ଜଙ୍ଗଲରୁ ମିଳିଲା ୪ ମଇଁଷି ଛୁଆଙ୍କ ମୃତଦେହ: ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨୬ା୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚାରୋଟି ମଇଁଷିଙ୍କ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ଗତ ୨୪ ତାରିଖ ରାତିରେ ଏହି ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବାଘ ମାରିଥିବା ଆଶଙ୍କା କରାଯାଇଛି। ଉକ୍ତ ଜଙ୍ଗଲରେ ଗତ ଏକ ମାସ ତଳେ ମହାବଳ ବାଘ ବିଚରଣ କରୁଥିବା ଟ୍ରାପ୍‌ କ୍ୟାମେରାରେ ଫଟୋ ମିଳିଥିଲା। ତେବେ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ବାଘ ଆକ୍ରମଣ ଆଶଙ୍କା କରାଯାଉଥିଲେ ହେଁ ସଠିକ୍‌ ଭାବରେ କେଉଁ ବାଘ ଆକ୍ରମଣ କରିଛି ସଠିକ୍‌ ଜଣାପଡୁନାହିଁ ବୋଲି ଘଟଗାଁ ରେଞ୍ଜ୍‌ ଅଧିକାରୀ ପ୍ରଭାତ କୁଅଁର କହିଛନ୍ତି। ତେବେ ଉକ୍ତ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରା ଉପରେ ନଜର ରଖାଯାଇଛି।

ପ୍ରକାଶ ଯେ, ଘଟଗାଁ ରେଞ୍ଜ ବଡ଼ଜାମୁପଶି ଗ୍ରାମର ଜଣେ ଲୋକଙ୍କ ୨୨ଟି ମଇଁଷି ୨୪ ତାରିଖ ସନ୍ଧ୍ୟାରେ ଜଙ୍ଗଲକୁ ଚାଲିଯାଇଥିଲେ। ସେଥିରୁ ଏହି ମଇଁଷି ଦଳରେ ଥିବା ୪ଟି ମଇଁଷି ଛୁଆକୁ ବାଘ ମାରିଦେଇଥିବା ବେଳେ ଅନ୍ୟ ମଇଁଷି ଭୟଭୀତ ହୋଇ ରାତିରେ ଗୋଠକୁ ପଳାଇ ଆସିଥିଲେ। ମୃତଦେହ ମିଳିବା ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାଟିରେ ପୋତି ଦେଇଛନ୍ତି। ସେହିପରି ଉକ୍ତ ବାଘର ସ୍ଥିତିକୁ ଅନୁଧ୍ୟାନ କରିବାକୁ ଉକ୍ତ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ରେକର୍ଡ ହୋଇଥିବା ଫଟୋ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମୃତ ମଇଁଷିର ମାଲିକ ବଡ଼ଜାମୁପଶି ଗ୍ରାମର ଶୁକଦେବ ବାରିକଙ୍କୁ ବନ ବିଭାଗ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ନ ଯିବାକୁ ସଚେତନ କରାଯାଇଛି ବୋଲି ଡିଏଫ୍‌ଓ, କେନ୍ଦୁଝର ଧନରାଜ ଏଚ୍‌.ଡି କହିଛନ୍ତି।

ସୂଚନାଯୋଗ୍ୟ, ୫୫ ଟ୍ରାପ୍‌ କ୍ୟାମେରା ଜଙ୍ଗଲ ମଧ୍ୟରେ ଲଗାଯାଇଥିଲେ ହେଁ ବାଘର ସ୍ଥିତି କିପରି ଜଣାପଡୁନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ବାଘର ପାଦ ଚିହ୍ନ ଦେଖି ବନ ବିଭାଗ ବାଘର ଉପସ୍ଥିତିକୁ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?