ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଯୁବକ ଗିରଫ

ତରଭା,୭ା୩(ଡି.ଏନ.ଏ.): ଯୁବତୀଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କଲେ। ପରେ ସମ୍ପୃକ୍ତ ଯୁବତୀଙ୍କୁ ଟଙ୍କା ମାଗି ବ୍ଲାକମେଲ କରିଥିଲେ। ଏଥିରେ ସଫଳ ନ ହେବାରୁ ଶେଷରେ ଆପତ୍ତିଜନକ ଫଟୋ ସବୁ ଭାଇରାଲ କରିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା କମସରା ଫାଣ୍ଡି ପୋଲିସ ବୌଦ୍ଧ ଜିଲା ମନୁମୁଣ୍ଡା ଥାନା ଅଧିନ ଖମ୍ବେଶ୍ୱରୀପାଲି ଗ୍ରାମର ପଦ୍ମନାଭ ରଣା(୨୧)ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ତରଭା ଜେଏମ୍‌ଏଫସି ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସମ୍ବନ୍ଧରେ ସୋମବାର ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ତରଭା ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ରବିବାର ପୀଡିତାଙ୍କ ଏତଲା ଅନୁଯାଇ ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସଆଇ ଯଯାତି କେଶରୀ ସାହୁ, ଏଏସଆଇ ନିମାଇଁ ଚରଣ ବାରିକ ଖମ୍ବେଶ୍ୱରୀପାଲିକୁ ଯାଇ ପଦ୍ମନାଭଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଉକ୍ତ ଘଟଣାରେ ବ୍ୟବହୃତ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ଭିଡିଓ କଲକୁ ରେକଡିଙ୍ଗ କରି ପୀଡିତାଙ୍କୁ ଟଙ୍କା ମାଗିବା ସହ ନ ଦେଲେ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯିବ ବୋଲି ଧମକ ଦେଇଥିଲେ। ଶେଷରେ ଅଶ୍ଳିଳ ଭିଡିଓ ସବୁକୁ ପୋଷ୍ଟ କରିଦେଇଥିଲେ ବୋଲି ଏସ୍‌ଡିପିଓ ନିଙ୍ଗୀ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ତରଭା ଥାନାରେ ଏକ ମାମଲା(୪୨/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର କୋଭିଡ୍‌ ମୁକାବିଲାରେ ସାମିଲ୍‌ ହେଲେ ଗଞ୍ଜାମ ସହରର ଦୋକାନୀ

ଗଞ୍ଜାମ,୨୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରୁ ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ହଟିନି। ଦୈନିକ ସହରର କେଉଁ ୱାର୍ଡରୁ ନା କେଉଁ ୱାର୍ଡରୁ ଗୋଟିଏ କିମ୍ବା ଦୁଇଟି ଆକ୍ରାନ୍ତ...

ମାନିଲେନି ସାମାଜିକ ଦୂରତ୍ୱ: ୫ ଦୋକାନ ସିଲ୍‌, ୨୯ ଗିରଫ

ଭଦ୍ରକ ଅଫିସ,୬ା୪ : ସାମାଜିକ ଦୂରତ୍ୱ କଟକଣା ନିୟମ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ସିଲ୍‌ କରିଛି ଟାଉନ୍‌ ପୋଲିସ। ସହରରେ ସଟ୍‌ଡାଉନ୍‌...

ବିରୋଧୀଙ୍କ ରଣନୀତି ବିଜେଡିକୁ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ,୭ା୨: ଜଗତ୍‌ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍‌ ଜିତି ଥିଲା।...

ନବ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଭୁବନେଶ୍ୱରକୁ କରାଗଲା ଏୟାରଲିଫ୍ଟ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ରବିବାର ଗୁଳିମାଡ଼ ହୋଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରରୁ...

୧ଟଙ୍କା ଫି’ରେ ଡାକ୍ତର ଦମ୍ପତିଙ୍କ ଚିକିତ୍ସା

ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଭିମସାର ମେଡିକାଲର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି ଶୁକ୍ରବାରଠାରୁ ୧ ଟଙ୍କା ଫି ନେଇ ଚିକିତ୍ସା ସେବା ଆରମ୍ଭ କରିଛନ୍ତି।...

ଆଜି ପିଟିସିରେ ପାସିଂ ଆଉଟ ପରେଡ୍‌

ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍‌ଆଇ ବ୍ୟାଚ୍‌ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ...

ମୁମ୍ବାଇରେ ଫସିଛନ୍ତି ୬୮ସଂସ୍କୃତ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୩ା୫: କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ମୁମ୍ବାଇ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଆରଏସଏସ) ବିଦ୍ୟା ବିହାରରେ ଫସି...

ବଜାର କମିଟି ନାଁରେ ଫେରାଦ ଘଟଣା : ଏସ୍‌ପିଙ୍କୁ ଭେଟିଲେ ବ୍ୟବସାୟୀ

କୋରେଇ,୭ା୬(ସ୍ବ.ପ୍ର.) : ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ବାହିନୀ ଗଠିତ ହୋଇଥିଲେ ମଧ୍ୟ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରାଚନାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରୁଥିବା...

Advertisement
Archives

Model This Week