ଆମ ଜିଲା ଖବର

ଜିଲାରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କର

ଜଗତ୍‌ସିଂହପୁର ଅଫିସ, ୧୯।୨: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। କିନ୍ତୁ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଅର୍ଥାତ୍‌ ଉତ୍ପାଦିତ ପନିପରିବା ଓ…

ଗଛ ପ୍ରେମରେ ରବିନାରାୟଣ

ବାଲିକୁଦା,୧୯।୨(ସ୍ବ.ପ୍ର.): ଆଧୁନିକ ମଣିଷ ଏବେ ବଣଜଙ୍ଗଲ କାଟି ଧ୍ୱଂସକରି ଚାଲିଥିବାବେଳେ ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ପଞ୍ଚାୟତ ଭୁଆସୁଣୀ ଗ୍ରାମର ରବିନାରାୟଣ ପରିଡ଼ା (୪୫) ଗଛ ପ୍ରେମରେ ପଡ଼ିଯାଇଛନ୍ତି। ସେ ନିଜ ବାଡ଼ିରେ ଶତାଧିକ ଜାତିର ଫୁଲ, ଫଳ, ପରିବା…

କିଲିମାଞ୍ଜାରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ବ୍ରହ୍ମପୁର ଅଫିସ, ୧୯।୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ସେ ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ ପରେ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଖୁସିରେ ମଧୁସ୍ମିତାଙ୍କ ପରିବାର…

ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲେ କିନ୍ନର

ମଙ୍ଗୁଳି-ଜଗତପୁର,୧୯।୨(ଡି.ଏନ୍‌.ଏ.): କଟକ ଜିଲା ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ଗତ ୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଥିଲା। ଏ ନେଇ ପରିବାର ପକ୍ଷରୁ କେହି ଦୁର୍ବୃତ୍ତ…

ମହିଳାଙ୍କ ଶାଢ଼ିରେ ଲାଗିଲା ନିଆଁ

ରାଉରକେଲା ଅଫିସ,୧୯।୨: ଦୀପରୁ ଶାଢିକାନିରେ ନିଆଁ ଲାଗିଯିବାରୁ ଜଣେ ମହିଳା ଅଳ୍ପକେ ବର୍ତ୍ତିଛନ୍ତି। ଏଭଳି ଅଘଟଣ ଶନିବାର ଉଦିତନଗର ସ୍ଥିତ ମାଲଗୋଦାମ ଖଟାଲ ବସ୍ତିରେ ଥିବା ବଟେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି। ମାଲଗୋଦାମ ବସ୍ତିର ଫୁଲମତି କିଷାନ ସନ୍ଧ୍ୟା ୬ଟାରେ ଜାଗର…

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

କଳିଙ୍ଗନଗର,୧୯।୨(ଡି.ଏନ.ଏ.): ବ୍ୟାସନଗର ସହରର ପ୍ରିୟଦର୍ଶିନୀ ମାର୍ଗ ୧୫ନଂ. ୱାର୍ଡରେ ଥିବା କପିଳେଶ୍ୱର ଶିବମନ୍ଦିରରେ ଶନିବାର ମହାଶିବରାତ୍ରି ଉପଲକ୍ଷେ ଦୀପ ଜାଳୁଥିବାବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରିୟଦର୍ଶିନୀ ରୋଡ ଅଞ୍ଚଳର ପ୍ରଭାସିନୀ ଖିଲାର(୫୯)। ତାଙ୍କୁ ତୁରନ୍ତ…

ବିନା ଲାଇଫ୍‌ ଜ୍ୟାକେଟରେ ଧବଳେଶ୍ୱର ଗଲେ ମନ୍ତ୍ରୀ

ଖୁଣ୍ଟୁଣୀ,୧୯।୨(ଡି.ଏନ୍‌.ଏ.): କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଶନିବାର ଥିଲା ଜାଗର ଯାତ୍ରା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖିବା ସହ ଝୁଲାପୋଲର ମରାମତି ଚାଲିଥିବାରୁ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଡଙ୍ଗା ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଛି।…

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ଜିଲା…

ଫେକ୍‌ ଆକାଉଣ୍ଟ ମାଧ୍ୟମରେ ୪୦ ଲକ୍ଷ ଟଙ୍କା ଠକେଇ

ନୟାଗଡ଼ ଅଫିସ,୧୯।୨: ଫେକ୍‌ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ ସହରରର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ପୂର୍ବତନ ରିଲେଶନ ଅଫିସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର…

ଲଘୁ ଖଣିଜ ଚାଲାଣ ବେଳେ ଚଢ଼ାଉ: ୫ଲକ୍ଷ ଜରିମାନା

ବ୍ରଜରାଜନଗର,୧୯।୨(ଡି.ଏନ.ଏ.): ବେଆଇନ ଭାବେ ମାଟି ଓ ମୋରମ ଉତ୍ତୋଳନ କରୁଥିବା ବଂଶଲ ଇନ୍‌ଫ୍ରା ପ୍ରୋଜେକ୍ଟସ ଲିମିଟେଡକୁ ଝାରସୁଗୁଡା ଉପଜିଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୂଚନାନୁସାରେ ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ପଞ୍ଚପଡ଼ା ଓ ଲହଣ୍ଡାବୁଡ଼ ରାସ୍ତା ପାର୍ଶ୍ୱରୁ…

ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର,୧୯।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ…

ଜଣେ ମୃତ, ୨୭ ଅସୁସ୍ଥ

ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଅନ୍ତେବାସିନୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?