ବିଭାଗୀୟ ତଦନ୍ତ ଆରମ୍ଭ

ବେଲପଡା,୨୬।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଲକୃଷ୍ଣ ଶବର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅନୁ ନାଗଙ୍କୁ ଗୁରବାର ମାଡ଼ ମାରିଥିଲେ। ଏଥିରେ ଛାତ୍ରୀ ଅନୁଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ଶିକ୍ଷା ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି l ଘଟଣାର ତଦନ୍ତ ପାଇଁ ଶନିବାର ବେଲପଡା ଶିକ୍ଷା ବିଭାଗର ଏବିଇଓମାନେ ଅନୁ ନାଗଙ୍କ ଘରରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ। ଛାତ୍ରୀ ଜଣକ ଅଧିକାରୀମାନଙ୍କ ସମ୍ମୁଖରେ ପ୍ରଧାନଶିକ୍ଷକ ଶବରଙ୍କ ଆଚରଣ ସମ୍ପର୍କରେ କହିଥିଲେ। ଘଟଣା ଦିନ ମୋତେ ଓଡ଼ିଆ ମିନିଙ୍ଗ ପଚାରିଥିଲେ। ମୁଁ ନ କହିପାରିବାରୁ ରାଗି ଯାଇ ମୋ ବାମ ହାତରେ ଏକ ବାଉଁଶ ବାଡ଼ିରେ ପିଟିଥିଲେ ବୋଲି କହିଥିଲେ। ପରେ ତଦନ୍ତକାରୀ ଦଳ ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ। ଶନିବାର ପ୍ରଧାନଶିକ୍ଷକ ସ୍କୁଲରେ ଛୁଟି ଦରଖସ୍ତ ଦେଇ ଅନୁପସ୍ଥିତ ରହିଥିଲେ। ତଦନ୍ତରେ ଏବିଡିଓ ଜଗବନ୍ଧୁ ମାଝି,ଏବିଇଓ ଚତୁର୍ଭୁଜ ମିର୍ଦ୍ଧା, ଏବିଇଓ ରଘୁନାଥ ମହରାଙ୍କ ସହ କଦଳୀ ସ୍କୁଲର ସିଆରସସି ପ୍ରଦୀପ ସିଂ ବାବୁ, କପାଣି ସିଆରସିସି ରଞ୍ଜନ ମେହର,ଥୁଡିବାହାଲ ସିଆରସିସି, ବିପି ସିଂ ନାଏକ ଓ ପ୍ରମୋଦ ଥାନାପତି ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ପ୍ରଧାନଶିକ୍ଷକ ଶବର ପ୍ରାୟ ଦିନ ସ୍କୁଲକୁ ବିଳମ୍ବରେ ଆସିଥାନ୍ତି ବୋଲି ଛାତ୍ରୀଛାତ୍ର ଓ ଅଭିଭାବାକମାନେ ତଦାନ୍ତକରୀ ଅଧିକାରୀମାନଙ୍କୁ କହିଥିଲେ। ଅନୁଙ୍କୁ ମାଡ଼ ମାରିବା ଦିନଠାରୁ ଆଉ ସ୍କୁଲକୁ ଆସୁ ନ ଥିବା ଓ ମାଡ଼ ଖାଇ ହାତ ଭାଙ୍ଗିଯିବା ପରେ ଛାତ୍ରୀ ମଧ୍ୟ ସ୍କୁଲକୁ ଆସି ପରୀକ୍ଷା ଦେଇପାରୁ ନ ଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ଶବର ସାମାନ୍ୟ କଥାରେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ସଭା ହୋଇଛି ଓ ପ୍ରଧାନଶିକ୍ଷକ ଭୁଲ ମାଗିଛନ୍ତି ବୋଲି କମିଟି ସଦସ୍ୟ ଅଧିକାରୀଙ୍କୁ କହିଥିବା ଜଣାପଡିଛଇ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ 

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri