‘ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ’
କବିସୂର୍ଯ୍ୟନଗର,୨୬ା୩(ଡି.ଏନ୍.ଏ.): ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ।…
ଜାଲ୍ ସାର୍ଟିଫିକେଟ କାରବାର ଘଟଣା: ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ଚଢ଼ାଉ
ବଲାଙ୍ଗୀର ଅଫିସ,୨୬ା୩: ଜାଲ୍ ସାର୍ଟିଫିକେଟ କାରବାର ଘଟଣାରେ ବଲାଙ୍ଗୀର ପୋଲିସ ଓ ପ୍ରଶାସନ ପକ୍ଷରୁ ରବିବାର ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଥିବା କମ୍ପ ଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍ରେ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ୍ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ…
ମିଶନଶକ୍ତି ମା’ମାନେ ଉଦ୍ୟୋଗୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍.ଏ.): ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମିଶନଶକ୍ତି ମହିଳାଙ୍କୁ ଆର୍ଥିକ ସହାୟତା ଓ…
ଝରକା ଗ୍ରୀଲ୍ ତାଡ଼ି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
ଆରଡ଼ି,୨୬ା୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିଲେ।…
ଶିକୁଳାରେ ଫୁଟିଲା ଗୁଳି: ଯୁବକଙ୍କୁ ହତ୍ୟା ଉଦ୍ୟମ
ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ…
ବିଭାଗୀୟ ତଦନ୍ତ ଆରମ୍ଭ
ବେଲପଡା,୨୬।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଲକୃଷ୍ଣ ଶବର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅନୁ ନାଗଙ୍କୁ ଗୁରବାର ମାଡ଼ ମାରିଥିଲେ। ଏଥିରେ ଛାତ୍ରୀ ଅନୁଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା…
ରେଳ ଡିଭିଜନ ପାଇଁ କୋଇଲାପଡ଼ା ବସ୍ତି ଉଚ୍ଛେଦ
ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର),୨୬।୩: ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ଓ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶନିବାର ରୟତ କଲୋନୀ ନିକଟସ୍ଥ କୋଇଲାପଡ଼ା ବସ୍ତି ଉଚ୍ଛେଦ କରାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ…
୭ କୋଟି ଦାଖଲ ନ ହେଲେ ମାମଲା ଖାରଜ
ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ୨ ଲିଜ୍ଧାରୀଙ୍କୁ ଝଟ୍କା ଲାଗିଛି। ୬ ସପ୍ତାହ ମଧ୍ୟରେ ଉଭୟଙ୍କୁ ୭କୋଟି…
କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ
ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍ରେ କାମ ତଦାରଖ କରୁଥିବା ଆଳରେ ଅଫିସ ମାଟି ମାଡୁନାହାନ୍ତି। ଫଳରେ ବିଭିନ୍ନ ସମସ୍ୟା ବା ଅଭିଯୋଗ…
ବିପଦରେ ଶୀତଳପୁରର ୫ ପରିବାର
ଆରଡ଼ି, ୨୬।୩(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଶୁକ୍ରବାର ପ୍ରାୟ ୭୦ ଫୁଟ୍ ଧସିଯାଇଛି। ପଥରପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଛି। ଏପରିକି ନଦୀକୂଳରେ ଥିବା…
ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ
ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ…
ପୋଲିସ କବ୍ଜାରେ ମାଷ୍ଟରମାଇଣ୍ଡ୍ ଦୀପୁ
ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ସଦର ଥାନା କାନାରା ବ୍ୟାଙ୍କ ବାରଦା ଶାଖାର ଏଟିଏମ୍ ଲୁଟ ଘଟଣାର ମାଷ୍ଟରମାଇଣ୍ଡ୍ ଦୀପୁ ନାୟକ (୨୮) ପୋଲିସ ହାତରେ ଧରାପଡ଼ିଛନ୍ତି। ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଦୀପୁଙ୍କ ନାମରେ ୨୮ଟି…

