୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ୨ ଲିଜ୍‌ଧାରୀଙ୍କୁ ଝଟ୍‌କା ଲାଗିଛି। ୬ ସପ୍ତାହ ମଧ୍ୟରେ ଉଭୟଙ୍କୁ ୭କୋଟି ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ରହିଛି। ଜଣେ ଲିଜଧାରୀ ଟଙ୍କା ଦାଖଲ କରିପାରି ନ ଥିବା ବେଳେ ଅନ୍ୟଜଣଙ୍କ କ୍ଷେତ୍ରରେ ଆଉ ଗୋଟିଏ ସପ୍ତାହ ସମୟ ଅବଧି ରହିଛି। ଟଙ୍କା ଜମା କରି ନ ପାରିଲେ ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ ଖାରଜ ହୋଇଯିବ ବୋଲି ଖଣ୍ଡପୀଠ ଶୁଣାଣିରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ବଡ଼ସାହି ତହସିଲ ଅଧୀନ ବୁଢ଼ାବଲଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଇଷ୍ଟର୍ନ ବେଞ୍ଚ କୋଲକାତା ପକ୍ଷରୁ ହୋଇଥିବା ୩ଟି ସଂରକ୍ଷିତ ମାମଲାର ଶୁଣାଣି ଗତ ସେପ୍ଟେମ୍ବର ୧ତାରିଖରେ ରାୟ ପ୍ରକାଶ ପାଇଥିଲା। ଆରପଟ୍ଟା ଓ ଡିଙ୍ଗିରା ସଇରାତର ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ୩୦କୋଟି ୫୦ଲକ୍ଷ ୪୪ହଜାର ୨୭୨ଟଙ୍କା କ୍ଷତିଭରଣା ପାଇଁ ରାୟରେ ପ୍ରକାଶ ପାଇଥିଲା। ସେହିପରି ମହୁପୁରା ସଇରାତର ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କୁ ୧୬କୋଟି ୩୩ଲକ୍ଷ ୩ହଜାର ୨୪୪ଟଙ୍କା କ୍ଷତିଭରଣା ନିର୍ଦ୍ଦେଶ ରହିଥିଲା। ବଡ଼ସାହି ବ୍ଲକ ଛେଳିଆ ପୁନ୍ଦାଳ ଗ୍ରାମର ରାଧାମୋହନ ସିଂଙ୍କ ଅଭିଯୋଗକ୍ରମେ ୩ଟି ମାମଲା ୩୦/୨୨, ୩୧/୨୨ ଓ ୪୦/୨୨ରେ ଏନ୍‌ଜିଟିରେ ରୁଜୁ ହୋଇଥିଲା। ଏହାକୁ ନେଇ ଗତ ଅଗଷ୍ଟ ୨୫ତାରିଖରେ ଏନ୍‌ଜିଟି ଷ୍ଟାଣ୍ଡିଂ କମିଟି ଉପସ୍ଥିତିରେ ଭର୍ଚ୍ୟୁଆଲ ମୋଡ୍‌ରେ ମାମଲାର ବିଚାର ଶେଷ ହୋଇଥିଲା। ଆରପଟ୍ଟା ସଇରାତରୁ ବହୁଗୁଣା ବାଲି ଉତ୍ତୋଳନ କରାଯାଇ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୪ କୋଟି ୭୧ଲକ୍ଷ ୩୮ହଜାର ୮୬୮ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କା ଓ ରାଜସ୍ବ ହାନି ବାବଦରେ ୧କୋଟି ୯୧ଲକ୍ଷ ୯୦ହଜାର ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୬ କୋଟି ୮୪ଲକ୍ଷ ୨୮ହଜାର ୮୬୮ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଥିଲେ। ସେହିପରି ଡିଙ୍ଗିରା ସଇରାତ ବାବଦରେ ୧୧କୋଟି ୮୯ଲକ୍ଷ ୭୭ହଜାର ୪୦୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ ଲକ୍ଷ ଓ ରାଜସ୍ବହାନି ବାବଦରେ ୧୧କୋଟି ୫୫ଲକ୍ଷ ୩୮ହଜାର ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୨୩କୋଟି ୬୬ଲକ୍ଷ ୧୫ହଜାର ୪୦୪ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଥିଲା। ଆରପଟା ଓ ଡିଙ୍ଗିରା ସଇରାତରୁ ମୋଟ ୩୦କୋଟି ୫୦ଲକ୍ଷ ୪୪ହଜାର ୨୭୨ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମହୁପୁରା ସଇରାତରୁ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ବହାନି ବାବଦରେ ୩କୋଟି ୭୬ଲକ୍ଷ ୧୮ହଜାର ୪୦୦ ଟଙ୍କାକୁ ମିଶାଇ ମୋଟ ୧୬କୋଟି ୩୩ଲକ୍ଷ ୩ହଜାର ୨୪୪ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କୁ ନିର୍ଦ୍ଦେଶ ରହିଥିଲା। ଏହାକୁ ନେଇ ଉଭୟ ଲିଜ୍‌ଧାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପୃଥକ ଭାବେ ଜରିମାନା ପୈଠ ନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଯାହାର ଶୁଣାଣି କରି ଖଣ୍ଡପୀଠ ଫେବୃୟାରୀ ୧ରେ କୃପାସିନ୍ଧୁ ସିଂ ଓ ଫେବୃୟାରୀ ୧୭ରେ ପ୍ରଦୀପ ବିନ୍ଧାଣୀଙ୍କୁ ୬ ସପ୍ତାହ ମଧ୍ୟରେ ଯଥାକ୍ରମେ ୫କୋଟି ଓ ୨କୋଟି ଟଙ୍କା ମାମଲାର ବିଚାର ପାଇଁ ଦାଖଲ କରିବାକୁ ରାୟରେ ଦର୍ଶାଇଥିଲେ। ଇତିମଧ୍ୟରେ କୃପାସିନ୍ଧୁଙ୍କ ସମୟ ଅବଧି ଶେଷ ହୋଇଥିବା ବେଳେ ପ୍ରଦୀପଙ୍କ କ୍ଷେତ୍ରରେ ଗୋଟିଏ ସପ୍ତାହ ସମୟ ରହିଛି। ସମୟ ମଧ୍ୟରେ ଟଙ୍କା ଦାଖଲ ନ କରିପାରିଲେ ଆବେଦନ ଖାରଜ ହେବ। ତତସହିତ ଏନଜିଟି ରାୟ ବଳବତ୍ତର ରହିବ। ପୂର୍ବ ରାୟ ମୁତାବକ ଟଙ୍କା ଦାଖଲ କରି ନ ପାରିଲେ ଉଭୟ ଲିଜ୍‌ଧାରୀଙ୍କୁ ଦେବାଳିଆ ଘୋଷଣା ସହିତ ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ରାୟରେ ପ୍ରକାଶ ପାଇଛି। ଏନେଇ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ ମାମଲା ଦାୟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?