ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି କର୍ମୀ ରାମକୃଷ୍ଣ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ସତ୍ୟ ନାରାୟଣ ମେହେର,କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗ, ପ୍ରାଣୀ ଚିକିତ୍ସକ ସାରଦା ନାୟକ, ଫରେଷ୍ଟର ତନୁଜ କୁମାର ପରିଛା, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ଆସିଡିଏସ୍‌ ସୁପରଭାଇଜର ମୋହିନୀ ଭତ୍ରା, ପୁଫୁଗାଁ ସରପଞ୍ଚ, ବାଣୁଆଗୁଡା ସରପଞ୍ଚ ଲଷ୍ମୀ ପୂଜାରୀ, ସମାଜ ସେବୀ ତଥା ଆଇ ଡବ୍ଲୁ ଡି ଏସ ନିର୍ଦ୍ଦେଶକ ପରମା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବର୍ତ୍ତମାନ ଚାଷୀମାନେ ଅଧିକ ଅମଳ ଆଶା କରି ଶଙ୍କର ଜାତୀୟ ବିହନ ଏବଂ ରାସାୟନିକ ସାର ବ୍ୟବହାର କରୁଥିବାରୁ ମାଟିର ଉର୍ବରତା କମୁଛି ବୋଲି ଅତିଥିମାନେ କହିଥିଲେ। ତେଣୁ ଲୋପ ପାଇଯାଉଥିବା ବିଭିନ୍ନ କିସମର ଚାଷ ସମ୍ପର୍କରେ କହିବା ସହ ପାରମ୍ପରିକ ବିହନରେ ଜୈବିକ ସାର ପ୍ରୟୋଗ କରି ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିଥିଲେ। ସେହିପରି ୮ଟି ଷ୍ଟଲରେ ବିଭିନ୍ନ କିସମର ଦେଶୀ ବିହନ, ଡାଲି ଜାତୀୟ ବିହନ, ତୈଳ ଜାତୀୟ ବିହନ, ଲତା ଜାତୀୟ ବିହନ, କନ୍ଦା ଜାତୀୟ ଔଷଧ ତଥା ଖାଦ୍ୟ, ପାରମ୍ପରିକ ପିଠା ପ୍ରଦର୍ଶନ ହୋଇଥିଲା। କୋଷାଗୁମୁଡା ବ୍ଳକର ବରଷ୍ଠ ଚାଷୀ ଶଙ୍କର ପଟ୍ଟନାୟକ ପ୍ରାୟ ୪ ଶହରୁ ଉର୍ଦ୍ଧ କିସମର ଦେଶୀ ଧାନ ବିହନ ପ୍ରଦର୍ଶନ କରିଥିଲେ। ଚାଷୀ ମାନଙ୍କ ମଧ୍ୟରେ ଦେଶୀ ବିହନ ଆଦାନ ପ୍ରଦାନ କରାଯାଇଥିଲା। ଶେଷରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ମାନଙ୍କୁ ନେଇ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା। ନବରଙ୍ଗପୁର ଜିଲା ଆର୍‌ସିଡିସି ପ୍ରକଳ୍ପ ସଂଯୋଜକ ଦୁଷ୍ମନ୍ତ କୁମାର ଓଝା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆଠ ଶହ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri