ଆମ ଜିଲା ଖବର

ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ବାଲିମେଳା ଗସ୍ତ

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ପୋଟେରୁ ଜଳସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଗା ଲିଫ୍ଟକୁ ଅଚାନକ ଗସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଶନିବାର ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟାରେଜକୁ ଯାଇ ସେଠାରେ ଥିବା…

ଏସ୍‌ଏଚ୍‌ଜି ଗ୍ରୁପ୍‌ର ସମସ୍ତ କାଗଜପତ୍ର ଚିରି ଜାଳିଦେଲେ ସଦସ୍ୟାଙ୍କ ଝିଅ, ଥାନାରେ ପହଞ୍ଚିଲା ମାମଲା

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଅଧିନସ୍ଥ ତାରଲାକୋଟା-ବି ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ତାରଲାକୋଟା-ବି ଗ୍ରାମରେ ଥିବା ୧୦ ଜଣ ମହିଳା ମିଳିତ ଭାବେ ମା’ ତାରାତାରିଣୀ ନାମକ ଏକ ମହିଳା…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ମାନସ କୁମାର ମିଶ୍ର। ଏହି…

ବସ୍‌ ଚଲାଉଥିଲେ ହେଲପର, ଟ୍ରକ୍‌ ସହ ହେଲା ମୁହାଁମୁହିଁ

ବାରିପଦା ଅଫିସ,୨୫ା୨: ଶନିବାର ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣିଠାରେ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୩ ଆହତ ହୋଇଛନ୍ତି। ବସ୍‌-ଟ୍ରକ୍‌ ମୁଁହାମୁହିଁ ଧକ୍କା ହୋଇଥିବା ବେଳେ ଅଟୋ ଓଲଟିବାରୁ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ…

ବ୍ରିଜ୍‌ ଉପରୁ ନଦୀକୁ ଖସିଲା ହାଇଓ୍ବା

ଭବାନୀପାଟଣା,୨୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବନ୍ଧାଗାଁ ତେଲ ନଦୀ ବ୍ରିଜ ଉପରୁ ଶନିବାର ଏକ ହାଇଓ୍ବା ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ଚାଳକ ଏବଂ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ତେବେ ହେଲପରଙ୍କ ଗୋଟିଏ ହାତ ଭାଙ୍ଗି…

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଲୋକାର୍ପଣ କଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୫।୨: ଢେଙ୍କାନାଳ ସହର ବାଜି ଚୌକଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଶନିବାର ଲୋକାର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ…

ଗ୍ରାମସଭାରେ ଉତ୍ତେଜନା: ବିରୋଧୀଙ୍କ ମାଡ଼ରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆହତ

ସାକ୍ଷୀଗୋପାଳ,୨୫।୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ସାଣ୍ଢରା ଶାସନ ପଞ୍ଚାୟତରେ ଗ୍ରାମସଭା ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକାକୁ ନେଇ କିଛି ଗ୍ରାମବାସୀ ପ୍ରତିବାଦ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହୋହଲ୍ଲା ଓ…

କାର ସହ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର,୨୫।୨(ଆ.ପ୍ର.): ସୋନପୁର ଅବକାରୀ ବିଭାଗ ଶନିବାର ସ୍ଥାନୀୟ ପଟାଭା ଛକରୁ କାର ସହ ୪୦ କେଜି ଗଞ୍ଜେଇ ଜବତ କରିଛିି । ଏହି ଘଟଣା ରେ ୨ଜଣ ବାହାର ରାଜ୍ୟର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର…

ଜଳୁଛି ଗୋଜିଆ ଜଙ୍ଗଲ

ଗୋଲାମୁଣ୍ଡା,୨୫।୨(ଡି.ଏନ.ଏ.): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରା ନ ଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ। କଳାହାଣ୍ଡି ଜିଲା ଗୋଲାମୁଣ୍ଡା…

ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ୍‌

ମାଲକାନଗିରି,୨୫।୦୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀ ଗୁଳିରେ ୩ ଯବାନ ଶହୀଦ୍‌ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶର୍ଚ୍ଚ…

ଗାଁକୁ ଫେରିଲେ ତେଲଙ୍ଗାନାରେ ବନ୍ଧକ ଦାଦନ

ନୂଆପଡ଼ା ଅଫିସ,୨୫।୨: ତେଲଙ୍ଗାନାରେ ବନ୍ଧକ ଥିବା ନୂଆପଡା ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ସରାଇପାଲି ଗାଁର ୬ଜଣ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। ତେଲଙ୍ଗାନାରେ ବନ୍ଧକ ଥିବା ନେଇ ଗତ ବୁଧବାର ଧରିତ୍ରୀରେ ପ୍ରକାଶ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ…

୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?