ଆମ ଜିଲା ଖବର

ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ ଆଣି…

ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା

ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା ବ୍ୟବସାୟୀଙ୍କ…

ଜଳସଙ୍କଟ ଉତ୍କଟ

ବଇଣ୍ଡା, ୧୫।୫(ଡି.ଏନ.ଏ): ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବାବେଳେ ଗ୍ରାମାଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସମସ୍ୟା ଜଟିଳ ଆଡ଼କୁ ଗତି କରୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା…

ତୁଟିଲା ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମି ବିବାଦ

ତିହିଡ଼ି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୌଲତପୁର ପଞ୍ଚାୟତର ପୀରହାଟ ବଜାରରେ ଥିବା ମା’ ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମିକୁ ନେଇ ଲାଗି ରହିଥିବା ବିବାଦ ତୁଟିଛି। ଏହି ଜମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି…

୧୨ ଦଫା ଦାବିରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସମେତ ୭ଟି ଜିଲାକୁ ମାଓବାଦୀଙ୍କ ପକ୍ଷରୁ ୧୨ଦଫା ଦାବି ନେଇ ୨୪ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଉଛି। ଫଳରେ ଏହାର ପ୍ରଭାବରେ ସିମନବାଡ଼ିରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିଠାରୁ ବାଲିଗୁଡା,ବ୍ରହ୍ମପୁର, ଭଞ୍ଜନଗର,…

ଧସିଲା ମନ୍ତେଇ ସୁରକ୍ଷାବନ୍ଧ

ଚାନ୍ଦବାଲି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତ କନକପଲ୍ଲୀ ଗଁା ନିକଟରେ ଶନିବାର ମନ୍ତେଇ ନଦୀର ଶହେ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି। ଫଳରେ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ…

ସୁବର୍ଣ୍ଣରେଖା ନଦୀବନ୍ଧକୁ ନେଇ ତେଜୁଛି ଅସନ୍ତୋଷ

ଜଳେଶ୍ୱର,୧୫ା୫(ଡି.ଏନ.ଏ.): ପୂର୍ବର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଧ୍ୱସ୍ତବିଧ୍ୱସ୍ତ ହେଉଥିବାରୁ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ୬କୋଟି ୬୦ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମୂଳବନ୍ଧକୁ ଅଧିକ ସୁଦୃଢ କରିବା…

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ଜିଲା…

ପୋତାଯାଇଥିବା ପୋଖରିକୁ ଖୋଳିଲା ପ୍ରଶାସନ

ବାରଙ୍ଗ,୧୫ା୫(ଡି.ଏନ୍‌.ଏ.): ଦେଢ଼ବର୍ଷ ପୂର୍ବେ ପୋତାଯାଇଥିବା ଏକ ପୋଖରିକୁ ରବିବାର ତହସିଲ ପକ୍ଷରୁ ପୁଣିଥରେ ଖୋଳାଯାଇଛି। ବାରଙ୍ଗ ତହସିଲ ଅନ୍ତର୍ଗତ ପାଟପୁରଛକ ନିକଟରେ ରହିଥିବା ଗଁା ପୋଖରୀକୁ ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ବ୍ୟବହାର କରିଥାନ୍ତି। ଦୁଇଟି ପ୍ଲଟ୍‌କୁ ନେଇ ନିର୍ମିିତ ପୋଖରିର…

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୧୫ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୮ହଜାର ୯୬୩ ହେକ୍ଟର ଚାଷଜମି ରହିଥିବା ବେଳେ ୭ ହଜାର ୫୦୦ ହେକ୍ଟର ଚାଷ ଜମି ଚାଷ ଉପେଯାଗୀ ରହିଛି। ଉକ୍ତ ବ୍ଲକରେ ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି।…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ…

ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?