ଧିମେଇ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

କେନ୍ଦ୍ରାପଡା ଅଫିସ,୧୯।୨: ଚଳିତ ଆର୍ଥିକ ବର୍ଷ ଶେଷ ପାଇଁ ମାତ୍ର ଦେଢ଼ ମାସ ରହିଲା ା ହେଲେ ଗତ ସାଢ଼େ ଦଶ ମାସ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଶ୍ରମିକଙ୍କୁ ଆଶାନୁରୂପକ କାମ ମିଳିନାହିଁ ା ମୋଟ ୨୩୫୦୦୬ ଜବ୍‌ କାର୍ଡଧାରୀ ପରିବାର ମଧ୍ୟରୁ ମାତ୍ର ୨୩୬୦୧ ପରିବାର ଅର୍ଥାତ୍‌ ୧୦ ପ୍ରତିଶତଙ୍କୁ କାମ କରିବାର ସୁଯୋଗ ମିଳିଛି ା ଫଳରେ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି ା ସେହିପରି ଯୋଜନା ଅଧୀନ ପ୍ରକଳ୍ପଗୁଡିକ ଜିଲାରେ ଆଶାନୁରୂପକ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ା ଫଳରେ ଜିଲାର ମୋଟ ୭୭୪୭୭ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୧୮୯୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ା
ଜିଲା ଗ୍ରାମ ଉନ୍ନୟନ ବିଭାଗ ତଥ୍ୟ ଅନୁଯାୟୀ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମ୍ୟ ଭିତ୍ତିଭୂମି, ମରୁଡ଼ି ପ୍ରତିବନ୍ଧକ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଉପକୂଳ ଉନ୍ନୟନ, ଜଳସେଚନ, ଜଳ ସଂରକ୍ଷଣଠାରୁ ଗ୍ରାମ୍ୟ ରାସ୍ତା ନିର୍ମାଣ ପରି ମୋଟ ୭୭୪୭୭ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଆସିଥିଲା ା ତେବେ ଏଥିମଧ୍ୟରୁ ମାତ୍ର ୧୧୮୯୭ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୭୫୪୭ଟି ପ୍ରକଳ୍ପ କାମ ଚାଲିଛି। ଅପରପକ୍ଷେ ୨୭୦୭୪ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ା ତେବେ ମଞ୍ଜୁରୀ ଅପେକ୍ଷାରେ ୨୦୯୫୯ ଟି ପ୍ରକଳ୍ପ ଅଛି ା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୯୬ଟି ପ୍ରକଳ୍ପ କାର୍ଯ୍ୟ ସରିଛି। ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଏହି ଅବଧି ମଧ୍ୟରେ ମାତ୍ର ୩୫୯ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୪୩୭୬ଟି ପ୍ରକଳ୍ପ ନିର୍ମାଣ ଅପେକ୍ଷାରେ ଅଛି ା ଅପରପକ୍ଷେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଜିଲାରେ ୨୩୫୦୦୬ଟି ଜବ୍‌କାର୍ଡ ଇସ୍ୟୁ ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷରେ ଆଳି ବ୍ଲକ ଅଞ୍ଚଳର ୨୪୫୦ ଜବ୍‌କାର୍ଡଧାରୀ ପରିବାରଙ୍କୁ କାମ ମିଳିଛି ା ସେହିପରି ଡେରାବିଶ ବ୍ଲକ ଅଞ୍ଚଳରେ ୨୫୫୬, ଗରଦପୁରରେ ୧୮୨୯, କେନ୍ଦ୍ରାପଡ଼ାରେ ୨୭୧୦, ମହାକାଳପଡ଼ାରେ ୩୨୧୬, ମାର୍ଶାଘାଇରେ ୨୩୭୩, ପଟ୍ଟାମୁଣ୍ଡାଇରେ ୪୨୩୬, ରାଜକନିକାରେ ୨୩୩୬ ଓ ରାଜନଗର ବ୍ଲକ ଅଞ୍ଚଳର ୧୮୯୫ ଏପରି ମୋଟ ୨୩୬୦୧ଟି ଜବକାର୍ଡ ଧାରୀ ପରିବାରକୁ କାମ ମିଳିଛି ା ରାଜ୍ୟର ଗଞ୍ଜାମ ଜିଲାରେ ସର୍ବାଧିକ ୬୮୬୯୦ଟି ଜବ୍‌କାର୍ଡଧାରୀ ପରିବାରଙ୍କୁ ୧୦୦ରୁ ଅଧିକ ଦିନ କାମ ମିଳିଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ସଂଖ୍ୟା ମାତ୍ର ୧୨୬୫ରେ ଅଛି ା
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ଉମେଶ କୁମାର ସିଂହ, ଗୟାଧର ଧଳ, ବୁଦ୍ଧିଜୀବୀ ଜଗଦୀଶ ପତି, ଚିତ୍ତରଞ୍ଜନ ସାହୁ,ଚାଷୀ ନିରଞ୍ଜନ ପରିଡ଼ା ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାରେ ଜଳ ପରିଚାଳନା ଏକ ସମସ୍ୟା ା ଜଳସେଚନ, ନିଷ୍କାସନ, ତାଲିମ, ପ୍ରୋତ୍ସାହନ ସହିତ ଅଭାବୀ ବିକ୍ରି ଲାଗିରହିଛି ା ନିଜ ଜିଲାରେ ରହି କର୍ମ ନିଯୁକ୍ତି ଯୋଗାଇ ଦେବାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହୋଇଛି। ଏହି ଯୋଜନା ଏବେ ଆଇନରେ ପରିବର୍ତ୍ତିତ ହୋଇଛି ା କର୍ମନିଯୁକ୍ତି ଦେଶର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ତୃଣମୂଳସ୍ତରର ଅର୍ଥନୀତିକୁ ପ୍ରଭାବିତ କରୁଛି ା ତେବେ ଯୋଜନାକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ଅବହେଳା କରୁଛନ୍ତି ା
ଯୋଜନାରେ ବହୁ ଅନିୟମିତତା ଦେଖାଦେଉଛି ା ପ୍ରକଳ୍ପକୁ ମେଶିନ ସାହାଯ୍ୟରେ କରାଇ ନେଇ ଶ୍ରମ ଦିବସ ସୃଷ୍ଟି କରାଯାଉଛି ା ଏହାବ୍ୟତୀତ ଯୋଜନା ପାଇଁ ଧାର୍ଯ୍ୟ ମଜୁରି ଏବେ ଦରବୃଦ୍ଧି ସମୟରେ ଶ୍ରମିକଙ୍କୁ ସୁହାଉନାହିଁ। ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମନ୍ବୟ ନ ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପଡିରହୁଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ପିଡି ରାଜେନ୍ଦ୍ର ପଣ୍ଡା କୁହନ୍ତି, ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ସମସ୍ୟା ଦେଖାଯାଉଛି ା ତେବେ ଏହାକୁ ସମାଧାନ କରାଯାଇ ପ୍ରକଳ୍ପ ନିର୍ମାଣ ଚାଲିଛି ା ଯୋଜନା ଅଗ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ବ୍ଲକସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ...

ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ପ୍ରୟାସ

ଖଣ୍ଡପଡା,୩୧ା୧୦(ସ୍ବ.ପ୍ର.): ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଧାମୂଳା ଗୋକୁଳାନନ୍ଦ ଜୀଉ ସ୍ପୋଟର୍‌ସ ଆସୋସିଏଶନ ପକ୍ଷରୁ ପ୍ରୟାସ ଜାରିରହିଛି । ଅସୋସିଏଶନର...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

ଜୟପୁର,୨୨ା୧(ନି.ପ୍ର.): ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ହରିଶଙ୍କର ଚୌପାଡି (୨୭)।...

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌

କାମାକ୍ଷାନଗର, ୨୭ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଲୀକାଟେଣୀ ଗ୍ରାମରୁ ସୋମବାର ମଧ୍ୟାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି।...

କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪ ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ...

ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ ମନ୍ତବ୍ୟର ପ୍ରତିବାଦ

କେନ୍ଦୁଝର,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ପକ୍ଷରୁ ଜାତୀୟ...

ଶ୍ରୀଲୋକନାଥ ପୀଠ: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଆସନ୍ତା ୧୯ ତାରିଖ ପଙ୍କୋଦ୍ଧାର ଏକାଦଶୀ ଏବଂ ୨୧ ତାରିଖ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ...

ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ...

Advertisement
Archives

Model This Week