ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା

ଗୋପାଳପୁର,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ତାଲା ଖୋଲାଯାଇଥିଲା। ସୂଚନାନୁସାରେ ଏହି ବ୍ଲକ ଅନ୍ତର୍ଗତ ଡ଼ୁରା ପଞ୍ଚାୟତର ଦିୱାନି ପୋଖରୀର ଉନ୍ନତିକରଣ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ଜାନୁଆରୀ ୧୮ରେ ଉକ୍ତ ପୋଖରୀର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଜନୈକା ମହିଳା ଏହି ପୋଖରୀର ଉନ୍ନତି କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ଶ୍ରମିକ ମଜୁରୀ ୬୦ ପ୍ରତିଶତ ଥିବାବେଳେ ସାମଗ୍ରୀ ବାବଦରେ ୪୦ ପ୍ରତିଶତ ରହିଥିଲା। ଶ୍ରମିକ ମଜୁରୀ ବାବଦରେ ୬ ଲକ୍ଷ ୩୮ ହଜାର ୭୪୦ ଟଙ୍କା ପଠାଯାଇଥିଲା। ସେହିପରି ସାମଗ୍ରୀ ବାବଦରେ ୩ ଲକ୍ଷ ୧୯ ହଜାର ଟଙ୍କା ଗତ ଅଗଷ୍ଟ ମାସରେ ମହିଳାଜଣଙ୍କ ବିଲ ଦାଖଲ କରିଥିଲେ। ସାମଗ୍ରୀ ବିଲ ଟଙ୍କା ନଥିବା ଯୋଗୁଁ ଦିଆଯାଇପାରିନଥିଲା। ଏନେଇ ମହିଳା ଜଣକ ବାରମ୍ବାର ଯନ୍ତ୍ରୀ ଓ ମନରେଗା ବିଭାଗକୁ ଦୌଡ଼ିଥିଲେ। ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କନିଷ୍ଠ ଯନ୍ତ୍ରୀ ଥିବା ବେଳେ ଶୁକ୍ରବାର ମହିଳା ଜଣକ ତାଲା ପକାଇ ପାଟିତୁଣ୍ଡ କରିବା ସହ ହାଇଡ଼୍ରାମା କରିଥିଲେ। ବ୍ଲକ କର୍ମଚାରୀ ଯେତେ ବୁଝାଇଥିଲେ ମଧ୍ୟ ମହିଳା ଜଣକ ଚାବି ଖୋଲିନଥିଲେ। ବିଡିଓ ବିଶ୍ୱଜିତ ରାୟ ଓ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପୋଲିସ ତାଲା ଖୋଲିଥିଲା। ବିଡ଼ିଓ ବିଶ୍ୱଜିତ ରାୟ ସାମଗ୍ରୀ ବିଲ୍‌ର ଏଫଟିଓ କରାଯାଇଛି, ଟଙ୍କା ଆସିଲେ ଦିଆଯିବ ବୋଲି କହିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri