ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଖଇରା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଏବଂ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଇଁ ସୂଚନା ଫଳକ ଲଗାଯିବା ପରିବର୍ତ୍ତେ କମ୍ପ୍ୟୁଟରରୁ ଫଳକ ଫଟୋ ବାହାର କରି କାଗଜପତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ନେଇ ଗଡ଼ସାହି, ବଗଦିଆ, ଧନିଆବନ୍ଧ, ଆମ୍ବହତା, ରଟିଣା ଦେଉରୀସାହି, ତୁମ୍ବାପଦୀ, ଇଛାପୁର ଗ୍ରାମର ଅଧିବାସୀମାନେ ଅଭିଯୋଗ କରିଛନ୍ତି।
ଅନୁଯାୟୀ ୬ମାସ ମଧ୍ୟରେ ଉକ୍ତ ପଞ୍ଚାୟତରେ ୧୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ହେଲେ କାର୍ଯ୍ୟରେ ସୂଚନା ଫଳକ ନିର୍ମାଣ ହୋଇନାହିଁ ା ଏଥିମଧ୍ୟରେ ବଗଦିଆ କଂକ୍ରିଟ୍‌ ରାସ୍ତା,ଏନ୍‌ଆର୍‌ଇଜିଏସ୍‌ରେ ନାଳ ଖୋଳା, ସୁରେନ୍ଦ୍ର ନାୟକ ଘର ସମ୍ମୁଖ କଲଭର୍ଟ, ଚଣ୍ଡି ପଡ଼ିଆ ସିଆର୍‌ସି ସେଣ୍ଟର, ପଦ୍ମପୋଖରୀ ଓ ଦରପୋଖରୀ ଭଳି ପୋଖରୀ ଖୋଳା କାର୍ଯ୍ୟ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସୂଚନା ଫଳକ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଥିବା ବେଳେ କଂକ୍ରିଟ ଫଳକ ନିର୍ମାଣ ବଦଳରେ କାଗଜପତ୍ରରେ ଫଳକ ନିର୍ମାଣ ହୋଇଥିବା ଦେଖାଇ ଉକ୍ତ ଅର୍ଥ ହଡ଼ପ କରାଯିବାକୁ ଉଦ୍ୟମ କରାଯାଇଛି। କମ୍ପ୍ୟୁଟରରୁ ଫଳକ ଫଟୋ ପ୍ରିଣ୍ଟ ବାହାର କରି ଅନିୟମିତତାର ସବୁ ସିମା ଉଲ୍ଲଂଘନ ପାଇଁ ଉଦ୍ୟମ କରାଯାଇଛି। ଏ ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାନନ୍ଦ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁ କାର୍ଯ୍ୟରେ ଫଳକ ଲଗାଯାଇ ନାହିଁ ସେମାନଙ୍କ ବିଲ ପେମେଣ୍ଟ ହୋଇ ନ ଥିବା କହିଛନ୍ତି। ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri