୪ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଢେଙ୍କାନାଳ ଅଫିସ,୧୩ା୧: ବିଶ୍ୱବିଖ୍ୟାତ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ ଆସନ୍ତା ଫେବୃୟାରୀ ୪ରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଗୁରୁବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ…
ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା l ତେବେ ଗୁରୁବାର ଦୁଇ ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା ରମ୍ଭା ଥାନା…
ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ
ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି ସୂଚନା…
ହରିଣ ଶିକାର କରିଥିବା ଯୁବକ ଗଲେ ଜେଲ୍
ଗଣିଆ,୧୨ା୧(ଡି.ଏନ.ଏ.): ହରିଣ ଶିକାର ଘଟଣାରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଚଢାଉ କରାଯାଇ ଜଣେ ଶିକାରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ା ସମ୍ପୃକ୍ତ ଯୁବକ ହେଲେ ବେଣ୍ଟାପଡା ଗ୍ରାମର ଅଭିମନ୍ୟୁ ରଣା (୪୭) ା ତାଙ୍କ ଜାମିନ…
ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ: ଥାନାରେ ଏତଲା
ଦାରିଙ୍ଗବାଡି,୧୨।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାମୁଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ବାମୁଣୀଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ମୃତଦେହ…
ଶ୍ୱଶୁରଙ୍କୁ ହତ୍ୟା: ଜ୍ୱାଇଁଙ୍କୁ ଆଜୀବନ ଜେଲ୍
ବାରିପଦା ଅଫିସ,୧୨ା୧- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍(୧) କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ମାମଲାର ବିଚାର କରି ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ବାଇକ୍ ଧକ୍କାରେ ଯୁବକ ଗୁରୁତର
ଦିଗପହଣ୍ଡି,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଚୁଡୁଙ୍ଗପୁର ଗ୍ରାମର ଆର୍.ଶିବ ପାତ୍ର (୪୦)। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
୧୧୩୨ ଗୋଷ୍ଠୀକୁ ୪୧.୯୭ କୋଟି ଋଣ
ଚାନ୍ଦବାଲି,୧୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ବ୍ଲକସ୍ତରୀୟ ମେଗା ଋଣ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏମ୍ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବିଡିଓ ଜ୍ୟୋତିବିକାଶ ଦାସ, ବ୍ଲକ ଅଧ୍ୟକ୍ଷା ମିନତି ସୂତାର ଓ…
ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ
ଭବାନୀପାଟଣା,୧୨ା୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ। ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ଜଣେ ଷ୍ଟାଫ୍ଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ବ୍ଲକ ଉପାଧ୍ୟକ୍ଷାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ: ଏତଲାର ୨ ଦିନ ପରେ ବି ମିଳିନି ପତ୍ତା
ସୁନ୍ଦରଗଡ଼,୧୨।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ନିଖୋଜ ହୋଇଯାଇଛନ୍ତି। ସେ ଗତ ୪ ତାରିଖରେ ଅନୁଗୋଳ ଜିଲା ଖମାର ସ୍କୁଲରେ ପଢୁଥିବା ପୁଅକୁ ଛାଡିବାକୁ ଯାଇ ଘରକୁ ଫେରିନାହାନ୍ତି। ବୁଧବାର ବିନତିଙ୍କ ସ୍ବାମୀ ପ୍ରସନ୍ନ ବେହେରା ତାଙ୍କ…
ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଡାକ ଲଫାପା ଉନ୍ମୋଚିତ
ଛତ୍ରପୁର,୧୨ା୧(ଡି.ଏନ୍.ଏ.): ଆଧୁନିକ ଓଡ଼ିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଏକ ଡାକ ଲଫାପା ଗୁରୁବାର ଛତ୍ରପୁର ଡାକ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ର…
ହକିମୟ ହେଲା ରାଉରକେଲା ରେଳ ଷ୍ଟେଶନ
ରାଉରକେଲା ଅଫିସ, ୧୨ା୧: ଆଉ ମାତ୍ର ଦିନକ ପରେ ରାଉରକେଲା ସହରରେ ବିଶ୍ୱକପ୍ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ। ବିଶ୍ୱକପ ହକି ମ୍ୟାଚକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ସହରରେ ହକି ବିଶ୍ୱକପକୁ ନେଇ କେଉଁଠି…

