ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଚିନ୍ତା

ପଟ୍ଟାମୁଣ୍ଡାଇ,୧୨।୨(ସ୍ବ.ପ୍ର.): ଆଜିକାଲି ଲୋକେ ଅଧିକ ସଂଖ୍ୟାରେ ସହରାଭିମୁଖି ହେଉଛନ୍ତି ା ଫଳରେ ସହରରେ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସହରରେ ପରିମଳ ବ୍ୟବସ୍ଥା ତଥା ଟ୍ରାଫିକ ବ୍ୟବସ୍ଥାରେ ନାନା ସମସ୍ୟା ଦେଖାଦେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ରାସ୍ତା କଡ଼ରେ ଜବରଦଖଲ ସଂଖ୍ୟା ବଢୁଥିବା ବେଳେ ରାସ୍ତା ଗୁଡ଼ିକ ସଙ୍କୁଚିତ ହୋଇ ଲୋକଙ୍କ ଯିବା ଆସିବାରେ ବହୁବିଧ ସମସ୍ୟା ସୃଷ୍ଟି କରୁଛି। ରାଜ୍ୟ ରାଜ୍ୟମାର୍ଗରୁ ବାହାରି ଥିବା ଶାଖା ରାସ୍ତା ଗୁଡ଼ିକ ଏପରି ଭାବେ ଧୀରେ ଧିରେ ଅବରୋଧ ହୋଇ ଯାଉଛି। ଏହା ବ୍ୟତୀତ ରାଜ୍ୟମାର୍ଗ ରାସ୍ତାକୁ ଲାଗି ରହିଥିବା ସର୍ଭିସ୍‌ ରାସ୍ତା ବି ଅଧିକାଂଶ ସମୟ ଯାନବାହାନ ଓ ଉଠା ଦୋକାନୀଙ୍କ ଦ୍ୱାରା ଅବରୋଧ ହେଉଛି ା ଫଳରେ ଟ୍ରାଫିକ ସମସ୍ୟା ବଢ଼ି ଚାଲିଛି। ଏଥିପାଇଁ ଦୁର୍ଘଟଣା ବଢ଼ିବା ସହିତ ମୃତାହତଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି ା
ଦୁଃଖର କଥା ଯେ ପଟ୍ଟାମୁଣ୍ଡାଇରେ ଆଜି ପର୍ଯ୍ୟନ୍ତ ବସଷ୍ଟାଣ୍ଡ ହୋଇ ପାରିନି। ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଓ ସ୍କୁଲ୍‌ କଲେଜର ଛାତ୍ରୀଛାତ୍ରମାନେ ରାସ୍ତାରେ ବା ଦୋକାନ ଆଗରେ ଠିଆ ହୋଇ ରହୁଛନ୍ତି ା ଏଥିପାଇଁ ରାସ୍ତାରେ ଭିଡ଼ ବଢ଼ୁଥିବାରୁ ଲୋକଙ୍କ ଯିବା ଆସିବା ମୁସ୍କିଲ ହୋଇପଡୁଛି ା ଭିଡ଼ରେ କଲେଜ ଛାତ୍ରୀ ତଥା ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ା ବରିଷ୍ଠ ନାଗରିକମାନଙ୍କ ପାଇଁ ବି ସମସ୍ୟା ହେଉଛି ା ରାସ୍ତା ପାର ହେବାକୁ ଟ୍ରାଫିକ ପୋଲିସର ବ୍ୟବସ୍ଥା ନ ଥିବାରୁ ଛକ ଜାଗାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି। ନିକଟ ଅତୀତରେ ଜଣେ ବ୍ୟକ୍ତି ନିଜ ସାଇକେଲ ଧରି ଠିଆ ହୋଇ ଥିବା ବେଳେ ପଛ ପଟରୁ ଏକ ଟ୍ରକ୍‌ ଆସି ଧକ୍କା ଦେଇଥିଲା ା ଫଳରେ ସମ୍ପୃକ୍ତ ବ୍ୟକ୍ତି ଗୁରୁତର ହୋଇଥିଲେ ା ପଟ୍ଟାମୁଣ୍ଡାଇ ପୌରପରିଷଦକୁ ୩୪ ବର୍ଷ ପୁରିଲା ପରେ ବି ବସ ଷ୍ଟାଣ୍ଡ ନ ଥିବାରୁ ଟ୍ରାଫିକ ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ରାସ୍ତା କଡ଼ରେ ଥିବା ଷ୍ଟ୍ରିଟ ଲାଇଟ୍‌ କେଉଁଠି ଜଳୁଛି ତ କୋଉଁଠି ବହୁଦିନ ଧରି ଅଚଳହୋଇ ରହିଛି ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ଜନିତ ଦୁର୍ଘଟଣା ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ା ସଚେତନତାଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ଛକସ୍ଥାନଗୁଡ଼ିକ ଜବରଦଖଲ ଯୋଗୁ ଏବେ ମରଣଯନ୍ତା ପାଲଟିଛି । ସେଭଳି ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଉକ୍ତ ରାସ୍ତାର ଜବରଦଖଲ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଦୋକାନରେ ଗୁଟ୍‌ଖା, ସିଗାରେଟ୍‌ ବିକ୍ରି

ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ...

ସପ୍ତାହରେ ୨ ଦିନ ଜଗା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୬।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଶନିବାର ଓ ରବିବାର...

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ: ଟପ୍‌ ଟେନ୍‌ରେ ରାୟଗଡ଼ାର ସ୍ମରଣିକା

ରାୟଗଡ଼ା ଅଫିସ,୭।୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୨୧୮ଜଣ...

ବାମୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ

ବଇଣ୍ଡା,୨୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବଷ୍ଟେଶନ ଅଧିନସ୍ଥ ଧଉରାପାଲି, ଜଏରାଟ, ଝରାବେରେଣୀ, ହିମିତିରା, ସଞ୍ଜାମୁରା, ଅଙ୍ଗପଡ଼ା, ଧଡ଼ରପାଳ, ନାକିଚି, ଉରୁକୁଳା, ଠେଲକନାଳୀ, ଆମ୍ବପାଳ...

ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର...

ପିଇଓଙ୍କ ନିଲମ୍ବନ ଦାବିରେ ଗଣଧାରଣା

ତିହିଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଭାଜପା ପକ୍ଷରୁ ସୋମବାର ପୂର୍ବାହ୍ନରେ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ...

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ...

ଲେମ୍ବୁ ଓ ପାଟ ଯୋଗୁ ଶେରଗଡ଼ର ଥିଲା ସ୍ବତନ୍ତ୍ର ପରିଚୟ

ଶେରଗଡ଼,୧୭ା୩(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଶେରଗଡ଼ର ଲେମ୍ବୁ ଓ ପିତଳର ହାତବୁଣା ପାଟର ଏକ ସ୍ବତନ୍ତ୍ର ପରିଚୟ ଥିଲା। ୧୯୫୦-୧୯୯୯ ପର୍ଯ୍ୟନ୍ତ ଏହି ଦୁଇଟି ବ୍ୟବସାୟ କୋଲକାତା...

Advertisement
Archives

Model This Week