ବେଆଇନ ପଥର ଖନନରୁ ବଦଳୁଛି ନଦୀ ଗତିପଥ

ରାୟଗଡ଼ା,୭ା୩(ସ୍ବ.ପ୍ର.):ରାୟଗଡା ସଦର ମହକୁମା ଉପକଣ୍ଠ ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କି.ମି. ଦୂରରେ ଥିବା ପଥର ଖାଦାନରୁ ବେଆଇନ ଭାବେ ଖନନ ଚାଲିଛି। ଧୁମାଗୁଡା ଗ୍ରାମ ନିକଟ ପାହାଡରେ ବିସ୍ଫୋରଣ କରି ପଥର ଚାଲାଣ ଦ୍ୱାରା ନାଗାବଳୀ ନଦୀର ଗତିପଥରେ ପରିବର୍ତ୍ତନ ଘଟିଛି। ଚେକାଗୁଡା ପୋଲର ଉପରମୁଣ୍ଡଠାରୁ ଆରମ୍ଭ କରି ତଳମୁଣ୍ଡ ପର୍ଯ୍ୟନ୍ତ ସବୁଠି ନଦୀ ଗତିପଥ ବଦଳିଛି। ଏହାଦ୍ୱାରା ଧୁମାଗୁଡା, ମାରିଗୁଡା ଗ୍ରାମ ସମେତ ସହରର ଚେକାଗୁଡା ବସ୍ତି ପ୍ରତି ବିପଦ ଘନେଇବାରେ ଲାଗିଛି। ପୂର୍ବରୁ ନଦୀ ଗୋଟିଏ ସରଳରେଖାରେ ପ୍ରବାହିତ ହେଉଥିଲା। ଗତ କିଛି ହେଲା ବେଆଇନ ବିସ୍ଫୋରଣ ଓ ଅତ୍ୟଧିକ ବିସ୍ଫୋରକ ବ୍ୟବହାରର ପ୍ରଭାବ ସିଧା ଭୂପୃଷ୍ଠ ଓ ଭୂତଳ ଉପରେ ପଡିଛି। ତେଣୁ ନଦୀ ଗତିପଥରେ ପରିବର୍ତ୍ତନ ହୋଇଥିବା ପରିବେଶବିତମାନେ କହିଛନ୍ତି।
ବେଆଇନ ବିସ୍ଫୋରଣ ଯୋଗୁ ପାହାଡ ଚତୁଃପାର୍ଶ୍ୱରେ ଥିବା ଧୁମାଗୁଡା, ମାରିଗୁଡା, ବାଇସିଂ ଓ ସହରର ଚେକାଗୁଡା ବସ୍ତିର ବାସିନ୍ଦା ମଧ୍ୟ ଆତଙ୍କିତ ରହୁଛନ୍ତି। ପରିବେଶବିତ ତଥା ସ୍ବେଛାସେବୀ ଅଜୟ କୁମାର କଶ୍ୟପ କହିଛନ୍ତି, ନଦୀର ଗତିପଥ ପରିବର୍ତ୍ତନ କାରଣରୁ ଜଳଧାରଣ କ୍ଷମତା କମିବା ସହିତତ୍‌ ଏହା ପ୍ରାକୃତିକ ବିପର୍ଯ୍ୟୟକୁ ଏକ ପ୍ରକାର ଡାକିଆଣୁଛି। ଅନ୍ୟପଟେ ଖାଦାନ ଉପରକୁ ରହିଥିବା ୩ଟିି ଭ୍ୟୁ ପଏଣ୍ଟ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଭୟରେ ଆଉ ଲୋକେ ସେଠାକୁ ଆସୁ ନ ଥିବା ଦେଖାଯାଉଛି। କୌଣସି ପ୍ରକାର ଅନୁମତି ନ ଥାଇ ଜଣେ ଅଣଓଡିଆ ବ୍ୟକ୍ତି ଏହି ଖାଦାନରେ ବିସ୍ଫୋରଣ କରି ବ୍ୟାପକ ପଥର ଲୁଟଛନ୍ତି। ଗତ ୩ ତାରିଖ ପର୍ଯ୍ୟନ୍ତ ଏହି ବେଆଇନ ଖନନ ଚାଲିଥିବା ଜଣାପଡିବା ପରେ ତହସିଲଦାର ତାପସ ରାଉତ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ ଫେରି ଶେଷଖାଲ ଥାନାରେ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି। ହେଲେ ପୋଲିସ ପକ୍ଷରୁ ଏ ଯାଏ କୌଣସି ପ୍ରକାର ତଦନ୍ତ କରାଯାଇନାହିଁ। ଘଟଣା ସମ୍ପର୍କରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଫୋରୋକ ସାମଗ୍ରୀ ବ୍ୟବହାର ପାଇଁ କାହାକୁ ମଧ୍ୟ ପୋଲିସ ଅନୁମତି ଦେଇନାହିଁ। ତେବେ ଧୁମାଗୁଡା ପଥର ଖାଦାନରେ କିଭଳି ବ୍ୟବହାର ହେଲା ତାହା ଅନୁଧ୍ୟାନ କରାଯିବ। ତହସିଲଦାର ଯେଉଁ ମାମଲା ରୁଜୁ କରିଛନ୍ତି ତାହା ତଦନ୍ତ ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶର୍ମା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ରାୟଗଡା ତହସିଲ ଅନ୍ତର୍ଗତ ଧୁମାଗୁଡା ମୌଜାର ଖାତା ନମ୍ବର ୨୭ର ପ୍ଲଟ ନମ୍ବର ୧୭୧ରେ ଏହି ବେଆଇନ ପଥର ଖାଦାନରୁ ବ୍ୟାପକ ଖନନ ହୋଇଛି। ୧୭୧ ନମ୍ବର ପ୍ଲଟ ୧୨ ଏକର ପରିମିତ ଅଞ୍ଚଳ ହୋଇଥିବା ବେଳେ ଏହା ଏକ ପାହାଡ ବୋଲି ଭୂଲେଖରେ ଉଲ୍ଲେଖ ରହିଛି। ଏକ ବିରାଟ ପାହାଡକୁ ମାଫିଆ ଜଣକ ଗତ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକରରୁ ଅଧିକ ଅଞ୍ଚଳ ଖନନ କରିଛନ୍ତି। ସେଠାରୁ ମୂଲ୍ୟବାନ୍‌ କଳା ପଥର ଖନନ କରି ସର ଭିତର ଦେଇ ଅହରହ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri