ଅବହେଳିତ ଅବସ୍ଥାରେ ଅନନ୍ତେଶ୍ୱର ମହାଦେବ

ନିଶ୍ଚିନ୍ତକୋଇଲି,୧୨।୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ମନ୍ଦିର ମାନଙ୍କର ଉନ୍ନତୀକରଣ ଓ ପରିଚାଳନା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ଐତିହାସିକ କୀର୍ତ୍ତିରାଜି ଥିବା ପୀଠଗୁଡ଼ିକ ପ୍ରତି ଅଣଦେଖା କରାଯାଉଛି। ଏହାର ଉଦାହରଣ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ପଞ୍ଚାୟତର ଲେଣ୍ଡୁରା ଭଗବାନପୁରଠାରେ ଥିବା ଅନନ୍ତେଶ୍ୱର ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି।
ଅଷ୍ଟମ ଶତାବ୍ଦୀରେ ମହାନଦୀ ଚିତ୍ରୋପତ୍ଳା ତ୍ରିକୋଣ ଭୂମି ଅଞ୍ଚଳରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହା ଭୁବନେଶ୍ୱରସ୍ଥିତ ପର୍ଶୁ ରାମେଶ୍ୱର ମନ୍ଦିରର ସମସାମୟିକ। ଏହାର ସ୍ଥାପତ୍ୟ ଭାସ୍କର୍ଯ୍ୟ,ତାଳମାଣ, କାରୁକାର୍ଯ୍ୟ, ଶିଳ୍ପ ଶାସ୍ତ୍ର ଆଦି ନିଖୁଣ ସୃଜନଶୀଳତାର ପରିଚୟ ଦିଏ। ଏହି ପ୍ରାଚୀନ କୀର୍ତ୍ତିରାଜିିର ସମ୍ଭାର ପାଲଟିଥିବା ମହାଦେବଙ୍କ ମନ୍ଦିରଟି ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଏହାର ପୁନରୁଦ୍ଧାର ନିମନ୍ତେ ପ୍ରଶାସନିକସ୍ତରରେ କୌଣସି ସମୁଚିତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ହେତୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମହାଦେବ ମନ୍ଦିର ବହୁ ପୁରାତନ । ଗତ ଅଷ୍ଟମ ଶତାବ୍ଦୀରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ମନ୍ଦିରର ମୂର୍ତ୍ତିିଗୁଡିକ ମୂଲ୍ୟବାନ ମୁଗୁନି ପଥରରେ ନିର୍ମାଣ କରାଯାଇଥିଲା। ପ୍ରତିଦିନ ମନ୍ଦିରକୁ ବହୁ ଭକ୍ତ ପରିଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି। ମାତ୍ର ଏବେ ଏହି ମନ୍ଦିରଟି ଜରାଜୀର୍ଣ୍ଣ ହୋଇପଡିଛି। ଏପରିକି ମନ୍ଦିର ପରିସରକୁ ଯିବା ନିମନ୍ତେ ଭଲ ରାସ୍ତାଟିଏ ନାହିଁ। ମନ୍ଦିର ପରିସରରେ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସ୍ନାନାଗାରରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ସ୍ନାନାଗାର କୌଣସି କାର୍ଯ୍ୟରେ ଆସୁ ନ ଥିବା ଅଭିଯୋଗ ହୋଇଛି। ସେହିପରି ମନ୍ଦିରର ରୋଷଶାଳାଟି ମଧ୍ୟ ଭାଙ୍ଗିଯାଇଛି। ଏହି ଗୃହର ଆଜବେଷ୍ଟଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଟିକିଏ ବର୍ଷା ହେଲେ ଗୃହରେ ପାଣି ଲହରି ମାରୁଛି। ଫଳରେ ରୋଷେଇ ନିମନ୍ତେ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମନ୍ଦିର ଚତୁଃପାର୍ଶ୍ୱରେ ବେଢା ବା ପାଚେରି ନ ଥିବା କାରଣରୁ ବହୁ ସମୟରେ ବୁଲା ଗାଈଗୋରୁ, ଛେଳି, ମେଣ୍ଢା, ବୁଲା ଷଣ୍ଢ ଓ କୁକୁରମାନେ ମନ୍ଦିର ପରିସରକୁ ଅବାଧରେ ପ୍ରବେଶ କରୁଛନ୍ତି। ମନ୍ଦିର ପରିସରରେ ଥିବା ବହୁ ପୁରାତନ ବୃକ୍ଷର ସୁରକ୍ଷା ନିମନ୍ତେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଓ ଯାତ୍ରୀମାନଙ୍କ ରହଣି ନିମନ୍ତେ କୌଣସି ଯାତ୍ରୀ ନିବାସ କିମ୍ବା ପାନ୍ଥଶାଳା ନାହିଁ। ଫଳରେ ଏଠାକୁ ଆସୁଥିବା ଭକ୍ତ ଓ ଦୂର ଦୂରାନ୍ତର ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସ୍ଥାନରେ କୌଣସି ସୁଲଭ ଶୌଚାଳୟ ନ ଥିଲା ବେଳେ ପାନୀୟ ଜଳର କୌଣସି ସୁବନ୍ଦୋବସ୍ତ ନାହିଁ। ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ଏହି ସ୍ଥାନରେ ୭ ଦିନ ବ୍ୟାପି ପ୍ରସିଦ୍ଧ ମହାଯଜ୍ଞ ଓ ପାଟୁଆ ଯାତ୍ରା ହୋଇଥାଏ। ମାତ୍ର ପାଟୁଆ ଯାତ୍ରା ନିମନ୍ତେ ଏଠାରେ କୌଣସି ପୁଷ୍କରିଣୀ ନାହିଁ। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ଶ୍ରୀ ଶ୍ରୀ ଅନନ୍ତେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ଏବେ ଉଦ୍ୟମ କରାଯାଉଛି । କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି। ଏଥିନିମନ୍ତେ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିବା ସାଧାରଣରେ କୁହାଯାଉଛି। ମାତ୍ର ଏହି ଅର୍ଥ ଏପର୍ଯ୍ୟନ୍ତ ବିନିଯୋଗ ହୋଇପାରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଜଣେ କର୍ମଚାରୀଙ୍କୁ ଏଠାରେ ନାମକୁ ମାତ୍ର ନିଯୁକ୍ତି ଦିଆଯାଇଛି। ସମ୍ପୃକ୍ତ କର୍ମଚାରୀ ଜଣକ ମନ୍ଦିରର ରକ୍ଷଣାବେକ୍ଷଣା ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ମନ୍ଦିରର ଥିବା ୧୨ ଏକର ସ୍ଥାବର ଅସ୍ଥାବର ସମ୍ପତିରୁ ହେଉଥିବା ଆୟରେ ମନ୍ଦିର ପରିଚାଳନା କରିବା କାଠିକର ପାଠ । ଏପରିକି ମନ୍ଦିରର ପୂଜକମାନଙ୍କୁ ମଧ୍ୟ ପ୍ରାପ୍ୟ ଦେବା ମନ୍ଦିର ପରିଚାଳନା କମିଟି ପାଇଁ କାଠିକର ପାଠ ହୋଇଛି। ଏନେଇ ପ୍ରଶାସନ ତରଫରୁ ତୁରନ୍ତ ମନ୍ଦିରର ଉନ୍ନତିକରଣ କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏସମ୍ପର୍କରେ ମ୍ୟାନେଜିଂ ଟ୍ରଷ୍ଟି ବୈରାଗୀ ଚରଣ ପଣ୍ଡା କୁହନ୍ତି, ସରକାର ବିଭିନ୍ନ ମଠ ମନ୍ଦିର ଓ ଐତିହାସିକ କୀର୍ତ୍ତି ରାଜିର ସଂରକ୍ଷଣ ଓ ଉନ୍ନତୀକରଣ କରୁଛନ୍ତି। ଏହି ପ୍ରାଚୀନ ମନ୍ଦିରର ସଂରକ୍ଷଣ ଓ ଉନ୍ନତି ହେବା ଆବଶ୍ୟକ। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । ଏ ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ ବିଜୟ କୁମାର ପଣ୍ଡା କୁହନ୍ତି, ଅନନ୍ତେଶ୍ୱର ମନ୍ଦିରର ପ୍ରାଚୀନ ପରମ୍ପରା ଓ ମହାପ୍ରଭୁଙ୍କ ମହିମା ସ୍ବତନ୍ତ୍ର। ଭକ୍ତି ଓ ବିଶ୍ୱାସର ପ୍ରତୀକ ପ୍ରଭୁ ଅନନ୍ତେଶ୍ୱର। ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମନ୍ଦିର କୀର୍ତ୍ତିରାଜି ଓ ମହିମା ପାଇଁ ଆକର୍ଷିତ ହୋଇ ଏଠାକୁ ଆସନ୍ତି । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବା ଓ ପ୍ରାଚୀନ କୀର୍ତ୍ତିରାଜିକୁ ସୁରକ୍ଷା ଦିଆଯାଉ ନ ଥିବାରୁ ପୀଠ ଅବହେଳିତ ଅବସ୍ଥାରେ ପଡି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?