କୃତ୍ରିମ ଗୋଡ଼ ପାଇଁ ଠକୁଛି କମ୍ପାନୀ

ଏମ୍‌ଭି ୭୯,୭ା୩(ଡି.ଏନ୍‌.ଏ.): ନାବାଳକ ରାଜୀବ ବାଛାଡ଼ ଘରର ଦୁଃଖ କଷ୍ଟ ଦୂର କରିବାକୁ କମ୍‌ ବୟସରେ ପଥର ଖାଦାନରେ କାମ କରୁଥିଲେ। ମାତ୍ର ସାମାନ୍ୟ ଭୁଲ୍‌ ଯୋଗୁ ନିଜ ଗୋଡ଼ ହରାଇଲେ। ୧୮ ବର୍ଷ ନ ପୂରୁଣୁ ନାବାଳକଙ୍କୁ କାମରେ ଲଗାଉଥିବା ଗ୍ରାନାଇଟ୍ସ କମ୍ପାନୀ ଏହି ଦୁର୍ଘଟଣାକୁ ଲୋକଲୋଚନକୁ ନ ଆଣିବା ଏବଂ ପ୍ରଶାସନିକ ଅଡୁଆ ଏଡ଼ାଇବା ଲାଗି ପରିବାର ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲା। ସମୟକ୍ରମେ ଏବେ ପ୍ରତିଶ୍ରୁତି ଭୁଲିଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଏପରି ପ୍ରତିଶ୍ରୁତିରୁ ପ୍ରତାରଣାର ଶିକାର ହୋଇଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୭୯ ଗ୍ରାମର ବାବୁରାମ ବାଛାଡ଼ ଓ ଅନିମା ବାଛାଡ଼ଙ୍କ ପୁଅ ରାଜୀବ। ତାଙ୍କୁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।
୨୦୨୧ରେ ସାବେରୀ ସରକାରୀ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ରାଜୀବଙ୍କୁ ପରିବାରର ଦୁର୍ଦ୍ଦଶା ପଥର ଖାଦାନକୁ ନେଇଯାଇଥିଲା। ଯେଉଁ ବୟସରେ ସେ କଲେଜରେ ପାଠପଢ଼ି ଭଲ ମଣିଷ ହେବାକୁ ସ୍ବପ୍ନ ଦେଖୁଥିଲେ ସେ ବୟସରେ ହାତରେ ଧରିଲେ ପଥରଫଟା ଉପକରଣ। ତେବେ ଗତ ନଭେମ୍ବର ୨୦ ତାରିଖ ତାଙ୍କ ପାଇଁ ଆଣିଥିଲା ଦୁଃଖ। ପଥର ଖାଦାନରେ ଏକ ଦୁର୍ଘଟଣାର ଶିକାର ହେଲେ ରାଜୀବ ଆଉ ହରାଇ ବସିଲେ ଗୋଡ଼। ଦୁର୍ଘଟଣା ପରେ ବିବ୍ରତ ହୋଇ ପଡ଼ିଥିଲେ କମ୍ପାନୀ କର୍ତ୍ତୃପକ୍ଷ। ନାବାଳକ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଉଥିବା ନେଇ ନିୟମକାନୁନର ଜାଲରୁ ମୁକୁଳିବା ଲାଗି ସେ ରାଜୀବଙ୍କ ପରିବାର ନିକଟରେ ପହଞ୍ଚତ୍ ଦେଇଥିଲେ ବହୁ ପ୍ରତିଶ୍ରୁତି। ପରିବାରକୁ କ୍ଷତିପୂରଣ ବାବଦରେ ଅର୍ଥ ଦେବେ, କମ୍ପାନୀ ଥିବା ଯାଏ ରାଜୀବ ଦରମା ପାଇବେ ଏବଂ ତାଙ୍କର କୃତ୍ରିମ ଗୋଡ଼ ଲଗାଇ ଦେବେ ଏପରି ଅନେକ ପ୍ରତିଶ୍ରୁତିରେ ରାଜୀବ ଏବଂ ତାଙ୍କ ପରିବାର ଲୋକଙ୍କୁ ନୀରବ କରାଇବାରେ ସଫଳ ହୋଇଥିଲେ। ଏବେ ପଥର କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପୂରଣ କରିବା ବଦଳରେ ରାଜୀବଙ୍କ ସହ କରିଛନ୍ତି ଚଞ୍ଚକତା। ପ୍ରଥମେ ୫ ମାସର ଦରମା ଦେବା ପରେ ଆଉ ଦେଉନାହିଁ ସମ୍ପୃକ୍ତ ଗ୍ରାନାଇଟ୍ସ କମ୍ପାନୀ। ଏପରି ସ୍ଥିତିରେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ରାଜୀବ। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ପୁଅର ଚିକିତ୍ସା କରି ଭଲ କରିପାରନ୍ତୁ ବୋଲି କହିଛନ୍ତି ମାଆବାପା।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?