ବିଦ୍ୟାଳୟ ନବୀକରଣ କାର୍ଯ୍ୟର ହିସାବ ନାହିଁ

ପାରାଦୀପ,୧୨।୨(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଅନେକ ସରକାରୀ କାର୍ଯ୍ୟାଳୟ ମରାମତି, ନବୀକରଣ, ରୂପାନ୍ତରୀକରଣ କରାଯାଇଛି। ଏଥିସହ କିଛି ନୂତନ ସରକାରୀ ଅନୁଷ୍ଠାନ ନିର୍ମାଣ ଚାଲିଛି। ଅପରପକ୍ଷେ ଅନେକ ସମୟରେ ଏନେଇ ସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଇଲେ ସନୋଷଜନକ ଉତ୍ତର ମିଳୁନାହିଁ।
ପାରାଦୀପର ଏକାଧିକ ସରକାରୀ ଘର ଗତ ୨୦୧୮ ରୁ ଏପର୍ଯ୍ୟନ୍ତ ଲଗାତାର ମରାମତି, ରୂପାନ୍ତରୀକରଣ ଚାଲିଛି। ଉଦାହରଣସ୍ବରୂପ ସଞ୍ଜୟଗାନ୍ଧୀ ସରକାରୀ ବିଦ୍ୟାଳୟ, ସର୍କିଟ ହାଉସ, ପାରାଦୀପ କଲେଜ, ଏନ୍‌ଏସି ହାଇସ୍କୁଲ, ଏନ୍‌ଏସି ବାଳିକା ବିଦ୍ୟାଳୟରେ ଗତ ୪ବର୍ଷ ହେଲା ମରାମତି କାର୍ଯ୍ୟ ଚାଲିଛି। ଗତବର୍ଷ ଏପ୍ରିଲ ୨୮ରେ ସଞ୍ଜୟଗାନ୍ଧୀ ବିଦ୍ୟାଳୟକୁ ସେଠାରେ ହୋଇଥିବା ନବୀକରଣ କାର୍ଯ୍ୟ ସମ୍ପର୍କରେ ଜନସୂଚନା ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ଏହି ବିଦ୍ୟାଳୟକୁ କେତେଥର ମରାମତି ହୋଇଛି ଏବଂ ସେଥିପାଇଁ କେତେଟଙ୍କା ଖର୍ଚ୍ଚ ହୋଇଛି ସେନେଇ ତଥ୍ୟ ଦେବାକୁ ଉଲ୍ଲେଖ କରାଯାଇଥିଲା। ୨୦୨୨ ମେ’୨୭ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡା ଦେଇଥିବା (ଚିଠି ନଂ. ୫୨) ଉତ୍ତରରେ ଦର୍ଶାଇଥିଲେ ଯେ, ୨୦୧୮ ରୁ ୨୦୨୨ମଧ୍ୟରେ ଏକାଧିକ ଥର ମରାମତି କରାଯାଇଛି। ଏଥିପାଇଁ ମୋ ସରକାର ଯୋଜନାରୁ ଆସିଥିବା ୧୫ ଲକ୍ଷ ଟଙ୍କା ଆମେ ପାରାଦୀପ ପୌରପାଳିକାକୁ ଦେଇଥିଲୁ। ସେମାନେ କେମିତି ଓ କେତେ ଟଙ୍କା ଖର୍ଚ୍ଚ କଲେ ତା’ର ହିସାବ ଆମ ପାଖରେ ନାହିଁ। ଏହାଛଡ଼ା ପୂର୍ତ୍ତ ବିଭାଗ ମଧ୍ୟ କେତେଥର ମରାମତି କରିଛି। ଏହାପରେ ପାରାଦୀପ ପୌରପାଳିକାକୁ ଜନସୂଚନା ଅଧିକାର ଆଇନ ଜରିଆରେ ବିଦ୍ୟାଳୟ ପାଇଁ ତଥ୍ୟ ମଗାଯାଇଥିଲା। ୮୫ ପୃଷ୍ଠା ତଥ୍ୟରେ ପୌରପାଳିକା ପକ୍ଷରୁ ସୂଚନା ମିଳିଛି (ଚିଠି ନଂ. ୨୨୩୭) ଯେ, ସଞ୍ଜୟଗାନ୍ଧୀ ବିଦ୍ୟାଳୟ ମରାମତି କାର୍ଯ୍ୟ ପାଇଁ ୩୨ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଫାଇନାଲ ବିଲ୍‌ ଠିକାଦାରଙ୍କୁ ଦିଆଯାଇନାହିଁ। ଅଲଗା ଭାବେ ୭.୮୦ ଲକ୍ଷ ଟଙ୍କା ବିନିମୟରେ ଶୌଚାଳୟ ହୋଇଛି। ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟ ମରାମତି ନବୀକରଣ, ରୂପlନ୍ତରୀକରଣ କାମ ୨୦୧୮ରୁ ଚାଲିଛି। ପ୍ରଥମେ ସର୍ବଶିକ୍ଷା ଯୋଜନା ଅଧୀନରେ ଏଥିପାଇଁ ପ୍ରାୟ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୯ରେ ପୂର୍ତ୍ତ ବିଭାଗ ପକ୍ଷରୁ ଛାତ ମରାମତି କାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ୨୦୨୦ରେ କୋଭିଡ୍‌ ଡିଜାଷ୍ଟର ପାଣ୍ଠି ଜରିଆରେ ଲକ୍ଷାଧିକ ଖର୍ଚ୍ଚ କରାଯାଇଥିଲା। ୨୦୨୧ରେ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିଲା। ଏହାପରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କରାଯାଇଥିଲା। ଏଥିରେ ୩୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଲାଣି। ଚଳିତ ବର୍ଷ ସ୍କୁଲ କଣ୍ଟିଜେନ୍ସ ଫଣ୍ଡରେ ମରାମତି କାମ ଚାଲିଛି। ଏଭଳି ଭାବେ ବିଭିନ୍ନ ବିଭାଗ ଓ ବିଭନ୍ନ ଯୋଜନାରେ ଏହି ବିଦ୍ୟାଳୟ ପାଇଁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଲାଣି। ସବୁଠାରୁ କୌତୂହଳ କଥାହେଲା ସମସ୍ତ ଯୋଜନା ଏବଂ ଭିନ୍ନ ଭିନ୍ନ ବିଭାଗର କାମ ଜଣେ ଠିକାଦାର କରୁଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି। ଏହାସତ୍ତ୍ୱେ ବିଦ୍ୟାଳୟର ପ୍ରକୃତ ଖର୍ଚ୍ଚ ସମ୍ପର୍କିତ ଚୂଡାନ୍ତ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଉନାହିଁ।
ବିଭାଗର ଜଗତ୍‌ସିଂହପୁର କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜାଣିବା ପାଇଁ ୨୦୨୨ ଜୁନ ୭ରେ ଜନସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ଧାର୍ଯ୍ୟ ସମୟରେ କୌଣସି ଉତ୍ତର ମିଳିଲା ନାହିଁ। ପୁଣି ସେହିବର୍ଷ ଜୁଲାଇ ୨୬ରେ ପ୍ରଥମ ଅପିଲ କରାଯାଇଥିଲା। ଏହି ଅପିଲ ପରେ ପୂର୍ତ୍ତ ବିଭାଗ ଅଗଷ୍ଟ ୫ ରେ ଜଣାଇଥିଲେ(ଚିଠି ନଂ.୨୮୯୬)ଯେ, ପାରାଦୀପ ପୌରାଞ୍ଚଳରେ ଆମ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ୪ ବର୍ଷ ହେଲା କରାଯାଇନାହିଁ। ଏହି ଚିଠି ପରେ ଆବେଦନକାରୀ ଅନ୍ୟ ବିଭାଗରୁ ମିଳିଥିବା ତଥ୍ୟର ନକଲ କପି ସହ ଅଭିଯୋଗ କରିଥିଲେ। ଉକ୍ତ ଚିଠି ପାଇବା ପରେ ସମ୍ପୃକ୍ତ ବିଭାଗ ସେପ୍ଟେମ୍ବର ୯ ରେ ୩ ପୃଷ୍ଠାର ତଥ୍ୟ(ଚିଠି ନଂ. ୩୩୬୩) ଦେଇଥିଲେ। ସେଥିରେ ଦର୍ଶାଯାଇଛି,୨୦୧୮ରୁ ୨୦୨୨ମଧ୍ୟରେ ବିଭାଗ ପକ୍ଷରୁ ପାରାଦୀପ କଲେଜ, ସଞ୍ଜୟଗାନ୍ଧୀ ସ୍କୁଲ, ଏନ୍‌ଏସି ହାଇସ୍କୁଲ, ଏନ୍‌ଏସି ଗଲର୍‌ସ ହାଇସ୍କୁଲ, ସର୍କିଟ ହାଉସ, ଏଡିଏମ୍‌ ଅଫିସ, ଏଡିଏମ୍‌ ରେସିଡେନ୍ସ, ଆଶ୍ରୟକେନ୍ଦ୍ର,କୋଭିଡ ହସ୍ପିଟାଲ, ନୂଆ ଇନଡୋର ଷ୍ଟାଡିୟମ ଆଦି କାର୍ଯ୍ୟ କରାଯାଇଛି। ଏଥିରେ ୧୮ ଥର ଟେଣ୍ଡର ଓ କାମର ବ୍ୟୟ ହିସାବ ରହିଛି। କିନ୍ତୁ ସଞ୍ଜୟଗାନ୍ଧୀ ବିଦ୍ୟାଳୟ ପାଇଁ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସେଥିରେ ନାହିଁ। ଏମିତି ଅସମାନତା ସମ୍ପର୍କରେ ଆର ଆଣ୍ଡ ବି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିଲେ କୁହନ୍ତି, ଆମ ଅଫିସର ଓ ଜନସୂଚନା ଅଧିକାରୀ କ’ଣ ଭୁଲ କରିଛନ୍ତି ତାହା ସେ ଜାଣିନାହାନ୍ତି । ଦେଖିଲା ପରେ ଏହାର ଉତ୍ତର ଦିଆଯିବ କହି ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri