ଆମ ଜିଲା ଖବର

ଉଦ୍ଧାର ହୋଇପାରୁ ନାହିଁ ଶ୍ରୀଜୀଉଙ୍କ ଭୂସମ୍ପତ୍ତି

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଆସନ୍ତା ଜୁନ ୨୦ରେ ରଥଯାତ୍ରା। ଏହାର ପରଦିନ ଅର୍ଥାତ୍‌ ୨୧ ତାରିଖରେ ଇଚ୍ଛାପୁରସ୍ଥ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ରଥଟଣା ହେବ । ଏହାସହିତ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି…

କାଳବୈଶାଖୀ:୧୦ ପଞ୍ଚାୟତରେ ବିଦ୍ୟୁତ୍‌ ସେବା ବ୍ୟାହତ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ ସହ କୁଆପଥର ମାଡ଼ ହୋଇଛି। ବାତ୍ୟା ଅତିକ୍ରାନ୍ତ ହେବାର ଦିନକ ପରେ କାଳବୈଶାଖ ଯୋଗୁ ଏହି ବ୍ଲକର୍‌ ଲକ୍ଷ୍ମୀନଗର, ପହଁଗା ଆଦି ପଞ୍ଚାୟତରେ ବିଦ୍ୟୁତ୍‌ ଖୁଣ୍ଟ ଭୁଶୁଡ଼ି ପଡ଼ିବା…

ଆଜି ହେବ ମାଟ୍ରିକ ପରୀକ୍ଷା ଫଳ ତାରିଖ ଘୋଷଣା

କଟକ ଅଫିସ,୧୬।୫: ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ମାଟ୍ରିକ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏନେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ…

ଅନୁଦାନ ଖର୍ଚ୍ଚରେ ଅନିୟମିତତା

ବରୀ,୧୬ା୫(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷାମଣ୍ଡଳ ଅଧୀନ ସାମନ୍ତ ସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସିଥିବା ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ବରୀ ଅଞ୍ଚଳର ଦର୍ଶନ ବେହେରା ନାମକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏହି ବିଦ୍ୟାଳୟକୁ…

ପଚା ଫଳ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ,୧୬ା୫: ସହରରେ ପଚା ଫଳ ବିକିଲେ ଏଣିକି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଦୋକାନୀ ସିଧାସଳଖ ବ୍ଲାକ ଲିଷ୍ଟେଡ୍‌ ହେବା ସହ ସମ୍ପୃକ୍ତ ଦୋକାନୀଙ୍କ ଫଟୋ କାନ୍ଥରେ ଲାଗିବ। କେବଳ ସେତିକି ନୁହଁ ଅପରାଧୀଙ୍କୁ ଯେପରି ତଡ଼ିପାର କରାଯାଉଛି, ପଚା ଫଳ…

ଉତ୍କଟ ହେଉଛି ଖାଦ୍ୟ, ପାନୀୟଜଳ ସଙ୍କଟ

କୋଣାର୍କ,୧୬।୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଚନ୍ଦ୍ରଭାଗା ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟଜଳର ଘୋର ଅଭାବ ରହୁଥିବାରୁ ଧୀରେ ଧୀରେ ଉତ୍କଟ ରୂପ ନେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଏହାର କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ବିଗତ ଦିନରେ ହରିଣ…

ଦିବାକର ମହାନ୍ତି, ନନ୍ଦକିଶୋର ସିଂହ ପାଇବେ ଭଜନସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ

କଟକ ଅଫିସ, ୧୬।୫: ସଙ୍ଗୀତଜ୍ଞ ଦିବାକର ମହାନ୍ତି ଓ ଗୀତିକାର ନନ୍ଦକିଶୋର ସିଂହ ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ-୨୦୨୩ ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ ଉତ୍ସବ ଆସନ୍ତା…

ବାକି ପଡ଼ିଛି ୬ ହଜାର କୋଟି

ଯୋଡ଼ା,୧୬ା୫(ଡି.ଏନ୍‌.ଏ.): ଓଡ଼ିଶାର ଖଣି ବହୁଳ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଖଣି ଦୁର୍ନୀତିକୁ ନେଇ ୨୦୦୯- ୧୦ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୁର୍ନୀତିର ତଦନ୍ତ କରିବା ପାଇଁ ଜଷ୍ଟିସ ଏମ୍‌.ବି. ଶାହା କମିଶନ ଏବଂ ପରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା…

ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ରାମ ନାମ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.): କେନ୍ଦୁଝର ପୁରୁଣା ସହରର ପ୍ରସନ୍ନ ପତିଙ୍କ କନ୍ୟା ସୁଶ୍ରୀ ସୁମନ ପତି ୨୮ ଇଞ୍ଚ ଓସାର, ୩୪ ଇଞ୍ଚ ଲମ୍ବ ବିଶିଷ୍ଟ ଏକ ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ଥର ରାମ ନାମ ଲେଖିଛନ୍ତି। ଏହି ଲେଖା…

ବାର୍ଷିକ ୪୦୦ ଜୀବନହାନି

ଯାଜପୁର ଅଫିସ,୧୬ା୫: ଭାରତର ବିପର୍ଯ୍ୟୟ ହଟ୍‌ସ୍ପଟ୍‌ ମଧ୍ୟରେ ଓଡ଼ିଶା ରହିଆସିଛି। ବାତ୍ୟା, ବନ୍ୟା, ମରୁଡ଼ି ଭଳି ଦୁର୍ବିପାକ ପ୍ରାୟ ପ୍ରତିବର୍ଷ ଘଟୁଛି। ଏଭଳି ବିପର୍ଯ୍ୟୟ ସହ ବଜ୍ରପାତରେ ଅଧିକ ଜୀବନହାନି ଘଟୁଛି। ୧୯୯୯ ମହାବାତ୍ୟା ପରେ ଏଯାଏ ବଜ୍ରପାତରେ ୫୦୦୦ରୁ ଅଧିକ…

ବନପାଳଙ୍କ ସମେତ ୬ ଗିରଫ

ବାରିପଦା ଅଫିସ,୧୬ା୫: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ବଡ଼ଝାଡ଼ ଅଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ୍‌ ସମୟରେ ପୋଲିସ ଚଢ଼ାଉ କରି ୬ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲା ନୀଳଗିରି…

ଅର୍କେଶଙ୍କ ବିରୋଧରେ ସ୍ତ୍ରୀ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଅଫିସ, ୧୬ା୫: ବଲାଙ୍ଗୀର ରାଜ ପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନାତୁଣୀ ଆଦ୍ରିଜା ମଞ୍ଜରୀ ସିଂଦେଓ ଗୁରୁତର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?