ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ

ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ ହୋଇଛନ୍ତି। ଏ ନେଇ ପୌରପରିଷଦ ବୈଠକରେ ରିଜୋଲ୍ୟୁଶନ ମଧ୍ୟ କରାଯାଇଛି। ବିହାରୀ ବ୍ୟବସାୟୀ ହଟିଗଲେ ସେଠାରେ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିବ। ଠେଲାଗୁଡ଼ିକୁ ପୌରପାଳିକା ପକ୍ଷରୁ ନମ୍ବରିଂ କରାଯାଇ ବ୍ୟବସାୟ କରିବାକୁ ଇଚ୍ଛୁକ ଗରିବ ଲୋକଙ୍କୁ ପ୍ରଦାନ କରାଯିବ। ଫଳରେ ରାଜ୍ୟ ବାହାରକୁ ଯାଇ ମଜୁରି ଖଟୁଥିବା ସହରର ବହୁ ଗରିବ ଲୋକେ ବ୍ୟବସାୟ କରି ଲାଭବାନ ହୋଇପାରିବେ ବୋଲି ପୌରପାଳିକା ପକ୍ଷରୁ ପ୍ରସ୍ତାବ ରଖାଯାଇଛି।
ଅନୁଗୋଳ ସହର ଥାନା ଛକରୁ ବୁଢ଼ୀ ଠାକୁରାଣୀ ଛକ ଯାଏ ରାଜପଥ ପାର୍ଶ୍ୱକୁ ଏହି ବିହାରୀ ବ୍ୟବସାୟୀମାନେ କବ୍‌ଜାରେ ରଖିଛନ୍ତି। ଫଳରେ ଥାନା ଛକରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ, ମେଡିକାଲ ଛକରୁ ଡେଲି ମାର୍କେଟ ଛକରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିଯୋଗୁ ଯାତାୟାତରେ ସମସ୍ୟା ହେଉଛି। ଟ୍ରାଫିକ୍‌ ଅବ୍ୟବସ୍ଥା ଦେଖାଦେଉଛି। ଅନେକ ସମୟରେ ବ୍ୟବସାୟଗତ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ, ମାଡପିଟ୍‌ ହେଉଛି। ଏଥିପାଇଁ ସାଧାରଣ ଲୋକେ ଅଡ଼ୁଆରେ ପଡ଼ୁଛନ୍ତି। ବିହାରୀ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେମାନେ ନିଜ ସମ୍ପର୍କୀୟଙ୍କୁ ବିହାରରୁ ଆଣି ଏଠାରେ ନୂଆ ବ୍ୟବସାୟରେ ନିୟୋଜିତ କରୁଥିବାରୁ ଦିନକୁ ଦିନ ସମସ୍ୟା ବୃଦ୍ଧିପାଉଛି। ଏହି ବ୍ୟବସାୟୀଙ୍କ ସଂଖ୍ୟା ଏବେ ୪ଶହରୁ ଅଧିକରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ପାଉନାହାନ୍ତି। ଏହି ବ୍ୟବସାୟୀମାନେ ରାସ୍ତା ଉପରେ ପସରା ମେଲାଉଥିବାବେଳେ ପୌରପାଳିକାର ତାଗିଦ୍‌କୁ ମଧ୍ୟ ଖାତିର କରୁନାହାନ୍ତି। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ସେମାନଙ୍କ ମୁଣ୍ଡ ଉପରେ ଥିବାରୁ ଏମାନେ ଅନୁଗୋଳରେ ଦୀର୍ଘଦିନ ହେଲା ରାଜ୍‌ କରୁଥିବା କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇବାକୁ ଜନପ୍ରତିନିଧିମାନେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସହରରେ ଥିବା ଠେଲା ଗୁଡ଼ିକ ନମ୍ବରିଂ କରାଯାଇ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ ପାଇଁ ପ୍ରଦାନ କରାଯିବ। ବିଶେଷକରି ଆର୍ଥିକ ଅନଟନରେ ରହୁଥିବା ଓ ବାହାର ରାଜ୍ୟକୁ ଯାଇ ମଜୁରି ଖଟୁଥିବା ଲୋକେ ଘର ନିକଟରେ ରହି ବ୍ୟବସାୟ କରିବେ ବୋଲି ପୌର ବୈଠକରେ ପ୍ରସ୍ତାବ ରଖାଯାଇଛି। ଏଭଳି ପ୍ରସ୍ତାବକୁ ଅନୁଗୋଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ବିହାରୀ ବ୍ୟବସାୟୀଙ୍କୁ ହଟାଇବାକୁ ପୌର ପରିଷଦ ବୈଠକରେ ଆଲୋଚନା ହୋଇଛି। ରିଜୋଲ୍ୟୁଶନ ମଧ୍ୟ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri