ଆରଡ଼ି, ୨୬।୩(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଶୁକ୍ରବାର ପ୍ରାୟ ୭୦ ଫୁଟ୍ ଧସିଯାଇଛି। ପଥରପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଛି। ଏପରିକି ନଦୀକୂଳରେ ଥିବା ୧୦ ପରିବାର ମଧ୍ୟରୁ ୫ଜଣଙ୍କ ଘର ଚଟାଣ ଦବିଯିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ ୨ଟି ଗୋରୁ ଗୁହାଳ ମଧ୍ୟ ନଦୀ ଆଡ଼କୁ ଢଳି ପଡ଼ିଛି। ଅମାବାସ୍ୟା ତିଥିରେ ନଦୀ ଜୁଆରିଆ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ୫ ପରିବାରର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ ଦୁଇବର୍ଷ ମଧ୍ୟରେ ପ୍ରାୟ ୩ ଥର ନଦୀ ସୁରକ୍ଷାବନ୍ଧ ଧସିବା ଜଳସେଚନ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏହି ୨ ବର୍ଷ ଭିତରେ ପଥରପ୍ୟାକିଂ କାର୍ଯ୍ୟ ଚାଲୁଥିବା ବେଳେ ନଦୀ ପ୍ରାୟ ୧୫ ଫୁଟ୍ ଗଁା ଆଡ଼କୁ ମାଡ଼ି ଆସିଛି। ଯେଉଁ ସୁରକ୍ଷାବନ୍ଧ ନଦୀକୁ ଧସିଛି ତାହା ଗ୍ରାମରାସ୍ତା ହୋଇଥିବାରୁ ଲୋକଙ୍କ ଯିବାଆସିବାରେ ବାଧା ଉପୁଜିଛି। ଏଥିସହ ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି। ଏହା ଧସିବା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି। ଏତଦ୍ବ୍ୟତୀତ କୁମ୍ଭୀର ଭୟରେ ସୁରକ୍ଷାବନ୍ଧ ପାର୍ଶ୍ୱରେ ଗ୍ରାମବାସୀ ବାଉଁଶ ପୋତି ଜାଲ ବାନ୍ଧିଥିଲେ। ତାହା ମଧ୍ୟ ନଦୀଗର୍ଭକୁ ଚାଲିଯାଇଛି। ଫଳରେ ପୁଣି ନଦୀବନ୍ଧ ଧସିବା ଆଶଙ୍କାରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଶନିବାର ଜଳସେଚନ ବିଭାଗର ଯାଜପୁର ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼େଇ, ଉପଖଣ୍ଡ ଅଧିକାରୀ ବିଜୟ କୁମାର ସେଠୀ ଓ କନିଷ୍ଠ ଯନ୍ତ୍ରୀ କିଶୋର ଦାସ ସୁରକ୍ଷା ବନ୍ଧ ଧସିଥିବା ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷାବନ୍ଧ ଧସିଥିବା ସ୍ଥାନରେ ପଥରପ୍ୟାକିଂ କାର୍ଯ୍ୟ ଚାଲୁ ରହିବ। ଏଥିସହ ପଥରପ୍ୟାକିଂ ସ୍ଥାନ ଉପରେ ନିତିଦିନିଆ ରାସ୍ତା ଗ୍ରାମବାସୀଙ୍କ ପରାମର୍ଶରେ କରାଯିବ ଓ ସାଳନ୍ଦୀ ନଦୀ ପାଖ ଗ୍ରାମପାର୍ଶ୍ୱରେ ୨ଶହ ମିଟର ବ୍ୟବଧାନରେ ୨ଟି ସ୍ପର ନିର୍ମାଣ ହେବ ବୋଲି ଯନ୍ତ୍ରୀ କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା
ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…
ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି
ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…
କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍ଆଣ୍ଡ୍ଟି କର୍ମଚାରୀଙ୍କ ମୃତ୍ୟୁ
ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…
ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ
ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…
ବିଦ୍ୟୁତ୍ କାର୍ଯ୍ୟାଳୟରେ ପଡ଼ିଲା ତାଲା
କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…
ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ
ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…
ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…
ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…
ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…
ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

