ନଳକୂପ ଦୂର କରିପାରୁନି ଜଡ଼ାପୁଟ ଜଳସଙ୍କଟ

ଦଶମନ୍ତପୁର,୨୫ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଜଡ଼ାପୁଟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ଗ୍ରାମବାସୀ ବର୍ଷ ବର୍ଷ ଧରି ଝରଣା ପାଣିରେ ଚଳୁଥିବା ଜଣାପଡିଛି। ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ରୂପେ ପାନୀୟ ଜଳ ରହିଛି। ଗ୍ରାମରେ ଥିବା ଗୋଟିଏ ମାତ୍ର ନଳକୂପ ଜଳସଙ୍କଟ ଦୂର କରିପାରୁନି। ୮ ବର୍ଷ ହେଲା ଏହି ନଳକୂପ ମଧ୍ୟ ଅଚଳ ହୋଇପଡ଼ିଛି। ଗ୍ରାମବାସୀ ବାଧ୍ୟ ହୋଇ ଗ୍ରାମଠାରୁ ୫୦୦ ମିଟର ଦୂରରେ ଥିବା ପୋଡ଼ାଆମ୍ବପୋଦା ଝରଣାରୁ ଜଳ ସଂଗ୍ରହ କରି ଚଳୁଛନ୍ତି । ଏହି ଜଳକୁ ମଧ୍ୟ ପ୍ରାଥମିକ ବିଦ୍ୟାଳୟ, ପ୍ରାକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ବ୍ୟବହାର କରାଯାଉଛି। ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟା ନ ଥିଲା। ଝରଣା ପାଣି ଗ୍ରାମକୁ ଆସୁଥିଲା। ତେବେ ଗ୍ରାମଦେଇ ନୂତନ ରୂପେ ନିର୍ମିତ ହେଉଥିବା ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣ ବେଳେ ଗ୍ରାମକୁ ସଂଯୋଗ ହେଉଥିବା ପାଣି ପାଇପଗୁଡିକ ଠିକାଦାର ଭାଙ୍ଗି ଦେବାରୁ ଆମ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି ବୋଲି ଗ୍ରାମର ପୁସ୍ତ ମୁଦୁଲି, କଇତା ମୁଦୁଲି, କୁରୁଞ୍ଜି ମୁଦୁଲି, ଲକ୍ଷ୍ମୀ ମୁଦୁଲି, ସପତି ଜାନି, ସଇତ ମୁଦୁଲି, ଭୁଇଲି ଜାନି, ନାରଙ୍ଗୀ ମୁଦୁଲି, ଦାନ ଜାନି ଅଭିଯୋଗ କରିଛନ୍ତି। ଏହି ପାଣି ପିଇ ଆମେ ଅନେକ ରୋଗର ଶିକାର ହେଉଛୁ ବୋଲି ଗ୍ରାମବାସୀ କହିଛନ୍ତି । ଏସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ-୨ ସଞ୍ଜୀବ ଅଲ୍ଲିିଙ୍କୁ ପଚାରିବାରୁ ସେ କହିଲେ, ଖୁବ ଶୀଘ୍ର ଜଡାପୁଟ ଗ୍ରାମର ନଳକୂପ ମରାମତି କରିଦେବେ। ସରପଞ୍ଚ ନବୀନ ମୁଦୁଲିଙ୍କୁ ପଚାରିବାରୁ ଜଡାପୁଟରେ ଏକ ନୂତନ ନଳକୂପ ଖନନ ବ୍ୟବସ୍ଥା ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri