ଆମ ଜିଲା ଖବର

ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମଧ୍ୟ ମିଳିଛି।...

ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ...

ଥାନା ଭିତରେ ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ଘଟଣା: ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା, ୨୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନାଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ...

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି ଘର ଆଗରେ ଥୁଆ ହୋଇଥିଲା ବେଳେ ତାହା ଜଳୁଥିଲା। ପାଟ୍ରୋଲିଂ କରୁଥିବା ପୋଲିସ...

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ ହଠାତ୍‌ ଟଳି ପଡିଥିଲେ। ସେ ହେଲେ ନୂଆଗାଁ ବ୍ଲକ ହରିପୁର ଅଞ୍ଚଳର ଭଜକୃଷ୍ଣ...

ବାତ୍ୟା ‘ଅମ୍ପନ’ ପାଇଁ ଆଜି ହାଇକୋର୍ଟ ବନ୍ଦ

କଟକ ଅଫିସ,୨୦।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ ପାଇଁ ବୁଧବାର ହାଇକୋର୍ଟ ବନ୍ଦ ରହିବ। ଏଣୁ ବୁଧବାର ଯେଉଁ ମାମଲାଗଡ଼ିକର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, ସେଗୁଡିକ ଗୁରୁବାର ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

କାର୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଶଙ୍କରାଖୋଲ,୨୦ା୫(ଡି.ଏନ୍‌.ଏ.)- ଚକାପାଦ ଥାନା ଘୁଡକାପଦର ପୋଲଠାରେ ମଙ୍ଗଳବାର ଚକାପାଦ ପୋଲିସ ଏକ ଓଲା କାର୍‌ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଟିକାବାଲି ଥାନା ଡିମୁଣ୍ଡା ଗ୍ରାମର ଟଙ୍କଧର ଦିଗାଳ।...

ଅମ୍ଫନ: ୪୩୧ ଲୋକଙ୍କୁ ସ୍ଥାନାନ୍ତର

ଆର.ଉଦୟଗିରି,୨୦ା୫(ଡି.ଏନ.ଏ.)-ନୁଆଗଡ ବ୍ଲକର ୧୦ ପାହାଡ ତଳି ଅଞ୍ଚଳ ଗ୍ରାମକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ବ୍ଲକ ପ୍ରଶାସନ ପୁଟୁପଡା ପଞ୍ଚାୟତର ପାରାଜୀ ଗ୍ରାମର ୪୬ ପରିବାରର ୨୭୦ ଲୋକଙ୍କୁ ପାରାଜୀ ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆର.ଉଦୟଗିରି ବ୍ଲକ...

ସୁଧାର ଗୃହରୁ ୭ ଅନ୍ତେବାସୀ ଫେରାର

ବ୍ରହ୍ମପୁର ଅଫିସ,୨୦ା୫-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ବତନ୍ତ୍ର ସୁଧାର ଗୃହରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ସେଠାରେ ଥିବା ୭ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି। ଏପରିକି ଅନ୍ତେବାସୀମାନେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିବା ନେଇ...

ସୀତାଢ଼ିମ୍ବିରା ସାହିରେ ବୋମାମାଡ଼

ବ୍ରହ୍ମପୁର ଅଫିସ,୨୦ା୫-ବଡ଼ବଜାର ଥାନା ଅନ୍ତର୍ଗତ ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ବୋମା ଶବ୍ଦରେ ଅଞ୍ଚଳରେ...

ସାଇକେଲରେ ତାମିଲନାଡୁରୁ ପୋଲସରା ଫେରିଲେ ଯୁବକ

ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ପରେ ଚଳିବାକୁ ଅସୁବିଧା ହୋଇଥିଲା। ଅର୍ଥ...

ନିୟମ ଭିତରେ ରଥ ନିର୍ମାଣ

ଢେଙ୍କାନାଳ ଅଫିସ, ୨୦।୫ ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ ଆଗେଇ ଚାଲିଛି। ଲକ୍‌ଡାଉନ୍‌ ନିୟମକୁ ମାନି ରଥ ତିଆରି କରାଯାଉଛି। ମହାରଣା ସେବକ ଏବଂ କାରିଗରମାନେ ସାମାଜିକ ଦୂରତ୍ୱ ନିୟମ ଭିତରେ ମାସ୍କ ପିନ୍ଧି କାମ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri