ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା

ଦିଗପହଣ୍ଡି,୨୫ା୨ (ଡି.ଏନ୍‌.ଏ): ଦିଗପହଣ୍ଡି ଥାନା ଅନ୍ତର୍ଗତ ପୀତାମ୍ବରପୁର ଗ୍ରାମର ଗାଁ ବୈଦ୍ୟ ବଙ୍ଗାଳି ସେଠୀଙ୍କୁ ଗତ ୧୭ ତାରିଖରେ ହତ୍ୟା କରାଯାଇଥିବା ଘଟଣାର ଶୁକ୍ରବାର ପୋଲିସ ପର୍ଦ୍ଦାଫାସ କରିଛି। ବଙ୍ଗାଳିଙ୍କୁ ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସୂଚନା ଦେଇଛି। ବହୁ ପୂର୍ବରୁ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ, ବାଡି, ଗୋଟିଏ ବାଇକ ଏବଂ ୫ଟି ମୋବାଇଲ ଜବତ କରାଯାଇଛି।
ଅନୁଯାୟୀ, ବଙ୍ଗାଳି ସେଠୀ ନିଦ୍ରାବତୀ ଦେବୀଙ୍କ ସାଧକ ଥିଲେ। ବିଭିନ୍ନ ରୋଗ ପାଇଁ ଝଡ଼ାଫୁଙ୍କା, ପୂଜାର୍ଚ୍ଚନା କରିବା ସହ ଜଡିବୁଟି ଦେଉଥିଲେ। ଗତ ପ୍ରାୟ ୭ ବର୍ଷ ପୂର୍ବେ ପଡୋଶୀ ପ୍ରସନ୍ନ ସେଠୀଙ୍କ ବଡ଼ଝିଅ ଅଜଣା ରୋଗରେ ଆକ୍ରାନ୍ତ ଥିବାରୁ ସେ ବଙ୍ଗାଳୀଙ୍କ ଆଶ୍ରୟ ନେଇଥିଲେ। ତେବେ ତାଙ୍କଠାରୁ ଔଷଧ ଖାଇବାର ଗୋଟିଏ ଦିନ ପରେ ଝିଅର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ହିଞ୍ଜିଳି ଥାନା ଅନ୍ତର୍ଗତ ପୋଡିଙ୍ଗି ଗ୍ରାମରେ ରହୁଥିବା ପ୍ରସନ୍ନଙ୍କ ଶାଳୀଙ୍କର ମଧ୍ୟ ଗତ ୩ ମାସ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ହିଞ୍ଜିଳି ସିନେମା ହଲ ଛକରେ ରହୁଥିବା ଅରୁଣ ସେଠୀଙ୍କ ଭଉଣୀ ବଙ୍ଗାଳିଙ୍କ ଔଷଧ ଖାଇବା ପରେ ମୃତ୍ୟୁ ହୋଇଥିବାରୁ ସମସ୍ତେ ବଙ୍ଗାଳିଙ୍କ ତନ୍ତ୍ର ସାଧନା ଉପରେ ସନ୍ଦେହ କରିବା ସହ ସେ ହିଁ ଗୁଣିଗାରେଡ଼ି କରି ମାରିଥିବା ସନ୍ଦେହ କରିଥିଲେ। ପ୍ରତିଶୋଧ ନେବାପାଇଁ ପ୍ରସନ୍ନ, ତାଙ୍କ ଶଢୁ ପ୍ରତାପ ଏବଂ ଅରୁଣ ହିଞ୍ଜିଳି ଭଞ୍ଜମାର୍ଗରେ ରହୁଥିବା ତାଙ୍କର ସାଙ୍ଗ ଆଦେଶ ମହାପାତ୍ରଙ୍କ ସହାୟତା ଲୋଡିଥିଲେ। ତେବେ ଜରଡ଼ା ଥାନା ପାତ୍ରପୁର ଖଣ୍ଡିଆସାହିରେ ରହୁଥିବା ଆଦେଶଙ୍କ ମାମୁ ସୁପାରି କିଲରଙ୍କ ଯୋଗାଯୋଗରେ ରହି ବଙ୍ଗାଳିଙ୍କ ହତ୍ୟା ପାଇଁ ଦେଢ଼ଲକ୍ଷ ଟଙ୍କା ଚୁକ୍ତି ହୋଇଥିଲା। ଚୁକ୍ତି ପ୍ରକାରେ ଭୁବନେଶ୍ୱରର ମନୋଜ ବେହେରା ଏବଂ ବିଶୁ ଟଙ୍କା ପାଇବା ପରେ ସମସ୍ତେ ମିଶି ପୀତାମ୍ବରପୁର ଅଭିମୁଖେ ବାହାରି ଥିଲେ। ସମସ୍ତେ ମିଶି ଏକ କଲଭର୍ଟ ନିକଟରେ ହତ୍ୟା ପାଇଁ ପ୍ରସ୍ତୁତ ହୋଇ ରହିବା ସହ ବଙ୍ଗାଳିଙ୍କ ଚଳପ୍ରଚଳ ସମ୍ପର୍କରେ ପଡୋଶୀ ପ୍ରସନ୍ନଙ୍କ ସ୍ତ୍ରୀ କବିତାଙ୍କ ଠାରୁ ସୂଚନା ସଂଗ୍ରହ କରିଥିଲେ। ବଙ୍ଗାଳି ଏକ ସାଇକେଲରେ ଚାହା ପିଇବା ପାଇଁ ଗାଁରୁ ପୀତାମ୍ବରପୁର ଛକକୁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ। ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ବଙ୍ଗାଳିଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଇଆଇସି ଦିପ୍ତିରଞ୍ଜନ ବେହେରା ନଂ. ୭୫/୨୩ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ପୀତାମ୍ବରପୁର ଗ୍ରାମର ପ୍ରସନ୍ନ ସେଠୀ, ସ୍ତ୍ରୀ କବିତା ସେଠୀ, ଶଢୁ ପ୍ରତାପ ସେଠୀ, ହିଞ୍ଜିଳିର ଅରୁଣ ସେଠୀ, ଆଦେଶ ମହାପାତ୍ର ଏବଂ ପାତ୍ରପୁରର ସନ୍ତୋଷ ନାୟକଙ୍କୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ମୁଖ୍ୟ ସୁପାରୀ କିଲର ମନୋଜ ବେହେରା ଅନ୍ୟ ଏକ ମାମଲାରେ ଘଟଣାର ଦୁଇଦିନ ପରେ ଭୁବନେଶ୍ୱର ଖାରବେଳ ନଗର ପୋଲିସ ହାତରେ ଧରାପଡି ଜେଲ ଯାଇଥିବା ଜଣାପଡିଛି। ଅନ୍ୟତମ ଅଭିଯୁକ୍ତ ବିଶୁକୁ ଧରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri