ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ

ଅନୁଗୋଳ ଅଫିସ, ୭।୩: ଅନୁଗୋଳ ସଦର ଥାନା ଆମ୍ବପାଳ ଗ୍ରାମର ସଭାପତି ବାଳକୃଷ୍ଣ ନାୟକ (୫୮)ଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯିବା ଅଭିଯୋଗର ତଦନ୍ତକୁ ଜୋର୍‌ଦାର କରିଛି ପୋଲିସ। ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।
ସୂଚନାଯୋଗ୍ୟ, ବାଳକୃଷ୍ଣ ଶନିବାର ରାତିରେ କୁକୁଡ଼ା ଫାର୍ମରେ ଶୋଇଥିଲେ। ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ତାଙ୍କୁ କାବୁ କରି ଇଞ୍ଜେକ୍ସନ ଦେଇ ଫେରାର ହୋଇଯାଇଥିଲେ। ଏହାପରେ ତାଙ୍କ ଶରୀରରେ ଜଳାପୋଡ଼ା ଆରମ୍ଭ ହୋଇଥିଲା। ପ୍ରାଣ ବିକଳରେ ସେ ଘରକୁ ଦୌଡ଼ି ଆସି ଏ ବିଷୟରେ କହିଥିଲେ ଏବଂ ବାନ୍ତି କରିବା ସହ ଅଚେତ ହୋଇଯାଇଥିଲେ। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ଅନୁଗୋଳ ଏସ୍‌ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ସବୁ ଦିଗରୁ ତଦନ୍ତ କରାଯାଉଛି। ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁରକୁ କାର୍ଯ୍ୟରେ ଲଗାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ହେଉଛି ସମୁଦ୍ର ସ୍ନାନ

ପୁରୀ ଅଫିସ, ୧୮ା୧୦: ଆସୁଛି ପର୍ଯ୍ୟଟନ ଋତୁ। ଏଥିପାଇଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ସାଧାରଣତଃ ଶ୍ରୀମନ୍ଦିର ଦର୍ଶନ ପରେ ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିବା...

ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍‌. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି...

ଧାନବିଲକୁ ପଶିଗଲା ଯାତ୍ରୀବାହୀ ବସ୍‌

ଅତାବିରା,୧୨।୪(ଡି.ଏନ୍‌.ଏ.): ସୋନପୁର-ଗୋଡ଼ଭଗା ୫୪ ନମ୍ବର ରାଜ୍ୟ ରାଜପଥର ଅତାବିରା ବ୍ଳକ ଦୁଲମପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର...

ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ...

୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ,...

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ...

କଙ୍ଗାରୁ କୋର୍ଟରେ ଶିକ୍ଷୟିତ୍ରୀଙ୍କ ପରିବାରକୁ ବାସନ୍ଦ ଘଟଣା ଭିଡିଓ ଭାଇରାଲ ପରେ ଗାଁ କମିଟି ବୈଠକ

ହିଞ୍ଜିଳିକାଟୁ,୨୧ା୧୦(ଡ଼ି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ କମିଟି ନିଷ୍ପତ୍ତି କରି ଗ୍ରାମର ଏକ ପରିବାରକୁ ବାସନ୍ଦ କରିବା ଘଟଣାରେ ରବିବାର ପ୍ରଶାସନିକ ତତ୍ପରତା ପ୍ରକାଶ...

ପୋଖରୀରେ ବୁଡି ଜଣେ ମୃତ

ବ୍ରହ୍ମପୁର ଅଫିସ,୧।୪- ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୋଇଲୁଣ୍ଡିର ଜିତେନ୍ଦ୍ର ମହାପାତ୍ର (୪୧)। ବୁଧବାର ମେଡିକାଲ ଫାଣ୍ଡି ପୋଲିସ ମୃତଦେହ...

Advertisement
Archives

Model This Week