୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ ପାରସନାଥ ପର୍ବତ ଜୈନ ଧର୍ମାବଲମ୍ବୀଙ୍କଠାରୁ ଫେରାଇ ଆଦିବାସୀ ସମାଜକୁ ହସ୍ତାନ୍ତର କରିବା, ୧୫ ନଭେମ୍ବର ୨୦୦୦ରୁ ଗଢି ଉଠିଥିବା ଝାଡଖଣ୍ଡ ରାଜ୍ୟକୁ କୌଣସି ଆଦିବାସୀ ରାଜଭାଷାର ମାନ୍ୟତା ଦିଆଯାଇନାହିଁ। ଏଣୁ ସାନ୍ତାଳୀ ଭାଷାକୁ ଝାଡଖଣ୍ଡ ରାଜ୍ୟର ରାଜଭାଷାର ମାନ୍ୟତା ଦେବା, ଗଣତନ୍ତ୍ର ଦେଶରେ ସାମ୍ବିଧାନିକ ନିୟମ ଅନୁସାରେ ଆସାମ ଏବଂ ଆଣ୍ଡାମାନରେ ଥିବା ଆଦିବାସୀଙ୍କୁ ଏସ୍‌ଟି ମାନ୍ୟତା, ଆଦିବାସୀ ଅଞ୍ଚଳରେ ଭୂତ ପ୍ରେତ ନାମରେ ହତ୍ୟା, କଙ୍ଗାରୁକୋର୍ଟ, ମନଇଛା ଜରିମାନା, ସାମାଜିକ ବହିଷ୍କାର, ଭୋଟ କିଣାବିକା, ଆଦିବାସୀ ମହିଳା ବିରୋଧୀ ମାନସିକତା ଆଦି ଅମାନବୀୟ ପ୍ରଥାକୁ ସମାପ୍ତ କରିବା ଓ ପ୍ରଶାସନର ମାଝି ପାର୍ଗାନା ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଦିବାସୀ ଗ୍ରାମ ସମାଜରେ ଜନତନ୍ତ୍ର ଏବଂ ସାମ୍ବିଧାନିକ ଆଇନଗତ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
ଦାବିପତ୍ରର ଏକକିତା ନକଲ ଖୋର୍ଦ୍ଧା ଡିଆରଏମ୍‌, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ବ୍ୟାସନଗର ତହସିଲଦାର, ବ୍ୟାସନଗର ପୌରାଧ୍ୟକ୍ଷା ଓ ଯାଜପୁର ରୋଡ ଥାନାଧିକାରୀଙ୍କ ଅବଗତ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ଜୋନାଲ ସଭାପତି ସୁନାରାମ ମାରାଣ୍ଡି, କଲ୍ୟାଣ ବାସ୍କୋ, ଭିମ ମୁର୍ମୁ, ଗୋନାରାମ ମୁର୍ମୁ, ଗୋପାଳ ଟୁଡୁ ଓ ମାନସିଂ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଯାଜପୁର ରୋଡ୍‌ ପୋଲିସ ଉପଖଣ୍ଡ ଅଧିକାରୀ ସଞ୍ଜୟ ପଟ୍ଟନାୟକ, ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଆରପିଏଫ୍‌ ଅଧିକାରୀ ପ୍ରବୀଣ କୁମାରଙ୍କ ସମତେ ୨ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚତ୍ ରେଳଧାରଣା ଆନ୍ଦୋଳନରତ ଆଦିବାସୀଙ୍କୁ ବୁଝାଇ ଧାରଣାରୁ ବିରତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri