ବେଆଇନ ପଥର ଖନନରୁ ବଦଳୁଛି ନଦୀ ଗତିପଥ

ରାୟଗଡ଼ା,୭ା୩(ସ୍ବ.ପ୍ର.):ରାୟଗଡା ସଦର ମହକୁମା ଉପକଣ୍ଠ ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କି.ମି. ଦୂରରେ ଥିବା ପଥର ଖାଦାନରୁ ବେଆଇନ ଭାବେ ଖନନ ଚାଲିଛି। ଧୁମାଗୁଡା ଗ୍ରାମ ନିକଟ ପାହାଡରେ ବିସ୍ଫୋରଣ କରି ପଥର ଚାଲାଣ ଦ୍ୱାରା ନାଗାବଳୀ ନଦୀର ଗତିପଥରେ ପରିବର୍ତ୍ତନ ଘଟିଛି। ଚେକାଗୁଡା ପୋଲର ଉପରମୁଣ୍ଡଠାରୁ ଆରମ୍ଭ କରି ତଳମୁଣ୍ଡ ପର୍ଯ୍ୟନ୍ତ ସବୁଠି ନଦୀ ଗତିପଥ ବଦଳିଛି। ଏହାଦ୍ୱାରା ଧୁମାଗୁଡା, ମାରିଗୁଡା ଗ୍ରାମ ସମେତ ସହରର ଚେକାଗୁଡା ବସ୍ତି ପ୍ରତି ବିପଦ ଘନେଇବାରେ ଲାଗିଛି। ପୂର୍ବରୁ ନଦୀ ଗୋଟିଏ ସରଳରେଖାରେ ପ୍ରବାହିତ ହେଉଥିଲା। ଗତ କିଛି ହେଲା ବେଆଇନ ବିସ୍ଫୋରଣ ଓ ଅତ୍ୟଧିକ ବିସ୍ଫୋରକ ବ୍ୟବହାରର ପ୍ରଭାବ ସିଧା ଭୂପୃଷ୍ଠ ଓ ଭୂତଳ ଉପରେ ପଡିଛି। ତେଣୁ ନଦୀ ଗତିପଥରେ ପରିବର୍ତ୍ତନ ହୋଇଥିବା ପରିବେଶବିତମାନେ କହିଛନ୍ତି।
ବେଆଇନ ବିସ୍ଫୋରଣ ଯୋଗୁ ପାହାଡ ଚତୁଃପାର୍ଶ୍ୱରେ ଥିବା ଧୁମାଗୁଡା, ମାରିଗୁଡା, ବାଇସିଂ ଓ ସହରର ଚେକାଗୁଡା ବସ୍ତିର ବାସିନ୍ଦା ମଧ୍ୟ ଆତଙ୍କିତ ରହୁଛନ୍ତି। ପରିବେଶବିତ ତଥା ସ୍ବେଛାସେବୀ ଅଜୟ କୁମାର କଶ୍ୟପ କହିଛନ୍ତି, ନଦୀର ଗତିପଥ ପରିବର୍ତ୍ତନ କାରଣରୁ ଜଳଧାରଣ କ୍ଷମତା କମିବା ସହିତତ୍‌ ଏହା ପ୍ରାକୃତିକ ବିପର୍ଯ୍ୟୟକୁ ଏକ ପ୍ରକାର ଡାକିଆଣୁଛି। ଅନ୍ୟପଟେ ଖାଦାନ ଉପରକୁ ରହିଥିବା ୩ଟିି ଭ୍ୟୁ ପଏଣ୍ଟ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଭୟରେ ଆଉ ଲୋକେ ସେଠାକୁ ଆସୁ ନ ଥିବା ଦେଖାଯାଉଛି। କୌଣସି ପ୍ରକାର ଅନୁମତି ନ ଥାଇ ଜଣେ ଅଣଓଡିଆ ବ୍ୟକ୍ତି ଏହି ଖାଦାନରେ ବିସ୍ଫୋରଣ କରି ବ୍ୟାପକ ପଥର ଲୁଟଛନ୍ତି। ଗତ ୩ ତାରିଖ ପର୍ଯ୍ୟନ୍ତ ଏହି ବେଆଇନ ଖନନ ଚାଲିଥିବା ଜଣାପଡିବା ପରେ ତହସିଲଦାର ତାପସ ରାଉତ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ ଫେରି ଶେଷଖାଲ ଥାନାରେ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି। ହେଲେ ପୋଲିସ ପକ୍ଷରୁ ଏ ଯାଏ କୌଣସି ପ୍ରକାର ତଦନ୍ତ କରାଯାଇନାହିଁ। ଘଟଣା ସମ୍ପର୍କରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଫୋରୋକ ସାମଗ୍ରୀ ବ୍ୟବହାର ପାଇଁ କାହାକୁ ମଧ୍ୟ ପୋଲିସ ଅନୁମତି ଦେଇନାହିଁ। ତେବେ ଧୁମାଗୁଡା ପଥର ଖାଦାନରେ କିଭଳି ବ୍ୟବହାର ହେଲା ତାହା ଅନୁଧ୍ୟାନ କରାଯିବ। ତହସିଲଦାର ଯେଉଁ ମାମଲା ରୁଜୁ କରିଛନ୍ତି ତାହା ତଦନ୍ତ ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶର୍ମା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ରାୟଗଡା ତହସିଲ ଅନ୍ତର୍ଗତ ଧୁମାଗୁଡା ମୌଜାର ଖାତା ନମ୍ବର ୨୭ର ପ୍ଲଟ ନମ୍ବର ୧୭୧ରେ ଏହି ବେଆଇନ ପଥର ଖାଦାନରୁ ବ୍ୟାପକ ଖନନ ହୋଇଛି। ୧୭୧ ନମ୍ବର ପ୍ଲଟ ୧୨ ଏକର ପରିମିତ ଅଞ୍ଚଳ ହୋଇଥିବା ବେଳେ ଏହା ଏକ ପାହାଡ ବୋଲି ଭୂଲେଖରେ ଉଲ୍ଲେଖ ରହିଛି। ଏକ ବିରାଟ ପାହାଡକୁ ମାଫିଆ ଜଣକ ଗତ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକରରୁ ଅଧିକ ଅଞ୍ଚଳ ଖନନ କରିଛନ୍ତି। ସେଠାରୁ ମୂଲ୍ୟବାନ୍‌ କଳା ପଥର ଖନନ କରି ସର ଭିତର ଦେଇ ଅହରହ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?