୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ୨ ଲିଜ୍‌ଧାରୀଙ୍କୁ ଝଟ୍‌କା ଲାଗିଛି। ୬ ସପ୍ତାହ ମଧ୍ୟରେ ଉଭୟଙ୍କୁ ୭କୋଟି ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ରହିଛି। ଜଣେ ଲିଜଧାରୀ ଟଙ୍କା ଦାଖଲ କରିପାରି ନ ଥିବା ବେଳେ ଅନ୍ୟଜଣଙ୍କ କ୍ଷେତ୍ରରେ ଆଉ ଗୋଟିଏ ସପ୍ତାହ ସମୟ ଅବଧି ରହିଛି। ଟଙ୍କା ଜମା କରି ନ ପାରିଲେ ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ ଖାରଜ ହୋଇଯିବ ବୋଲି ଖଣ୍ଡପୀଠ ଶୁଣାଣିରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ବଡ଼ସାହି ତହସିଲ ଅଧୀନ ବୁଢ଼ାବଲଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଇଷ୍ଟର୍ନ ବେଞ୍ଚ କୋଲକାତା ପକ୍ଷରୁ ହୋଇଥିବା ୩ଟି ସଂରକ୍ଷିତ ମାମଲାର ଶୁଣାଣି ଗତ ସେପ୍ଟେମ୍ବର ୧ତାରିଖରେ ରାୟ ପ୍ରକାଶ ପାଇଥିଲା। ଆରପଟ୍ଟା ଓ ଡିଙ୍ଗିରା ସଇରାତର ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ୩୦କୋଟି ୫୦ଲକ୍ଷ ୪୪ହଜାର ୨୭୨ଟଙ୍କା କ୍ଷତିଭରଣା ପାଇଁ ରାୟରେ ପ୍ରକାଶ ପାଇଥିଲା। ସେହିପରି ମହୁପୁରା ସଇରାତର ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କୁ ୧୬କୋଟି ୩୩ଲକ୍ଷ ୩ହଜାର ୨୪୪ଟଙ୍କା କ୍ଷତିଭରଣା ନିର୍ଦ୍ଦେଶ ରହିଥିଲା। ବଡ଼ସାହି ବ୍ଲକ ଛେଳିଆ ପୁନ୍ଦାଳ ଗ୍ରାମର ରାଧାମୋହନ ସିଂଙ୍କ ଅଭିଯୋଗକ୍ରମେ ୩ଟି ମାମଲା ୩୦/୨୨, ୩୧/୨୨ ଓ ୪୦/୨୨ରେ ଏନ୍‌ଜିଟିରେ ରୁଜୁ ହୋଇଥିଲା। ଏହାକୁ ନେଇ ଗତ ଅଗଷ୍ଟ ୨୫ତାରିଖରେ ଏନ୍‌ଜିଟି ଷ୍ଟାଣ୍ଡିଂ କମିଟି ଉପସ୍ଥିତିରେ ଭର୍ଚ୍ୟୁଆଲ ମୋଡ୍‌ରେ ମାମଲାର ବିଚାର ଶେଷ ହୋଇଥିଲା। ଆରପଟ୍ଟା ସଇରାତରୁ ବହୁଗୁଣା ବାଲି ଉତ୍ତୋଳନ କରାଯାଇ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୪ କୋଟି ୭୧ଲକ୍ଷ ୩୮ହଜାର ୮୬୮ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କା ଓ ରାଜସ୍ବ ହାନି ବାବଦରେ ୧କୋଟି ୯୧ଲକ୍ଷ ୯୦ହଜାର ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୬ କୋଟି ୮୪ଲକ୍ଷ ୨୮ହଜାର ୮୬୮ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଥିଲେ। ସେହିପରି ଡିଙ୍ଗିରା ସଇରାତ ବାବଦରେ ୧୧କୋଟି ୮୯ଲକ୍ଷ ୭୭ହଜାର ୪୦୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ ଲକ୍ଷ ଓ ରାଜସ୍ବହାନି ବାବଦରେ ୧୧କୋଟି ୫୫ଲକ୍ଷ ୩୮ହଜାର ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୨୩କୋଟି ୬୬ଲକ୍ଷ ୧୫ହଜାର ୪୦୪ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଥିଲା। ଆରପଟା ଓ ଡିଙ୍ଗିରା ସଇରାତରୁ ମୋଟ ୩୦କୋଟି ୫୦ଲକ୍ଷ ୪୪ହଜାର ୨୭୨ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମହୁପୁରା ସଇରାତରୁ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ବହାନି ବାବଦରେ ୩କୋଟି ୭୬ଲକ୍ଷ ୧୮ହଜାର ୪୦୦ ଟଙ୍କାକୁ ମିଶାଇ ମୋଟ ୧୬କୋଟି ୩୩ଲକ୍ଷ ୩ହଜାର ୨୪୪ଟଙ୍କା ପୈଠ କରିବାକୁ ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କୁ ନିର୍ଦ୍ଦେଶ ରହିଥିଲା। ଏହାକୁ ନେଇ ଉଭୟ ଲିଜ୍‌ଧାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପୃଥକ ଭାବେ ଜରିମାନା ପୈଠ ନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଯାହାର ଶୁଣାଣି କରି ଖଣ୍ଡପୀଠ ଫେବୃୟାରୀ ୧ରେ କୃପାସିନ୍ଧୁ ସିଂ ଓ ଫେବୃୟାରୀ ୧୭ରେ ପ୍ରଦୀପ ବିନ୍ଧାଣୀଙ୍କୁ ୬ ସପ୍ତାହ ମଧ୍ୟରେ ଯଥାକ୍ରମେ ୫କୋଟି ଓ ୨କୋଟି ଟଙ୍କା ମାମଲାର ବିଚାର ପାଇଁ ଦାଖଲ କରିବାକୁ ରାୟରେ ଦର୍ଶାଇଥିଲେ। ଇତିମଧ୍ୟରେ କୃପାସିନ୍ଧୁଙ୍କ ସମୟ ଅବଧି ଶେଷ ହୋଇଥିବା ବେଳେ ପ୍ରଦୀପଙ୍କ କ୍ଷେତ୍ରରେ ଗୋଟିଏ ସପ୍ତାହ ସମୟ ରହିଛି। ସମୟ ମଧ୍ୟରେ ଟଙ୍କା ଦାଖଲ ନ କରିପାରିଲେ ଆବେଦନ ଖାରଜ ହେବ। ତତସହିତ ଏନଜିଟି ରାୟ ବଳବତ୍ତର ରହିବ। ପୂର୍ବ ରାୟ ମୁତାବକ ଟଙ୍କା ଦାଖଲ କରି ନ ପାରିଲେ ଉଭୟ ଲିଜ୍‌ଧାରୀଙ୍କୁ ଦେବାଳିଆ ଘୋଷଣା ସହିତ ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ରାୟରେ ପ୍ରକାଶ ପାଇଛି। ଏନେଇ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ ମାମଲା ଦାୟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri