ବାଣ ଫୁଟି ୫ମୃତ ଘଟଣା: ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖୋର୍ଦ୍ଧା ଅଫିସ,୭।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଧୀନ ଭୂଷଣ୍ଡପୁରରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ସୋମବାର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।

ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସାଫଲ୍ୟ ମଣ୍ଡିତ ପ୍ରଧାନ, ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଦେବବ୍ରତ ସାହୁ, ସଦର ଏସ୍‌ଡିପିଓ ଦିଲୀପ ଦାସ, ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ସମସ୍ତ ଥାନାର ଅଧିକାରୀଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଅଛନ୍ତି। ଶୃଙ୍ଖଳିତ ଦୋଳ ଓ ଆତସବାଜି ଆୟୋଜନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଦୋଳ ଉତ୍ସବ ଜିଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ପାଳନ କରାଯାଏ। ଏହି ସମୟରେ ଗାଁ ଗାଁ ମଧ୍ୟରେ ଆତସବାଜି ପ୍ରତିଯୋଗିତା ହୋଇଥାଏ। ସୋମବାର ଘଟଣା ପରେ ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି। ଉତ୍ସବରେ କୌଣସି ଆତସବାଜି ପଟୁଆର ହୋଇପାରିବ ନାହିଁ। ଏପରି କି ବାଣ ପ୍ରସ୍ତୁତିକୁ ଅନୁମତି ଦିଆଯିବ ନାହିଁ। ବେଆଇନ ଭାବେ ଚାଲିଥିବା ବାଣ ଗୋଦାମ ଉପରେ ଚଢାଉ କରାଯିବ। କେବଳ ଯାଚନା, ମାନସିକ ବାଣ ଫୁଟାଇପାରିବେ। ବାଣ ଫୁଟାଇବା ଲାଗି ଗାଁଠାରୁ ଦୂର ଖୋଲାସ୍ଥାନରେ ଆୟୋଜନ କରାଯିବ। ବାଣ ଫୁଟାଇବା ସ୍ଥାନ ଚାରିପଟ ଡବଲ ବ୍ୟାରିକେଡ୍‌, ପର୍ଯ୍ୟାପ୍ତ ମାତ୍ରାରେ ବାଲିବସ୍ତା, ପାଣି ବ୍ୟବସ୍ଥା କରିବାକୁ ବୈଠକରେ କୁହାଯାଇଛି। ଏ ନେଇ ଆୟୋଜକ କମିଟି ପୋଲିସ ଓ ପ୍ରଶାସନକୁ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ଅବଗତ କରାଇବ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ...

ଆଖି ଝଲସାଇଲା ‘ଆଗ୍ନେୟ’

ଢେଙ୍କାନାଳ ଅଫିସ୍‌, ୧୪।୧: ଢେଙ୍କାନାଳର ବଜରଙ୍ଗ କ୍ଲବର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ରୌପ୍ୟଜୟନ୍ତୀ ସମାରୋହ ଆଗ୍ନେୟ-୨୦୨୩।...

ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ...

ମୌସୁମୀ ସକ୍ରିୟ: ୫ ଦିନ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ମଧ୍ୟ ପ୍ରଦେଶରୁ ଉପକୂଳ ଓଡିଶା ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା...

୬ ଜିଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟର ୬ ପଛୁଆ ଜିଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଏହା ସହିତ ଉକ୍ତ ତାଲିକାରେ ଆଉ ୨ଟି ଜିଲା ହସ୍ପିଟାଲକୁ...

ଦୃଷ୍ଟି ଆକର୍ଷଣ କରୁଛି ମଧୁବନୀ ଚିତ୍ରକଳା

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ପ୍ରାଚୀର ଚିତ୍ର ଆକର୍ଷଣୀୟ ହୋଇଥିବା ବେଳେ ମଧୁବନୀ ଚିତ୍ରକଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ...

ଗଞ୍ଜାମରେ ୬୦ ଘଣ୍ଟା ଶଟ୍‌ଡାଉନ୍‌: ଲାଠିଧରି ବୁଲୁଛନ୍ତି ପ୍ରଶାସନିକ ଅଧିକାରୀ

ଛତ୍ରପୁର,୬।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟା ଶଟ୍‌ଡାଉନ୍‌ ଜାରି ରହିଛି। ଜିଲାରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ...

Advertisement
Archives

Model This Week