କୋଲକାତାରୁ ମ୍ୟାନେଜରଙ୍କ ସମେତ ୨ ଗିରଫ

ବ୍ରହ୍ମପୁର ଅଫିସ,୭ା୩: ସୁନା ଦୋକାନରୁ ୩୦ ଲକ୍ଷର ସୁନା ଗହଣା ଚୋରି ଘଟଣାର ମାଷ୍ଟରମାଇଣ୍ଡ ସର୍ଜଲ ମଲିକ ଓ ଅନ୍ୟ ଜଣେ କର୍ମଚାରୀ କୌଶିକ ପାଙ୍ଗଙ୍କୁ ବଡବଜାର ପୋଲିସ କୋଲକାତାରୁ ଧରି ସେମାନଙ୍କଠାରୁ ସମସ୍ତ ସୁନା ଗହଣା ଜବତ କରିଛି। ପୋଲିସ କୋଲକାତା ଦାସପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଉଭୟଙ୍କୁ ହାଜର କରି ତିନିଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଆଣିଛି। ଉଭୟଙ୍କୁ ସୋମବାର ଏସ୍‌ଡ଼ିଜେଏମ୍‌ ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଥିଲା। ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, କୋଲକାତାର ନୂର ଆଲମ ମଲ୍ଲିକ ବ୍ରହ୍ମପୁର ସାନବଜାର ଛକରେ ଏକ ସୁନା ଦୋକାନ କରି ବ୍ୟବସାୟ କରୁଛନ୍ତି। ଫେବୃୟାରୀ ୧୪ ସକାଳେ ସେ ଦୋକାନ ଖୋଲିବା ପାଇଁ ଯାଇଥିଲେ। ହେଲେ ଗ୍ରୀଲ ତାଲା ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ସେଠାରେ ଥିବା ପୁରୁଣା ସୁନା ୨୮୫ ଗ୍ରାମ, ଚେକି ସୁନା ୩୮୦ ଗ୍ରାମ, ରୁପା ଦୁଇ କେଜି ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି

ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ...

ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ...

ପୁରୁଣା ବୋରିଗୁମ୍ମା ପୋଲ ଉପରେ ୫ ଫୁଟର ଜଳ: ୧୫ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଜୟପୁର, ୬।୭(ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଫଳରେ ଯାତାୟାତ ପାଇଁ ଏକ ଅସ୍ଥାୟୀ...

ଆଖଣ୍ଡଳମଣି ପୀଠରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆରଡ଼ି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ଉନ୍ନତୀକରଣ ପାଇଁ ୬ବର୍ଷ ତଳେ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ କାର୍ଯ୍ୟ ମଧ୍ୟ ଚାଲୁ...

ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗଞ୍ଜେଇ ଚୋରାଚାଲାଣକାରୀ

ମାଲକାନଗିରି,୧୭।୯(ଡି.ଏନ.ଏ): ୨ ବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ରୋକିବାରେ ମାଲକାନଗିରି ପୋଲିସ ସଫଳ ରହିଛି। ଏହି ସମୟ ମଧ୍ୟରେ ଜିଲାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଆହତ

ହାତୀଓଟ,୨୦ା୬-ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ମଙ୍ଗଳବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ...

ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ

ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ...

Advertisement
Archives

Model This Week