ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ

ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି । ଏଥିସହ ୨ଜଣ କର୍ମଚାରୀ ହାତୀ ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ତଳେ ପଡ଼ି ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ବନପାଳ କୈଳାସ ନାୟକ, ବନରକ୍ଷୀ ଶ୍ରୀକାନ୍ତ କୁମାର ମଳିକ ଏବଂ ଅସ୍ଥାୟୀ କର୍ମଚାରୀ ସନାତନ ଓଦଣ୍ଡ୍ରା ।
ପ୍ରକାଶ ଯେ, ଶନିବାର ସକାଳେ ତାରସିଂ ରେଞ୍ଜ ଗାୟଗଣ୍ଡା ସେକ୍ସନ ଆମ୍ବଝରା ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଗୁଣ୍ଡିରିବାଡ଼ିରୁ ଶିଉଳି ଆଡ଼େ ଏକ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। ବନ ବିଭାଗର ୫ଜଣିଆ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିବାକୁ ଘଟଣାସ୍ଥଳକୁ ଯାଇଥିଲେ । ଏହି ସମୟରେ ଏକ ମାଈ ହାତୀ ଏବଂ ତାର ଛୁଆ ସହ କର୍ମଚାରୀମାନଙ୍କ ମୁହଁାମୁହିଁ ହୋଇଥିଲା। ଫଳରେ ମା ଓ ଛୁଆ ହାତୀ କର୍ମଚାରୀଙ୍କୁ ଗୋଡ଼ାଇଥିଲେ। ବନପାଳ କୈଳାସ ନାୟକ ଓ ସନାତନ ଓଦଣ୍ଡ୍ରା ତଳେ ପଡ଼ି ଆହତ ହୋଇଥିଲେ। ଛୁଆ ହାତୀ ଆକ୍ରମଣରେ ଶ୍ରୀକାନ୍ତ ମଳିକ ଆହତ ହୋଇଥିଲେ। ଅନ୍ୟ ଦୁଇଜଣ ଦୌଡ଼ି ପଳାଇବାରୁ ରକ୍ଷା ପାଇଯାଇଥିଲେ। ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ଆହତମାନଙ୍କୁ ଉଦ୍ଧାର କରି ଚିକିସତ୍ା ପାଇଁ ଭଞ୍ଜନଗର ହସପିଟାଲକୁ ଆଣିଥିଲେ। ଅପରପକ୍ଷେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉତ୍ତର ଘୁମୁସର, ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ଟାଟା ପାୱାର ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ବସିଥିଲା। ବିଦ୍ୟୁତ୍‌ ଆଘାତରେ ଯେଭଳି କୌଣସି ବନ୍ୟପ୍ରାଣୀ ବିପଦରେ ନପଡ଼ିବେ ଏବଂ ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ କିଭଳି ରୋକାଯିବ ସେ ଉପରେ ଆଲୋଚନା ହୋଇଥିଲା। ଡ଼ିଏଫଓ ସୁଦର୍ଶନ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ, ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ନୃସିଂହ ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?