା ପୋଲିସ ସାମନ୍ତରାପୁରର ଜଣେ ନିଶା ବେପାରୀଙ୍କ ୧.୫କୋଟିର ବେଆଇନ ଭାବେ ଗଚ୍ଛିତ କରିଥିବା ସମ୍ପତ୍ତିକୁ ସିଲ୍‌ କରିଥିଲେ। ତେବେ ଏନେଇ ମାଫିଆଙ୍କ ମହଲରେ ଛନକା ପଶିଥିଲା। ପୋଲିସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ପରଠାରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଲୋକଙ୍କ ଆଶା ରହିଥିଲା ଏଣିକି ମାଫିଆମାନେ ସାବାଡ ହେବେ। ସହରରେ ବ୍ରାଉନସୁଗାର କାରବାର ରୋକଲାଗିବ। ତେବେ ଏଥିରେ କୌଣସି ପ୍ରଭାବ ପଡ଼ି ନ ଥିବା ବେଳେ ଏହା ଦ୍ୱିଗୁଣ ବଢିଛି।
ସ୍ବତନ୍ତ୍ର ଡ୍ରାଇଭ ଚାଲିଛି
ଖୋର୍ଦ୍ଧା ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କୁହନ୍ତି, ନିଶା ସମାଜ ପାଇଁ କଳୁଷିତ ବାତାବରଣ ସୃଷ୍ଟି କରୁଛି। ଜିଲାକୁ ନିଶାକବଳରୁ ମୁକ୍ତ ଲାଗି ଅପରେଶନ ହ୍ବାଇଟ ସ୍ପାଇଡର ଚାଲିଛି। ଏନେଇ ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ନିଶା କାରବାର ଦ୍ୱାରା ବେଆଇନ ଭାବେ ଗଚ୍ଛିତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉଛି। ଚଳିତବର୍ଷ ୩ଜଣ ନିଶା ବେପାରୀଙ୍କ ଘର ଭଙ୍ଗାଯାଇଛି। ଯୁବପିଢ଼ିଙ୍କ ଏଥିରେ ସମ୍ପୃକ୍ତିି ଏକ ଚିନ୍ତାଜନକ ବିଷୟ। ଏଥିଲାଗି ଆଗାମୀ ଦିନରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?