ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଖଇରା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଏବଂ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଇଁ ସୂଚନା ଫଳକ ଲଗାଯିବା ପରିବର୍ତ୍ତେ କମ୍ପ୍ୟୁଟରରୁ ଫଳକ ଫଟୋ ବାହାର କରି କାଗଜପତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ନେଇ ଗଡ଼ସାହି, ବଗଦିଆ, ଧନିଆବନ୍ଧ, ଆମ୍ବହତା, ରଟିଣା ଦେଉରୀସାହି, ତୁମ୍ବାପଦୀ, ଇଛାପୁର ଗ୍ରାମର ଅଧିବାସୀମାନେ ଅଭିଯୋଗ କରିଛନ୍ତି।
ଅନୁଯାୟୀ ୬ମାସ ମଧ୍ୟରେ ଉକ୍ତ ପଞ୍ଚାୟତରେ ୧୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ହେଲେ କାର୍ଯ୍ୟରେ ସୂଚନା ଫଳକ ନିର୍ମାଣ ହୋଇନାହିଁ ା ଏଥିମଧ୍ୟରେ ବଗଦିଆ କଂକ୍ରିଟ୍‌ ରାସ୍ତା,ଏନ୍‌ଆର୍‌ଇଜିଏସ୍‌ରେ ନାଳ ଖୋଳା, ସୁରେନ୍ଦ୍ର ନାୟକ ଘର ସମ୍ମୁଖ କଲଭର୍ଟ, ଚଣ୍ଡି ପଡ଼ିଆ ସିଆର୍‌ସି ସେଣ୍ଟର, ପଦ୍ମପୋଖରୀ ଓ ଦରପୋଖରୀ ଭଳି ପୋଖରୀ ଖୋଳା କାର୍ଯ୍ୟ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସୂଚନା ଫଳକ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଥିବା ବେଳେ କଂକ୍ରିଟ ଫଳକ ନିର୍ମାଣ ବଦଳରେ କାଗଜପତ୍ରରେ ଫଳକ ନିର୍ମାଣ ହୋଇଥିବା ଦେଖାଇ ଉକ୍ତ ଅର୍ଥ ହଡ଼ପ କରାଯିବାକୁ ଉଦ୍ୟମ କରାଯାଇଛି। କମ୍ପ୍ୟୁଟରରୁ ଫଳକ ଫଟୋ ପ୍ରିଣ୍ଟ ବାହାର କରି ଅନିୟମିତତାର ସବୁ ସିମା ଉଲ୍ଲଂଘନ ପାଇଁ ଉଦ୍ୟମ କରାଯାଇଛି। ଏ ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାନନ୍ଦ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁ କାର୍ଯ୍ୟରେ ଫଳକ ଲଗାଯାଇ ନାହିଁ ସେମାନଙ୍କ ବିଲ ପେମେଣ୍ଟ ହୋଇ ନ ଥିବା କହିଛନ୍ତି। ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ

ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।...

ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’

ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍‌ ନିଡ୍‌ ଇଜ୍‌ ଏ ଫ୍ରେଣ୍ଡ ଇନ୍‌ଡିଡ୍‌’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।...

ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ

ବୁଗୁଡା,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍‌ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ...

କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩ ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦...

ବାଲେଶ୍ୱରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ: ୨ ଗିରଫ

ବାଲେଶ୍ୱର ଅଫିସ, ୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାରା ରାଜ୍ୟକୁ...

ବାସୁଦେବପୁର ବ୍ଲକ ପରିସରରେ କଂଗ୍ରେସର ଗଣଧାରଣା

ବାସୁଦେବପୁର,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡରେ ଅନିୟମିତତା, ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ...

ନିଜାମୁଦ୍ଦିନ ଧର୍ମସଭା ଖୋଳତାଡ଼: ପୁରୀ ଜିଲାର ଯୋଗଦେଇଥିଲେ ୩

ପୁରୀ ଅଫିସ,୨ା୪: କରୋନାକୁ ନେଇ ବିଶ୍ୱ ଥରହର। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ନୂଆ ନୂଆ ଦେଶକୁ ମାଡ଼ୁଛି ଏହି ପ୍ରାଣଘାତୀ ଭୂତାଣୁ...

ଗ୍ୟାରେଜରେ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍‌ ଓ ସ୍କୋର୍ପିଓ

ଭଦ୍ରକ ଅଫିସ,୧୦।୨: ଗ୍ୟାରେଜରେ ନିଆଁ ଲାଗି ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଗାଡି। ଜଳିଯାଇଛି। ଏଥିସହ କ୍ୟାବିନ ମଧ୍ୟ ପୋଡିଯାଇଛି। ଭଦ୍ରକ ଜିଲାରେ ମଙ୍ଗଳବାର...

Advertisement
Archives

Model This Week